ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ମହିଳାଙ୍କୁ ଶୁଭେଚ୍ଛା ଜଣେଇଲେ ମୋଦୀ
ନୂଆଦିଲ୍ଲୀ : ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ମହିଳାମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ | ଏହି ଅବସରରେ ସେ କହିଛନ୍ତି ଯେ ମହିଳାଙ୍କ ଅଗ୍ରଗତି ପାଇଁ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ମହିଳା ସଶକ୍ତିକରଣ ଉପରେ ଧ୍ୟାନ ଦେବେ ଏବଂ ସେମାନଙ୍କ ସମ୍ମାନ ଉପରେ ମଧ୍ୟ ଗୁରୁତ୍ୱ ଦେବେ | ପ୍ରଧାନମନ୍ତ୍ରୀ ଏ ନେଇ ଟୁଇଟ କରିଛନ୍ତି | ସେ କହିଛନ୍ତି , “ମହିଳା ଦିବସରେ ମୁଁ ଆମର ନାରୀ ଶକ୍ତି ଏବଂ ବିଭିନ୍ନ କ୍ଷେତ୍ରରେ ସେମାନଙ୍କର ସଫଳତାକୁ ସମ୍ମାନ ଜଣାଉଛି। ଭାରତ ସରକାର ଏହାର ବିଭିନ୍ନ ଯୋଜନା ମାଧ୍ୟମରେ ମହିଳା ସଶକ୍ତିକରଣ ଉପରେ ଧ୍ୟାନ ଦେବେ ଏବଂ ସମ୍ମାନର ସୁଯୋଗକୁ ମଧ୍ୟ ଗୁରୁତ୍ୱ ଦେବେ | ମୋଦି ଏହା ମଧ୍ୟ ଲେଖିଛନ୍ତି, ମହିଳାମାନଙ୍କୁ ଭାରତର ବିକାଶ ଯାତ୍ରାରେ ଆଗେଇ ନେବା ପାଇଁ ଅନେକ ଉଦ୍ୟମ କରାଯାଇଛି |
ଆର୍ଥିକ ସୁଦୃଢତା ଠାରୁ ଆରମ୍ଭ କରି ସାମାଜିକ ନିରାପତ୍ତା, ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଠାରୁ ଆରମ୍ଭ କରି ଗୃହ, ଶିକ୍ଷା ଏବଂ ଉଦ୍ୟୋଗୀ ପର୍ଯ୍ୟନ୍ତ ଆମର ନାରୀ ଶକ୍ତିକୁ ଭାରତର ବିକାଶ ଯାତ୍ରାରେ ଆଗରେ ରଖିବା ପାଇଁ ଅନେକ ଚେଷ୍ଟା କରାଯାଇଛି | ଏହି ପ୍ରୟାସ ଆଗାମୀ ଦିନରେ ଆହୁରି ଅଧିକ ଜୋରଦାର ହେବ ବୋଲି ସେ ଟୁଇଟ କରି ଜଣାଇଛନ୍ତି | ସୂଚନଯୋଗ୍ୟ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଏକ ଆଲୋଚନାଚକ୍ରକୁ ସମ୍ବୋଧିତ କରିବେ, ଯାହାକି ଧୋର୍ଡୋ, କୁଚ୍ ଠାରେ ମହିଳା ସାଧୁଙ୍କ କ୍ୟାମ୍ପରେ ସନ୍ଧ୍ୟା ୬ ଟାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମ୍ବୋଧିତ କରାଯିବ |