୫ଟି ରାଜ୍ୟରେ ଭୋଟ୍ ଗଣତି : ଜାଣନ୍ତୁ କେଉଁ ରାଜ୍ୟରେ କିଏ ରହିଛି ଆଗୁଆ
୪ଟି ରାଜ୍ୟରେ ମୁଖ୍ୟମନ୍ତ୍ରୀ ଆଗୁଆ, ପଛରେ ପଡିଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଧାମି
ନୂଆଦିଲ୍ଲୀ: ନୂଆଦିଲ୍ଲୀ : ୫ ରାଜ୍ୟ ବିଧାନସଭା ନିର୍ବାଚନର ଭୋଟ ଗଣତି ଜାରି ରହିଛି । ଉତ୍ତରପ୍ରଦେଶରେ ବିଜେପି ଓ ସପା ମଧ୍ୟରେ ମହାମୁକାବିଲା ଚାଲିଛି । ପଞ୍ଜାବରେ କଂଗ୍ରେସକୁ ଟକ୍କର ଦେଉଛି ଆମ୍ ଆଦମୀ ପାର୍ଟୀ । ଏହା ବ୍ୟତିତ ଉତ୍ତରାଖଣ୍ଡ, ଗୋଆ ଓ ମଣିପୁରର କଂଗ୍ରେସ, ବିଜେପି ଓ ତାଙ୍କ ସାଥୀଙ୍କୁ ଟକ୍କର ଦେଉଛନ୍ତି । ତେବେ ସକାଳ ୯ ଟା ୩୦ ସୁଦ୍ଧା ପଞ୍ଜାବରେ କଂଗ୍ରେସ ୧୭, ଆପ୍ ୪୯ ଏବଂ ଏସଏଡି ୧୧ ବିଜେପି ୩ ଅନ୍ୟାନ୍ୟ ୧ଟି ଆସନରେ ଆଗୁଆ ରହିଥିବା ଜଣାପଡ଼ିଛି । ସେହିପରି ଉତ୍ତର ପ୍ରଦେଶରେ ବିଜେପି ୧୪୭, ଏସପି ୭୪, ବିଏସପି ୨ଟି ଆସନରେ ଆଗୁଆ ରହିଥିବା ଦେଖାଯାଉଛି । ଅନ୍ୟପଟେ ଉତ୍ତରାଖଣ୍ଡରେ ବିଜେପି ୨୮ ଏବଂ କଂଗ୍ରେସ ୨୩ ଟି ଆପର ସତ୍ତା ନଥିବାବେଳେ ଅନ୍ୟାନ୍ୟ ୬ ଆସନରେ ଆଗୁଆ ରହିଛି । ୟୁପିରେ ବିଜେପି, ପଞ୍ଜାବରେ କଂଗ୍ରେସ ଏବଂ ଉତ୍ତରାଖଣ୍ଡରେ ବିଜେପି ରହିଛି ଆଗୁଆ ।ନୂଆଦିଲ୍ଲୀ:
ଆଜି ଆରମ୍ଭ ହୋଇଥିବା ୫ଟି ରାଜ୍ୟ ବିଧାନସଭା ନିର୍ବାଚନ ଭୋଟ୍ ଗଣନାରେ ପଞ୍ଜାବ, ଉତ୍ତର ପ୍ରଦେଶ, ଗୋଆ ଏବଂ ମଣିପୁରର ମୁଖ୍ୟମନ୍ତ୍ରୀମାନେ ଆଗୁଆ ଅଛନ୍ତି। କିନ୍ତୁ, ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଶାସକ ବିଜେପିର ପ୍ରାର୍ଥୀ ପୁଷ୍କର ସିଂହ ଧାମି ପଛୁଆ ଥିବାର ସୂଚନା ମିଳିଛି। ଉତ୍ତର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ କହିଛନ୍ତି, ସର୍ବସାଧାରଣ ଜିଣୁଛନ୍ତି, ଦଙ୍ଗାକାରୀମାନେ ହାରୁଛନ୍ତି। କିନ୍ତୁ, ସେ ନିଜେ ଏବେ ସିରାତୁ ଆସନରେ ପଛରେ ପଡ଼ିଛନ୍ତି। ଉତ୍ତର ପ୍ରଦେଶରେ ଏପର୍ଯ୍ୟନ୍ତ କଂଗ୍ରେସ ଖାତା ଖୋଲିନାହିଁ। ବାରାଣସୀର ଶିବପୁର ବିଧାନସଭା ନିର୍ବାଚନ ଆସନରେ ‘ଏସ୍ବିଏସ୍ପିଏ’ ପ୍ରାର୍ଥୀ ରାଜଭର ସିଂହ ପଛାଉଥିବା ବେଳେ ଆଗ୍ରାରେ ବିଜେପିର ତ୍ରିଭୁବନ ରାମ ଅଗ୍ରଣୀ ଅଛନ୍ତି। ଉତ୍ତରାଞ୍ଚଳ ବିଧାନସଭା ଆସନରେ ବିଜେପିର ରବୀନ୍ଦ୍ର ଜୟସୱାଲ୍ ମଧ୍ୟ ଆଗୁଆ ଅଛନ୍ତି। ଆଜି ଭୋଟ୍ ଗଣନା ଆରମ୍ଭ ହେବା ପୂର୍ବରୁ ମଣିପୁର ମୁଖ୍ୟମନ୍ତ୍ରୀ ବୀରେନ୍ ସିଂହ ଇମ୍ଫାଲ୍ସ୍ଥିତ ଶ୍ରୀଗୋବିନ୍ଦଜୀ ମନ୍ଦିରରେ ପ୍ରାର୍ଥନା କରିଥିଲେ। ସେହିପରି, ଭଗୱନ୍ତ ସିଂହ ମାନ୍ଙ୍କ ଘରେ ‘ଆପ୍’ ସମର୍ଥକମାନେ ଭାଙ୍ଗ୍ଡ଼ା ନୃତ୍ୟ କରିବା ସହ ଜିଲାବି ତିଆରି କରୁଛନ୍ତି।