ବିିଧାନସଭାରେ ୟୁଟ୍ୟୁବ୍ ଚ୍ୟାନେଲ୍ ଆରମ୍ଭ, ଖୁବଶୀଘ୍ର ଆସବି ଟିଭି ଚ୍ୟାନେଲ୍
ଭୁବନେଶ୍ୱର : ବିିଧାନସଭାରେ ୟୁଟ୍ୟୁବ୍ ଚ୍ୟାନେଲ୍ ଆରମ୍ଭ। ପରବର୍ତ୍ତୀ ସମୟରେ ବିଧାନସଭା ଟିଭି ଆରମ୍ଭ ନେଇ ବାଚସ୍ପତିଙ୍କ ସୂଚନା। ଏଥିରେ ବିଧାନସଭା ସମ୍ପର୍କିତ ସମସ୍ତ ଖବର ପ୍ରସାରଣ ହେବ। ଏହାସହ ବିଧାନସଭା ପତ୍ରିକା ନାମକ ମାସିକ ପତ୍ରିକା ମଧ୍ୟ ଆସିବ। ପରବର୍ତ୍ତୀ ମୁହୂର୍ତ୍ତରେ ବିଧାନସଭା ଟିଭି ଆରମ୍ଭ ହେବ। ଫଳରେ ଘରେ ବସି ବିଧାନସଭା ସଂକ୍ରାନ୍ତୀୟ ଟିକିନିକ୍ ଖବର ଦେଖିପାରିବେ ଜନତା। ବିଧାନସଭା ପତ୍ରିକା ନାମକ ମାସିକ ପତ୍ରିକା ଆରମ୍ଭ ହେବ ବୋଲି ବାଚସ୍ପତିଙ୍କ ସୂଚନା। ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଛି।
ପାର୍ଲାମେଣ୍ଟ ଢାଞ୍ଚାରେ ହେବ ଓଡିଶା ବିଧାନସଭା ଟିଭି ଚ୍ୟାନେଲ୍ । ବିଧାନସଭା ୟୁଟ୍ୟୁବ ଚ୍ୟାନେଲ ପରେ ବିଧାନସଭା ଟିଭି ମଧ୍ୟ ଆରମ୍ଭ ହେବାକୁ ଯାଉଛି ଏବଂ ବିଧାନସଭା ପତ୍ରିକା ନାମକ ମାସିକ ପତ୍ରିକା ବି ଆରମ୍ଭ ହେବ ବୋଲି ଏନେଇ ବିଧାନସଭା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି । ଶନିବାର ଜନନାୟକ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀରେ ଏହାର ଶୁଭାରମ୍ଭ ହୋଇଥିଲା । ବିଧାନସଭା ପରିସରରେ ଷ୍ଟଡିଓ ମଧ୍ୟ ତିଆରି ଚାଲିଛି । ଏବେ କେବଳ ୟୁଟ୍ୟୁବରେ ପ୍ରସାରଣ ହେବ । ପରେ ଏହାକୁ ସାଟେଲାଇଟ୍ ହେବାର ଯୋଜନା ମଧ୍ୟ ରହିଛି ।