କୃଷିକୁ ଲାଭଜନକ ବ୍ୟବସାୟରେ ପରିଣତ କରିବା ପାଇଁ ବଢୁଛି ଆଧୁନିକ କୃଷି ଯନ୍ତ୍ରପାତିର ଚାହିଦା
କୃଷିକୁ ଲାଭଜନକ ବ୍ୟବସାୟରେ ପରିଣତ କରିବାକୁ ହେଲେ ଉନ୍ନତ କୃଷି ଯନ୍ତ୍ରପାତିର ଆବଶ୍ୟକତା ରହିଛି । ଆଜିକାଲି ମଧ୍ୟ ବିଭିନ୍ନ ଚାଷ ଆଧୁନିକ ଯନ୍ତ୍ରପାତି ସାହାଯ୍ୟରେ ହୋଇପାରୁଛି । ତେବେ ଦିନକୁ ଦିନ କୃଷି କାର୍ଯ୍ୟରେ ମୂଲିଆ ଖର୍ଚ୍ଚ ବଢ଼ିଯାଉଥିବାରୁ ଆଧୁନିକ ଯନ୍ତ୍ରପାତିର ଆବଶ୍ୟକତା ଅନୁଭୂତ ହେଉଛି । ସାଧାରଣ ଭାବେ ଜଣେ ଚାଷୀ ଯେଉଁସବୁ କୃଷି ଯନ୍ତ୍ରପାତି ନିଜେ ସହଜରେ ବ୍ୟବହାର କରପାରବ ସେହସବୁ ଉନ୍ନତ କୃଷି ଯନ୍ତ୍ରପାତି ସମ୍ବନ୍ଧରେ ଏଠାରେ ଉପସ୍ଥାପନ କରାଯାଇଛି ।
ଯେଉଁ କୃଷି ଯନ୍ତ୍ରପାତି ସାହାଯ୍ୟରେ ଆମେ ଖୁବ୍ ସୁବିଧାରେ, ଅଚ୍ଛ ପରିଶ୍ରମରେ, ଅଧିକ ଉତ୍ପାଦନ କରି ଲାଭ ପାଇଥାଉ; ତାହାକୁ ଉନ୍ନତ ବା ଆଧୁନିକ କୃଷି ଯନ୍ତ୍ରପାତି କୁହାଯାଏ ।
ଧାନ ଅମଳ ଯନ୍ତ୍ର :-
ପଦଚାଳିତ ଧାନ ଅମଳ ଯନ୍ତ୍ର :
ଏହି ଯନ୍ତ୍ର ଦ୍ଵାରା ଦିନକୁ ୨.୫ ୦ କୁଇଣ୍ଟାଲ ଧାନ ଉଡ଼ାଇ ସଫା କରାଯାଇପାରେ । ଏହାର ଓଜନ ୪୫ କିଲୋଗ୍ରାମ୍ ଓ ଦାମ୍ ୨୮୦୦ ଟଙ୍କା ।
ହସ୍ତଚାଳିତ ଧାନ ଉଡ଼ାଇବା ଯନ୍ତ୍ର :
ଏହି ଯନ୍ତ୍ର ଦ୍ଵାରା ଦୁଇଜଣ ଲୋକ ଦିନକୁ ୧୭-୨୦ କୁଇଣ୍ଟାଲ ଧାନ ନିଜର ସୁବିଧା ଓ ଯେ କୌଣସି ସମୟରେ ଉଡ଼ାଇ ସଫା କରିପାରିବେ । ଏହାର ଓଜନ ପ୍ରାୟ ୨୯ କିଲୋଗ୍ରାମ୍ ଓ ଦାମା ୧୭ଶହ ଟଙ୍କା ।
ଶକ୍ତିଚାଳିତ ଧାନ ଅମଳ ଯନ୍ତ୍ର :
ଏହି ଯନ୍ତ୍ର ଏକ ଅଶ୍ଵଶକ୍ତି ବିଶିଷ୍ଟ ଇଲେକ୍ଟ୍ରିକ ମୋଟର ସହାୟତାରେ ଚାଲେ । ଗୋଟିଏ ଦିନରେ ଏହାଦ୍ଵାରା ୧୦- ୧୨ କୁଇଣ୍ଟାଲ ଧାନ ଅମଳ କରାଯାଇପାରେ । ଯାହାର ଓଜନ ପ୍ରାୟ ୬୮ କିଗ୍ରା ଓ ଦାମ ୯ ହଜାର ଟଙ୍କା ।
ଧାନ ଅମଳ ଓ ଉଡ଼ାଇବା ଯନ୍ତ୍ର :
ଏହି ଯନ୍ତ୍ର ୧ ଅଶ୍ଵ ଶକ୍ତି ବିଶିଷ୍ଟ ମୋଟରରେ ଚାଲେ ଓ ଦିନକୁ ୧୦-୧୨ କୁଇଣ୍ଟାଲ ଧାନକୁ ଗଛରୁ ଛଡ଼ାଇବା ସହ ଏଥିରୁ ଅଗାଡ଼ିକୁ ଏକ ସଙ୍ଗରେ ଅଲଗା କରାଯାଇପାରେ ।
ଚିନାବାଦାମୀ ଖୋଳାଯନ୍ତ୍ର :-
ବଳଦ ଚାଳିତ ଚିନାବାଦାମ ଖୋଳଯନ୍ତ୍ର :
ଏହି ଯନ୍ତ୍ର ଦ୍ଵାରା ବାଦାମୀ ଗଛ ଉପୁଡ଼ାଯିବା ସହିତ ମାଟି ଭିତରୁ ବାଦାମ ଉପରକୁ ଅଣାଯାଇଥାଏ । ଏହାଛଡ଼ା ବିନା ଖର୍ଚ୍ଚରେ ଜମି ଏକ ଓଡ଼ ଚାଷ ବିନା ଖର୍ଚ୍ଚରେ ହୋଇଯାଏ । ଏକ ହଳ ବଳଦ ସାହାଯ୍ୟରେ ଦିନକୁ ଏକ ଏକର ଜମିରୁ ବାଦାମୀ ଖୋଳା ଯାଇପାରେ । ଏହାର ଓଜନ ୧୧ କିଲୋଗ୍ରାମ୍ ଓ ଦାମ୍ ୬ଶହ ଟଙ୍କା ।
ପଦଚାଳିତ ଚିନାବାଦାମ ଅମଳ ଯନ୍ତ୍ର :
ଚିନାବାଦାମୀ ଗଛ ଉପାଡ଼ିବା ପରେ ଗଛର ମୂଳରୁ ୨୫ କିଲୋଗ୍ରାମ ତୋଳି ଅଲଗା କରିବା ପାଇଁ ଜଣେ ଲୋକକୁ ଦିନେ ଲାଗିଥାଏ । କିନ୍ତୁ ଏହି ଯନ୍ତ୍ରକୁ ପାଦରେ ଚଳାଇ ଜଣେ ଲୋକ ଦିନକୁ ୨୨୦ କିଲୋଗ୍ରାମ୍ ଚିନାବାଦାମ ଅମଳ କରାଯାଇପାରେ । ଏହାର ଦାମ୍ ୨୯୦୦ଟଙ୍କା ।
ଚିନାବାଦାମ ମଞ୍ଜି ଛଡ଼ାଇବା ଯନ୍ତ୍ର :
ଏହି ଯନ୍ତ୍ର ଦ୍ଵାରା ଜଣେ ଲୋକ ଘଣ୍ଟାକୁ ୫୦ କିଲୋଗ୍ରାମ ଚିନାବାଦାମରୁ ମଞ୍ଜି ଛଡ଼ାଇପାରେ ।
ଏହାର ବିଶେଷତ୍ଵହେଲା ହାତରେ ମଞ୍ଜି ଛଡ଼ାଇବା କଷ୍ଟ କମିବା ସହିତ କମ୍ ସମୟରେ କମ୍ ଖର୍ଚ୍ଚରେ ଓ ମଞ୍ଜିର କୌଣସି କ୍ଷତି ନଘଟାଇ ମଞ୍ଜି ଛଡ଼ାଇପାରେ ।
ଏହାର ଓଜନ, ୧୪ କିଲୋଗ୍ରାମ୍ ଓ ଦାମ୍ ୧୧ଶହ ଟଙ୍କା ।
ଶକ୍ତିଚାଳିତ ଚିନାବାଦାମ ଚୋପା ଛଡ଼ାଇବା ଯନ୍ତ୍ର :
ଏହି ଯନ୍ତ୍ର ୦.୫ ଅଶ୍ଵଶକ୍ତି ବିଶିଷ୍ଟ ମୋଟରରେ ଚାଲି ଘଣ୍ଟାଙ୍କୁ ୨ କୁଇଣ୍ଟାଲ ଚିନାବାଦାମାରୁ ମଞ୍ଜି ଛଡ଼ାଇ ମଞ୍ଜି ସଙ୍ଗେ ମିଶି ରହିଥିବା ମଇଲା ସଫା କରିଦିଏ । ଏହାର ଓଜନ ୩୯ କିଲୋଗ୍ରାମ୍ ଓ ଏହାର ଦାମ୍ ୮ହଜାର ଟଙ୍କା ।
ପାଣିପମ୍ପ :-
ହସ୍ତଚାଳିତ ପାଣିପମ୍ପ :
ଜଣେ ଲୋକ ଏହାକୁ ହାତରେ ଚଳାଇ ୧୫ ଫୁଟ ଗଭୀରରୁ ଘଣ୍ଟାକୁ ୫ ହଜାର ଲିଟର ପାଣି କୂଅ, ପୋଖରୀ, ଗଡ଼ିଆ ଓ କେନାଲ ରୁ ଉଠାଇପାରେ । ଏହାର ଓଜନ ପ୍ରାୟ ୪୧ କିଲୋଗ୍ରାମ ଓ ଦାମ୍ ୨୮ଶହ ଟଙ୍କା ।
କୃଷକ ବନ୍ଧୁ ପମ୍ପ :
ଜଣେ ଲୋକ ଦୁଇ ଗୋଡ଼ରେ ଏହି ପମ୍ପକୁ ଚଳାଇ ୧୫ ଫୁଟରୁ କମ୍ ଗଭୀରତାରୁ କୁଆ, ପୋଖରୀ, ଗାଡ଼ିଆ, ନଦୀ ଓ କେନାଲରୁ ଘଣ୍ଟାକୁ ପ୍ରାୟ ୩ହଜାର ଲିଟର ପାଣି ଉଠାଇ ଚାଷ କ୍ଷେତ୍ରରେ ମଡ଼ାଇପାରେ । ଏହାର ଓଜନ ପ୍ରାୟ ୧୭ କି ଗ୍ରା ଓ ଦାମ୍ ୧୫ଶହ ଟଙ୍କା ।
ପାୱାର ଟିଲର :
ସାଧାରଣତଃ ପାୱାର ଟିଲର ୧୦ ରୁ ୧୬ ଅଶ୍ଵ ଶକ୍ତି ବିଶିଷ୍ଟ । ଜଣେ ଲୋକ ଏଥିରେ ଦିନକୁ ପ୍ରାୟ ୨.୫ ଏକର ଜମି ଚାଷ କରି ପାରେ । ଏହାଦ୍ଵାରା ଶୁଖିଲା ଓ କାଦୁଆ ଚାଷ, ଟ୍ରଲି ଦ୍ଵାରା ମାଲ ପରିବହନ, ପାଣି ଉଠାଇବା ଓ ସିଞ୍ଚନ କରିବା, କୀଟନାଶକ, ସିଞ୍ଚନ, ଧାନ କାଟିବା, ଅମଳ କରିବା, ସିଆର କରିବା ଆଦି ସମସ୍ତ କାର୍ଯ୍ୟ ସୁରୁଖୁରରେ ହୋଇପାରେ । ଏହାର ଦାମ୍ ପ୍ରାୟ ୧. ଲକ୍ଷ ଟଙ୍କା ।
ଟ୍ରାକ୍ଟର :
ସାଧାରଣତଃ ଟ୍ରାକ୍ଟର ୧୮ ରୁ ୪୫ ଅଶ୍ଵ ଶକ୍ତି ବିଶିଷ୍ଟ ଓ ଜଣେ ଲୋକ ଏଥିରେ ଦିନକୁ ୮ ରୁ ୧୬ ଏକର ଜମି ଚାଷ କରିପାରେ ।
ଏହାଦ୍ଵାରା ଶୁଖିଲା, କାଦୁଆ ଚାଷ, ଟ୍ରାଲି ଦ୍ଵାରା ମାଲ ପରିବହନ, ପାଣି ଉଠାଇବା, ସିଞ୍ଚନ କରିବା, ହଲର ଚଳାଇବା, ଜେନେରେଟର ଚଳାଇ ୧୦ ରୁ ୧୦.୫ କେଭିଏ ଶକ୍ତି ଉତ୍ପାଦନ, କୀଟନାଶକ, ସିଞ୍ଚନ, ମଞ୍ଜି ଓ ସାର ବୁଣିବା, ଧାନ କାଟିବା ଓ ଅମଳ କରିହୁଏ । ଏହାର ଦାମ୍ ୨ ଲକ୍ଷ ୫୦ ହଜା ଟଙ୍କା ।
ଟ୍ରାକ୍ଟର ଦ୍ଵାରା ଚାଷ କାମ ସହଜ ହୋଇଥାଏ । ପରିବହନ ଓ ବିଭିନ୍ନ କାର୍ଯ୍ୟରେ ବ୍ୟବହାର ହୋଇଥାଏ ।
କୃଷି ଯନ୍ତ୍ରପାତି କାରଖାନା :
ଓଡ଼ିଶାର ପ୍ରତି ପଞ୍ଚାୟତରେ କୃଷି ଯନ୍ତ୍ରପାତି କାରଖାନା ବସାଇବାର ସମୟ ଆସିଛି । ଗାଁରେ ବାସ କରୁଥିବା ସାଧାରଣ କମାର ଛୋଟ ଛେଟ କୃଷି ଯନ୍ତ୍ରପାତି ତିଆରି କରିପାରିବେ । ଏହାଛଡ଼ା ବେକାର ଯୁବକ ଯୁବତୀଙ୍କୁ ପ୍ରଶିକ୍ଷଣ ମାଧ୍ୟମରେ କୃଷି ଯନ୍ତ୍ରପାତି କାରଖାନା ବସାଇବାର ସୁଯୋଗ ସୃଷ୍ଟି କରିପାରିଲେ, ସେମାନେ ମାସକୁ ୪୦ ରୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଲାଭ କରିପାରିବେ ।
କୃଷି ଯନ୍ତ୍ରପାତି ବିକ୍ରୟ କେନ୍ଦ୍ର ପ୍ରତିଷ୍ଠା :
ଓଡ଼ିଶାର ପ୍ରତି ଗ୍ରାମପଞ୍ଚାୟତରେ ବେକାର ଯୁବକ ଯୁବତୀମାନେ କୃଷି ଯନ୍ତ୍ରପାତି ବିକ୍ରୟ କେନ୍ଦ୍ର ପ୍ରତିଷ୍ଠା କରି କୃଷି ଯନ୍ତ୍ରପାତି ବିକ୍ରି କରିବା ସଙ୍ଗେ ସଙ୍ଗେ ପାୱାର ଟିଲର ଓ ଟ୍ରାକ୍ଟର ଆଦି ଭଡ଼ା ଦେଇ ମାସିକ ୩୦ ରୁ ୪୦ ହଜାର ଟଙ୍କା ଛେରା ଜଗାର କରିପାରିବେ ।