ସର୍ତ୍ତ ଗ୍ରହଣ କଲେ ଯୁଦ୍ଧ ବନ୍ଦ କରିବାକୁ ପ୍ରସ୍ତୁତ : ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ
ମୋସ୍କୋ : ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ବିରୁଦ୍ଧରେ ଚାଲିଥିବା ଯୁଦ୍ଧକୁ ବନ୍ଦ କରିବାକୁ ପ୍ରସ୍ତୁତ ଅଛନ୍ତି, କିନ୍ତୁ ଯଦି ୟୁକ୍ରେନ ତାଙ୍କ ସର୍ତ୍ତ ଗ୍ରହଣ କରେ ତେବେ ଏହା ଘଟିବ ବୋଲି ସେ କହିଛନ୍ତି । ତୁର୍କୀ ରାଷ୍ଟ୍ରପତି ରିସେପ ତାଇପ ଏରଦୋଗାନଙ୍କ ସହ ଆଲୋଚନା ଆଧାରରେ ଏହି ଦାବି କରାଯାଇଛି । ରବିବାର ଦିନ ତୁର୍କୀ ରାଷ୍ଟ୍ରପତି ଏରଦଗାନ୍ ଏବଂ ରାଷ୍ଟ୍ରପତି ପୁଟିନ ଆଲୋଚନା କରିଥିଲେ ।
କହି ରଖୁଛୁ ଯେ ଋଷର ଏକ ବଡ ସର୍ତ୍ତ ହେଉଛି ୟୁକ୍ରେନ (ଉତ୍ତର ଆଟଲାଣ୍ଟିକ୍ ଚୁକ୍ତି ସଂଗଠନ) ନାଟୋରେ ଯୋଗଦେବା ଉଚିତ୍ ନୁହେଁ । ଋଷ ବହୁ ବର୍ଷ ଧରି କହିଆସୁଛି ଯେ ୟୁକ୍ରେନ ଯାହା ଚାହିଁବ ତାହା କରିପାରିବ, କିନ୍ତୁ ସେ ନାଟୋରେ ଯୋଗଦେବା ଉଚିତ ନୁହେଁ । ଋଷ ଦାବି କରିଛି ଯେ ୟୁକ୍ରେନର ନାଟୋ ସଦସ୍ୟ ହେବା ଆମର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଛି । ସୂଚନାଯୋଗ୍ୟ ଯେ ୟୁକ୍ରେନ ସହିତ ଋଷର ଯୁଦ୍ଧର ଏହା ହେଉଛି ମୁଖ୍ୟ କାରଣ । ସେହିପରି ଯଦି ୟକ୍ରେନ୍ ନିଜକୁ ପରିବର୍ତ୍ତନ ନକରେ ତେବେ ତାହାର ଭବିଷ୍ୟତ ବହୁତ ଖରାପ ହେବ । ୟୁକ୍ରେନ୍ ମାନବିକତାର ଉଲ୍ଲଂଘନ କରିଛି । କାହାରିକୁ ବାହାରକୁ ଯିବାକୁ ଦେଉନାହିଁ । ସେ ଦେଶର ଲୋକଙ୍କୁ ଅସ୍ତ୍ର ଭାବରେ ବ୍ୟବହାର କରୁଛି । ପୁଟିନ ଚେତାବନୀ ଦେଇଛନ୍ତି ଯେ, ୟୁକ୍ରେନ୍ରେ ନୋ-ଫ୍ଲଏ ଜୋନ ଲାଗୁ କରିବା ଉତ୍ତେଜନା ବୃଦ୍ଧି କରିବା ସହିତ ସମାନ ହେବ । ଏହି ଯୁଦ୍ଧରେ ମୃତ୍ୟୁର ଶିକାର ହେବାର କାରଣ ଜେଲେନକ୍ସି ନିଜେ ହିଁ ହେବେ ବୋଲି ପୁଟିନ କହିଛନ୍ତି ।
କ୍ରେମଲିନ ଅନୁଯାୟୀ, ରାଷ୍ଟ୍ରପତି ରିସେପ ତାଇପ ଏରଦୋଗାନଙ୍କ ସହ ଆଲୋଚନା ବେଳେ ପୁଟିନ କହିଛନ୍ତି ଯେ ଯୋଜନା ଅନୁଯାୟୀ ଏହି ସ୍ୱତନ୍ତ୍ର ଅପରେସନ ଜାରି ରହିବ । ବାର୍ତ୍ତାଳାପରୁ ଉଦ୍ଧୃତ ଦାବି କରାଯାଇଛି ଯେ ଯଦି ୟୁକ୍ରେନ ଯୁଦ୍ଧ ବନ୍ଦ ଚାହେଁ ତେବେ ସେ (ଋଷ) ଦାବିକୁ ମାନିବା ଉଚିତ । କ୍ୱିଭ ଇଣ୍ଡିପେଣ୍ଡେଣ୍ଟ ଅନୁଯାୟୀ, ଋଷର ସୈନ୍ୟବାହିନୀ ଇରପିନରେ ସାଧାରଣ ନାଗରିକଙ୍କ ଉପରକୁ ଗୁଳି ଚଳାଇବାରୁ ଅତି କମରେ ତିନି ଜଣ ସାଧାରଣ ନାଗରିକ ପ୍ରାଣ ହରାଇଛନ୍ତି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଋଷର ସୈନିକମାନେ ଜାଣିଶୁଣି ସାଧାରଣ ନାଗରିକଙ୍କ ଦ୍ୱାରା ବ୍ୟବହୃତ ପୋଲକୁ ଟାର୍ଗେଟ କରିଥିଲେ । ୨ ପିଲାଙ୍କ ସମେତ ଅତି କମରେ ୩ ଜଣଙ୍କର ମୃତ୍ୟୁ ଘଟିଛି ।