ମିଜାଇଲ ମାଡରେ ୟୁକ୍ରେନର ଅଏଲ ଡିପୋ ଧ୍ୱଂସ
କିଭ୍ : ୟୁକ୍ରେନରେ ଋଷିଆର ଘମାଘୋଟ ଆକ୍ରମଣ ଜାରି ରହିଛି । ୮ଦିନରେ ପହଞ୍ଚିଛି ଉଭୟ ରାଷ୍ଟ୍ରର ଲଢେଇ । ରୁଷର ପ୍ରଚଣ୍ଡ ଆକ୍ରମଣର ଜବାବ ଦେଉଛି ୟୁକ୍ରେନ । ଚେର୍ନିହିବ ସହରରେ ଥିବା ତେଲ ଡିପୋକୁ ଟାର୍ଗେଟ କରିଛି ରୁଷ ସେନା । ମିଜାଇଲ ମାଡରେ ଧ୍ୱସଂ ହୋଇଯାଇଛି ଅଏଲ ଡିପୋ । ପ୍ରଚଣ୍ଡ ବିସ୍ଫୋରଣ ପରେ ଜଳିଯାଇଛି ତେଲ ଡିପୋ । ରୁଷର ମିସାଇଲ୍ ଓ ରକେଟ ମାଡ଼ କାରଣରୁ ବର୍ତ୍ତମାନ ଖାରକିଭରେ ବିଜୁଳି ସପ୍ଲାଏ ବନ୍ଦ ହୋଇଯାଇଛି । ଏଠାରେ ଅଲଆଉଟ ଆଟାକ ଆରମ୍ଭ କରିଛି ରୁଷ।
ପୂର୍ବରୁ ବି ଏକ ପେଟ୍ରୋଲ ଡିପୋ ଉପରେ ଋଷ ଆକ୍ରମଣ କରି ଧ୍ୱସ୍ତବିଧ୍ୱସ୍ତ କରିଦେଇଥିଲା । କିନ୍ତୁ ବର୍ତ୍ତମାନ ଋଷ ଟାର୍ଗେଟରେ ରହିଛି ୟୁକ୍ରେନର ୧୫ଟି ସହର । ସମୁଦ୍ର ପଥରୁ ବି ୟୁକ୍ରେନକୁ ଘେରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି ଋଷ ।