ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ୩ ଥର ହତ୍ୟା ଉଦ୍ୟମ!
![](https://thetruths.in/wp-content/uploads/2022/03/Ukraine-President-Zelensky.jpg)
Ukrainian President Volodymyr Zelensky speaks during a press conference in Kyiv on March 3, 2022. - Ukraine President Volodymyr Zelensky called on the West on March 3, 2022, to increase military aid to Ukraine, saying Russia would advance on the rest of Europe otherwise. "If you do not have the power to close the skies, then give me planes!" Zelensky said at a press conference. "If we are no more then, God forbid, Latvia, Lithuania, Estonia will be next," he said, adding: "Believe me." (Photo by Sergei SUPINSKY / AFP)
ନୂଆଦିଲ୍ଲୀ : ୟୁକ୍ରେନ-ରୁଷ୍ ଭୟଙ୍କର ଯୁଦ୍ଧ ମଧ୍ୟରେ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି । ଏପରି ଖବର ଆଣିଛି ବ୍ରିଟିଶ୍ ଗଣମାଧ୍ୟମ । ଏଥିରେ ଦାବି କରାଯାଇଛି ଯେ ୩ଟି ଟ୍ରୁପ୍ ଜେଲେନ୍ସ୍କିଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିଛନ୍ତି ।ଯୁଦ୍ଧ ଆରମ୍ଭ ହେବା ଦିନରୁ ଏହି ଉଦ୍ୟମ କରାଯାଇଛି । ଦୁଇଟି ଅଲଗା ଅଲଗା ଟ୍ରୁପ୍ ଏହି କାମରେ ଲଗାଯାଇଥିଲା । ଅନ୍ୟପକ୍ଷରେ ଯୁଦ୍ଧର ୯ମ ଦିନରେ ରାଜଧାନୀ କିଭରେ ରୁଷ ସେନା ଘନଘନ ବୋମା ବିସ୍ଫୋରଣ କରୁଛନ୍ତି। କିଭରେ ଭୟଙ୍କର ବିସ୍ଫୋରଣ ହେଉଛି ।
ସହର ସମ୍ପୂର୍ଣ୍ଣ ଛିନ୍ ଛତ୍ର ହୋଇଯାଇଛି। ସହରରେ ବହୁତ କ୍ଷୟକ୍ଷତି ହୋଇଛି। ଯେକୌଣସି ପରିସ୍ଥିତିରେ ରାଜଧାନୀ କିଭକୁ ଦଖଲ କରାଯିବ ବୋଲି ଋଷ ପଣ କରିଛି । ତେଣୁ ଘନଘନ କ୍ଷେପଣାସ୍ତ୍ର ମାଡ କରାଯାଉଛି । ୟୁକ୍ରେନ ବର୍ତ୍ତମାନ ଧୂଆଁମୟ ହୋଇଯାଇଛି । ସେହିପରି ୠଷ ଆଜି ୟୁରୋପର ସବୁଠାରୁ ବଡ ନ୍ୟୁକ୍ଲିୟର ବା ପରମାଣୁ ପ୍ଲାଣ୍ଟ ଉପରେ ହମଲା କରିଛି । ଏହି ପରମାଣୁ ପ୍ଲାଣ୍ଟଟି ୟୁକ୍ରେନର ଜାପୋରିଝଝିଆରେ ରହିଛି ।ରୁଷ ଏଠାରେ ବୋମା ମାଡ କରିବାରୁ ପ୍ଲାଣ୍ଟରେ ନିଆଁ ଲାଗି ଯାଇଛି । ନିଆଁ ଲିଭାଇକୁ ଅଗ୍ନିଶମ କର୍ମଚାରୀମାନେ ଉଦ୍ୟମ କରୁଥିଲେ ହେଁ ଏଥିରେ ସଫଳ ହୋଇନାହାନ୍ତି । କାରଣ ପ୍ଲାଣ୍ଟ ଉପରେ ବୋମା ମାଡ କରିବା ପରେ ସ୍ଥାନୀୟ ଅଞ୍ଚଳରେ ରୁଷ ସୈନ୍ୟମାନେ ଆଖିବୁଜା ଗୁଳି ଚଳାଉଛନ୍ତି । ଫଳରେ ନିଆଁ ଲିଭାଇବାରେ ଅଗ୍ନିଶମ କର୍ମଚାରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।