ପଂଚାୟତ ନିର୍ବାଚନ : ବିପୁଳ ବିଜୟ ଆଡ଼କୁ ଅଗ୍ରସର ହେଉଛି ବିଜେଡି
ଭୁୁବନେଶ୍ୱର : ରାଜ୍ୟରେ ସମ୍ପନ୍ନ ହୋଇଥିବା ତ୍ରିସ୍ତରୀୟ ପଂଚାୟତ ନିର୍ବାଚନର ମତଗଣନା ଶନିବାର ଦିନ ଆରମ୍ଭ ହୋଇଛି । ପ୍ରଥମ ଦିନର ଟ୍ରେଣ୍ଡରୁ ବିଜେଡି ବିପୁଳ ବିଜୟ ଆଡକୁ ଅଗ୍ରସର ହେଉଥିବା ସ୍ପଷ୍ଟ ହେଉଛି । ପ୍ରଥମ ଦିନ ଗଣତିରେ ୩୧୫ ଟି ଆସନର ଟ୍ରେଂଡ ଜଣା ପଡିଥିଲା ବେଳେ ବିଜେଡି ପ୍ରାର୍ଥୀ ମାନେ ମୋଟ ୨୭୮ଟି ଆସନରେ ଆଗୁଆ ରହିଛନ୍ତି । ସେହିପରି ବିଜେପି ୧୭ଟି ତଥା କଂଗ୍ରେସ ୧୬ଟି ଆସନରେ ଆଗୁଆ ରହିଛି । ଅନ୍ୟାନ୍ୟ ୪ଟି ଆସନରେ ଆଗୁଆ ଥିବା ଜଣା ପଡିଛି ।
ମିଳିଥିବା ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲାରେ ମୋଟ ୧୮ଟି ଜିଲ୍ଲା ପରିଷଦ ଆସନ ମଧ୍ୟରୁ ୮ଟି ଆସନର ଟ୍ରେଣ୍ଡ ସମ୍ପର୍କରେ ଜଣା ପଡିଛି । ସବୁ ୮ଟି ଆସନରେ ବିଜେଡି ଆଗୁଆ ରହିଛିା ବୌଦ୍ଧ ଜିଲ୍ଲାର ମୋଟ ୯ଟି ଆସନ ମଧ୍ୟରୁ ୩ଟି ଆସନ ସମ୍ପର୍କରେ ତଥ୍ୟ ମିଳିଛି । ଏଥି ମଧ୍ୟରୁ ୨ଟି ଆସନରେ ବିଜେଡି ଆଗୁଆ ଥିବା ବେଳେ ଗୋଟିଏ ଆସନରେ ବିଜେପି ଆଗୁଆ ରହିଛି । ବଲାଙ୍ଗୀର ଜିଲ୍ଲାର ମୋଟ ୩୪ଟି ଆସନ ମଧ୍ୟରୁ ୧୪ ଟି ଆସନ ସମ୍ପର୍କରେ ତଥ୍ୟ ମିଳିଛି । ଏଥି ମଧ୍ୟରୁ ୧୨ଟି ଆସନରେ ବିଜେଡି ଆଗୁଆ ଥିବା ବେଳେ ୨ ଆସନରେ ବିଜେପି ଆଗୁଆ ରହିଛି । ବରଗଡ ଜିଲ୍ଲାର ମୋଟ ୩୪ଟି ଆସନ ମଧ୍ୟରୁ ୧୨ ଟି ଆସନ ସମ୍ପର୍କରେ ତଥ୍ୟ ମିଳିଛି । ଏଥି ମଧ୍ୟରୁ ୧୦ଟି ଆସନରେ ବିଜେଡି ଆଗୁଆ ଥିବା ବେଳେ ୨ ଆସନରେ ବିଜେପି ଆଗୁଆ ରହିଛି । ବାଲେଶ୍ୱର ଜିଲ୍ଲାର ମୋଟ ୪୫ଟି ଆସନ ମଧ୍ୟରୁ ୧୩ ଟି ଆସନ ସମ୍ପର୍କରେ ତଥ୍ୟ ମିଳିଛି । ଏଥି ମଧ୍ୟରୁ ୧୨ଟି ଆସନରେ ବିଜେଡି ଆଗୁଆ ଥିବା ବେଳେ ବିଜେପି ୧ ଆସନରେ ଆଗୁଆ ରହିଛି । ଭଦ୍ରକ ଜିଲ୍ଲାର ମୋଟ ୨୮ଟି ଆସନ ମଧ୍ୟରୁ ୭ଟି ଆସନ ସମ୍ପର୍କରେ ତଥ୍ୟ ମିଳିଛି । ଏଥି ମଧ୍ୟରୁ ସମସ୍ତ ୭ଟି ଆସନରେ ବିଜେଡି ଆଗୁଆ ରହିଥିବା ଜଣା ପଡିଛି । କଟକ ଜିଲ୍ଲାର ମୋଟ ୪୬ଟି ଆସନ ମଧ୍ୟରୁ ୧୪ ଟି ଆସନ ସମ୍ପର୍କରେ ତଥ୍ୟ ମିଳିଛି । ଏଥି ମଧ୍ୟରୁ ୧୨ଟି ଆସନରେ ବିଜେଡି ଆଗୁଆ ଥିବା ବେଳେ ବିଜେପି ଓ କଂଗ୍ରେସ ୧ -୧ ଆସନରେ ଆଗୁଆ ରହିଛନ୍ତି । ଦେବଗଡ ଜିଲ୍ଲାର ମୋଟ ୭ ଟି ଆସନ ମଧ୍ୟରୁ ୩ ଟି ଆସନ ସମ୍ପର୍କରେ ତଥ୍ୟ ମିଳିଛି । ଏଥି ମଧ୍ୟରୁ ସମସ୍ତ ୩ଟି ଆସନରେ ବିଜେଡି ଆଗୁଆ ରହିଛି । ଢେଙ୍କାନାଳ ଜିଲ୍ଲାର ମୋଟ ୨୭ଟି ଆସନ ମଧ୍ୟରୁ ୮ ଟି ଆସନ ସମ୍ପର୍କରେ ତଥ୍ୟ ମିଳିଛି । ଏଥି ମଧ୍ୟରୁ ୭ ଟି ଆସନରେ ବିଜେଡି ଆଗୁଆ ଥିବା ବେଳେ ବିଜେପି ୧ ଆସନରେ ଆଗୁଆ ରହିଛି । ଗଂଜାମ ଜିଲ୍ଲାର ମୋଟ ୬୯ ଟି ଆସନ ମଧ୍ୟରୁ ୨୨ ଟି ଆସନ ସମ୍ପର୍କରେ ତଥ୍ୟ ମିଳିଛି । ଏଥି ମଧ୍ୟରୁ ସମସ୍ତ ୨୨ ଟି ଆସନରେ ବିଜେଡି ଆଗୁଆ ରହିଛି । ଗଜପତି ଜିଲ୍ଲାର ମୋଟ ୧୪ ଟି ଆସନ ମଧ୍ୟରୁ ୭ ଟି ଆସନ ସମ୍ପର୍କରେ ତଥ୍ୟ ମିଳିଛି । ଏଥି ମଧ୍ୟରୁ ୫ ଟି ଆସନରେ ବିଜେଡି ଆଗୁଆ ଥିବା ବେଳେ କଂଗ୍ରେସ ୨ ଆସନରେ ଆଗୁଆ ରହିଛି । ଝାରସୁଗୁଡା ଜିଲ୍ଲାର ମୋଟ ୯ ଟି ଆସନ ମଧ୍ୟରୁ ୫ ଟି ଆସନ ସମ୍ପର୍କରେ ତଥ୍ୟ ମିଳିଛି । ଏଥି ମଧ୍ୟରୁ ସମସ୍ତ ୫ ଟି ଆସନରେ ବିଜେଡି ଆଗୁଆ ରହିଛି । ଯାଜପୁର ଜିଲ୍ଲାର ମୋଟ ୩୯ ଟି ଆସନ ମଧ୍ୟରୁ ୧୦ ଟି ଆସନ ସମ୍ପର୍କରେ ତଥ୍ୟ ମିଳିଛି । ଏଥି ମଧ୍ୟରୁ ସମସ୍ତ ୧୦ ଟି ଆସନରେ ବିଜେଡି ଆଗୁଆ ରହିଛି । ଖୋର୍ଧା ଜିଲ୍ଲାର ମୋଟ ୩୦ଟି ଆସନ ମଧ୍ୟରୁ ୧୦ ଟି ଆସନ ସମ୍ପର୍କରେ ତଥ୍ୟ ମିଳିଛି । ଏଥି ମଧ୍ୟରୁ ୮ ଟି ଆସନରେ ବିଜେଡି ଆଗୁଆ ଥିବା ବେଳେ ବିଜେପି ୨ ଆସନରେ ଆଗୁଆ ରହିଛି । କେନ୍ଦୁଝର ଜିଲ୍ଲାର ମୋଟ ୩୭ ଟି ଆସନ ମଧ୍ୟରୁ ୧୩ ଟି ଆସନ ସମ୍ପର୍କରେ ତଥ୍ୟ ମିଳିଛି । ଏଥି ମଧ୍ୟରୁ ୧୨ ଟି ଆସନରେ ବିଜେଡି ଆଗୁଆ ଥିବା ବେଳେ ବିଜେପି ୧ ଆସନରେ ଆଗୁଆ ରହିଛି । କନ୍ଧମାଳ ଜିଲ୍ଲାର ମୋଟ ୧୮ ଟି ଆସନ ମଧ୍ୟରୁ ୧୨ ଟି ଆସନ ସମ୍ପର୍କରେ ତଥ୍ୟ ମିଳିଛି । ଏଥି ମଧ୍ୟରୁ ୯ ଟି ଆସନରେ ବିଜେଡି ଆଗୁଆ ଥିବା ବେଳେ ବିଜେପି ୧ ଓ କଂଗ୍ରେସ ୨ଟି ଆସନରେ ଆଗୁଆ ରହିଛି । କୋରାପୁଟ ଜିଲ୍ଲାର ମୋଟ ୨୯ ଟି ଆସନ ମଧ୍ୟରୁ ୧୪ ଟି ଆସନ ସମ୍ପର୍କରେ ତଥ୍ୟ ମିଳିଛି । ଏଥି ମଧ୍ୟରୁ ୮ ଟି ଆସନରେ ବିଜେଡି ଆଗୁଆ ଥିବା ବେଳେ କଂଗ୍ରେସ ୫ଟି ଓ ଅନ୍ୟ ୧ ଆସନରେ ଆଗୁଆ ରହିଛି । କେନ୍ଦ୍ରାପଡା ଜିଲ୍ଲାର ମୋଟ ୩୨ ଟି ଆସନ ମଧ୍ୟରୁ ୯ ଟି ଆସନ ସମ୍ପର୍କରେ ତଥ୍ୟ ମିଳିଛି । ଏଥି ମଧ୍ୟରୁ ସମସ୍ତ ୯ ଟି ଆସନରେ ବିଜେଡି ଆଗୁଆ ରହିଛି । ମାଲକାନଗିରି ଜିଲ୍ଲାର ମୋଟ ୧୫ ଟି ଆସନ ମଧ୍ୟରୁ ୬ ଟି ଆସନ ସମ୍ପର୍କରେ ତଥ୍ୟ ମିଳିଛି । ଏଥି ମଧ୍ୟରୁ ୫ ଟି ଆସନରେ ବିଜେଡି ଆଗୁଆ ଥିବା ବେଳେ କଂଗ୍ରେସ ୧ଟି ଆସନରେ ଆଗୁଆ ରହିଛି । ମୟୁରଭଂଜ ଜିଲ୍ଲାର ମୋଟ ୫୬ ଟି ଆସନ ମଧ୍ୟରୁ ୨୬ ଟି ଆସନ ସମ୍ପର୍କରେ ତଥ୍ୟ ମିଳିଛି । ଏଥି ମଧ୍ୟରୁ ୨୩ ଟି ଆସନରେ ବିଜେଡି ଆଗୁଆ ଥିବା ବେଳେ ଅନ୍ୟ ୩ ଆସନରେ ଆଗୁଆ ରହିଛି । ନବରଙ୍ଗପୁର ଜିଲ୍ଲାର ମୋଟ ୨୬ ଟି ଆସନ ମଧ୍ୟରୁ ୧୦ ଟି ଆସନ ସମ୍ପର୍କରେ ତଥ୍ୟ ମିଳିଛି । ଏଥି ମଧ୍ୟରୁ ୯ ଟି ଆସନରେ ବିଜେଡି ଆଗୁଆ ଥିବା ବେଳେ ଅନ୍ୟ ୧ ଆସନରେ ଆଗୁଆ ରହିଛି । ନୂଆପଡା ଜିଲ୍ଲାର ମୋଟ୧୪ ଟି ଆସନ ମଧ୍ୟରୁ ୫ ଟି ଆସନ ସମ୍ପର୍କରେ ତଥ୍ୟ ମିଳିଛି । ଏଥି ମଧ୍ୟରୁ ସମସ୍ତ ୫ ଟି ଆସନରେ ବିଜେଡି ଆଗୁଆ ରହିଛି । ନୟାଗଡ ଜିଲ୍ଲାର ମୋଟ ୨୪ ଟି ଆସନ ମଧ୍ୟରୁ ୮ ଟି ଆସନ ସମ୍ପର୍କରେ ତଥ୍ୟ ମିଳିଛି । ଏଥି ମଧ୍ୟରୁ ସମସ୍ତ ୮ ଟି ଆସନରେ ବିଜେଡି ଆଗୁଆ ରହିଛି । ପୁରୀ ଜିଲ୍ଲାର ମୋଟ ୩୩ ଟି ଆସନ ମଧ୍ୟରୁ ୧୧ ଟି ଆସନ ସମ୍ପର୍କରେ ତଥ୍ୟ ମିଳିଛି । ଏଥି ମଧ୍ୟରୁ ସମସ୍ତ ୧୧ ଟି ଆସନରେ ବିଜେଡି ଆଗୁଆ ରହିଛି । ରାୟଗଡା ଜିଲ୍ଲାର ମୋଟ ୨୨ ଟି ଆସନ ମଧ୍ୟରୁ ୧୧ ଟି ଆସନ ସମ୍ପର୍କରେ ତଥ୍ୟ ମିଳିଛି । ଏଥି ମଧ୍ୟରୁ ୫ ଟି ଆସନରେ ବିଜେଡି ଆଗୁଆ ଥିବା ବେଳେ କଂଗ୍ରେସ ୬ ଟି ଆସନରେ ଆଗୁଆ ରହିଛି । ସମ୍ବଲପୁର ଜିଲ୍ଲାର ମୋଟ ୧୮ ଟି ଆସନ ମଧ୍ୟରୁ ୯ ଟି ଆସନ ସମ୍ପର୍କରେ ତଥ୍ୟ ମିଳିଛି । ଏଥି ମଧ୍ୟରୁ ୮ ଟି ଆସନରେ ବିଜେଡି ଆଗୁଆ ଥିବା ବେଳେ ବିଜେପି ୧ ଟି ଆସନରେ ଆଗୁଆ ରହିଛି । ସୁବର୍ଣପୁର ଜିଲ୍ଲାର ମୋଟ ୧୩ ଟି ଆସନ ମଧ୍ୟରୁ ୪ ଟି ଆସନ ସମ୍ପର୍କରେ ତଥ୍ୟ ମିଳିଛି । ଏଥି ମଧ୍ୟରୁ ୩ ଟି ଆସନରେ ବିଜେଡି ଆଗୁଆ ଥିବା ବେଳେ କଂଗ୍ରେସ ୧ ଟି ଆସନରେ ଆଗୁଆ ରହିଛି । ସୁନ୍ଦରଗଡ ଜିଲ୍ଲାର ମୋଟ ୩୫ ଟି ଆସନ ମଧ୍ୟରୁ ୧୭ ଟି ଆସନ ସମ୍ପର୍କରେ ତଥ୍ୟ ମିଳିଛି । ଏଥି ମଧ୍ୟରୁ ୧୫ ଟି ଆସନରେ ବିଜେଡି ଆଗୁଆ ଥିବା ବେଳେ ବିଜେପି ୧ ଟି ଓ ଅନ୍ୟ ୧ ଆସନରେ ଆଗୁଆ ରହିଛି । କଳାହାଣ୍ଡି ଜିଲ୍ଲାର ମୋଟ ୩୬ ଟି ଆସନ ମଧ୍ୟରୁ ୧୩ ଟି ଆସନ ସମ୍ପର୍କରେ ତଥ୍ୟ ମିଳିଛି । ଏଥି ମଧ୍ୟରୁ ୯ ଟି ଆସନରେ ବିଜେଡି ଆଗୁଆ ଥିବା ବେଳେ ବିଜେପି ୪ଟି ଆସନରେ ଆଗୁଆ ରହିଛି ।
ଉଲ୍ଲେଖ୍ୟଯୋଗ୍ୟ ଯେ ଶନିବାର ସକାଳ ୮ଟାରୁ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ଭୋଟ୍ ଗଣତି ଆରମ୍ଭ ହୋଇଥିଲା । ପ୍ରଥମ ଦିନରେ ରାଜ୍ୟର ୩୧୫ଟି ଜିଲ୍ଲା ପରିଷଦ ଜୋନରେ ଭୋଟ୍ ଗଣତି ହୋଇଛି । ରବିବାର ଆଉ ୩୦୭ଟି ଏବଂ ସୋମବାର ୨୨୯ଟି ଜିଲ୍ଲା ପରିଷଦ ଜୋନ୍ ର ଭୋଟ୍ ଗଣତି ହେବ । ପ୍ରତିଦିନ ଧାର୍ଯ୍ୟ ଜୋନ୍ ର ଫଳାଫଳ ଘୋଷଣା ହେବା ପର୍ଯ୍ୟନ୍ତ ଭୋଟ୍ ଗଣତି ହେବ । ୨୮ତାରିଖ ସୁଦ୍ଧା ସମସ୍ତ ଜୋନ୍ ରେ ଭୋଟ୍ ଗଣତି ଶେଷ ହେବ । ରାଜ୍ୟରେ ଗତ ୧୬ ତାରିଖଠାରୁ ୫ ଟି ପର୍ଯ୍ୟାୟରେ ପଂଚାୟତ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ରାଜ୍ୟର ମୋଟ ୨.୭୯ କୋଟି ଭୋଟର ୯୧୯୧୩ଟି ବୁଥ୍ ମାଧ୍ୟମରେ ୧ଲକ୍ଷ ୬ହଜାର ୩୫୩ଟି ବିଭିନ୍ନ ପଦବୀ ନିମନ୍ତେ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି । ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୭୭.୨%, ଦ୍ୱିତୀୟ ପର୍ଯ୍ୟାୟରେ ୭୮.୩%, ତୃତୀୟ ପର୍ଯ୍ୟାୟରେ ୭୮.୬% ଓ ଚତୁର୍ଥ ପର୍ଯ୍ୟାୟରେ ୭୯% ମତଦାନ ରେକର୍ଡ କରାଯାଇଥିଲା । ସେହିପରି ଶେଷ ପର୍ଯ୍ୟାୟରେ ୭୦ ପ୍ରତିଶତରୁ ଅଧିକ ମତଦାନ ହୋଇଥିଲା ।