ୟୁକ୍ରେନ୍କୁ ଲଢ଼ିବାକୁ ହେବ, ପଠାଇବୁନି ସେନା : ବାଇଡେନ୍
ନୂଆଦିଲ୍ଲୀ : ୟୁକ୍ରେନ ଓ ରୁଷିଆ ମଧ୍ୟରେ ଚାଲିଥିବା ଲଢ଼େଇ ନେଇ ଆମରେକୀୟ ରାଷ୍ଟ୍ରପତି ଜୋ ବାଇଡେନ୍ ପ୍ରତିକ୍ରିୟା ଦେଇଛନ୍ତି। ଏହି ବିବାଦକୁ ବାଇଡେନ୍ ତୀବ୍ର ନିନ୍ଦା କରିଛନ୍ତି। ସେ କହିଛନ୍ତି ଯେ, ଆମେ ପୂର୍ବରୁ ହିଁ ବାର୍ତ୍ତା ଦେଇଥିଲୁ ଯେ, ୟୁକ୍ରେନ୍ ଉପରେ ରୁଷିଆ ଆକ୍ରମଣ କରିବ। ବାଇଡେନ୍ କହିଛନ୍ତି, ପୁତିନ ହେଉଛନ୍ତି ଆକ୍ରମଣକାରୀ। ସେ ଯୁଦ୍ଧ ରାସ୍ତାକୁ ବାଛିଛନ୍ତି। କିନ୍ତୁ ପୁତିନ ଓ ରୁଷିଆକୁ ଏହି ଆକ୍ରମଣର ଫଳ ମିଳିବ। ବାଇଡେନ କହିଛନ୍ତି ଯେ, ବିଶ୍ବର ଅଧିକାଂଶ ରାଷ୍ଟ୍ର ରୁଷିଆ ବିରୋଧରେ ସ୍ବର ଉତ୍ତୋଳନ କରିଛନ୍ତି। ଆମେ ରୁଷିଆ ଉପରେ ଅଧିକକ କଟକଣା ଲଗାଇବୁ।
ବାଇଡେନ କହିଛନ୍ତି ଯେ, ଆମେରିକା ଉପରେ ଏହି ଯୁଦ୍ଧର ପ୍ରଭାବ ପଡ଼ିପାରେ। ସେ କହିଛନ୍ତି ଯେ, ଆମେରିକୀୟ ନାଗରିକଙ୍କ ସୁରକ୍ଷା ଆମର ପ୍ରାଥମିକତା। ଆମେ ସାଇବର ଆକ୍ରମଣର ଯବାବ ଦେବା ପାଇଁ ପ୍ରସ୍ତୁତ ଅଛୁ। ବାଇଡେନ ପୁଣି ଥରେ ସ୍ପଷ୍ଟ କରିଦେଇଛନ୍ତି ଯେ, ୟୁକ୍ରେନକୁ ନିଜର ସେନା ପଠାଇବେ ନାହିଁ। ନାଟୋ ଦେଶର ଜମିକୁ ସୁରକ୍ଷା ଦେବେ। ଏତଦ ବ୍ୟତୀତ ରୁଷୀୟ ରାଷ୍ଟ୍ରପତିଙ୍କ ସହିତ ଆଲୋଚନା କରିବାର କୌଣସି ଯୋଜନା ନାହିଁ। ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ବିବାଦ ବଢ଼ି ଚାଲିଛି। ଫଳରେ ଏବେ ହିଂସାର ମାତ୍ରା ଅଧିକ ବଢ଼ିବାରେ ଲାଗିଛି। ୟୁକ୍ରେନ୍ର ରାଷ୍ଟ୍ରପତି କହିଛନ୍ତି ଯେ, ରୁଷିଆର ଆକ୍ରମଣରେ ନିଜ ଦେଶର ୧୩୭ ଜଣ ନାଗରିକଙ୍କର ମୃତ୍ୟୁ ହୋଇଛି। ଅନ୍ୟପଟରେ ୟୁକ୍ରେନ ଉପରେ ରୁଷିଆର ବିଭିନ୍ନ ସହରରେ ପ୍ରଦର୍ଶନ ହୋଇଛି। ରୁଷୀୟ ପୋଲିସ ୟୁକ୍ରେନ୍ ବିରୋଧରେ ଆକ୍ରମଣକୁ ବିରୋଧ କରୁଥିବା ୧୭୦୦ ପ୍ରଦର୍ଶନକାରୀଙ୍କୁ ଅଟକ ରଖିଛି।