ସ୍ଥିତି ଗମ୍ଭୀର ! ଆମେ ଯୁଦ୍ଧ କରିବୁ, ଆଉ ଜିତିବୁ : ୟୁକ୍ରେନ୍
ନୂଆଦିଲ୍ଲୀ : ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ସୈନ୍ୟ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେବା ପରେ ହୋଇ ପଡ଼ିଛି । ପୁଟିନ ୟୁକ୍ରେନ୍ ସୈନ୍ୟଙ୍କୁ ଅସ୍ତ୍ର ଛାଡ଼ି ଆତ୍ମ ସମର୍ପଣ କରିବାକୁ ପରାମର୍ଶ ଦେବା ପରେ ୟୁକ୍ରେନ୍ ପକ୍ଷରୁ ଏହାର ପ୍ରତିକ୍ରିୟା ପ୍ରକାଶ ପାଇଛି । ଆମେ ଯୁଦ୍ଧ କରିବୁ, ଆଉ ଜିତିବୁ ବୋଲି ୟୁ୍କ୍ରେନ୍ ପକ୍ଷରୁ ଦାବି କରାଯାଇଛି। ସେହିପରି ଯୁଦ୍ଧକୁ ରୋକିବାକୁ ୟୁକ୍ରେନ୍ ପକ୍ଷରୁ ଅପିଲ୍ ମଧ୍ୟ କରାଯାଇଛି। ରୁଷ୍ ରାଷ୍ଟ୍ରପତି ଯୁଦ୍ଧ ଘୋଷଣା କରିଥିବା ୟୁକ୍ରେନ୍ ସ୍ବୀକାର କରିଛି । ରୁଷିଆ ସେନା ବାଲାଷ୍ଟିକ୍ ମିଶାଇଲେ ଆକ୍ରମଣ କରିଥିବା ୟୁକ୍ରେନ୍ ପକ୍ଷରୁ ଦାବି କରାଯାଇଛି । ଆକ୍ରମଣକୁ ୟୁକ୍ରେନ୍ ସରକାର ସ୍ବୀକାର କରିଛନ୍ତି । ୟୁକ୍ରେନ୍ର କିଭ ଏୟାରପୋର୍ଟକୁ ରୁଷ ସେନା ଦଖଲ କରିଥିବା ଖବର ମିଳିଛି।
ଏଥିସହ ୟୁକ୍ରେନର ବୈଦେଶିକ ମନ୍ତ୍ରୀ ଦିମିତ୍ରୋ କୁଲେବା ଏକ ବିବୃତ୍ତିରେ କହିଛନ୍ତି ଯେ ଋଷିଆ ୟୁକ୍ରେନ ଉପରେ ସମ୍ପୂର୍ଣ୍ଣ ଆକ୍ରମଣ କରିଛି ଏବଂ ଏହାର ଜବାବ ଦେବାର ସମୟ ଆସିଛି। ଏହା ସହ କହିଛନ୍ତି ଆମର ହିଁ ବିଜୟ ହେବ । ସେହିପରି ପୁଟିନ ୟୁକ୍ରେନ ଉପରେ ସମ୍ପୂର୍ଣ୍ଣ ଆକ୍ରମଣ ଆରମ୍ଭ କରିଛନ୍ତି। ୟୁକ୍ରେନର ଶାନ୍ତିପୂର୍ଣ୍ଣ ସହର ଗୁଡ଼ିକ ଆକ୍ରମଣର ଶିକାର ହେଉଛି। ସେ କହିଛନ୍ତି ଯେ ଏହା ଏକ ଆକ୍ରୋଶର ଯୁଦ୍ଧ ଯେଉଁଥିରେ ୟୁକ୍ରେନ ଜିତିବା ସହିତ ନିଜକୁ ରକ୍ଷା ମଧ୍ୟ କରିବ। ପୁରା ଦୁନିଆ ଚାହିଁଲେ ପୁଟିନକୁ ରୋକି ପାରିବ ଏବଂ ଏଭଳି ପଦକ୍ଷେପ ମଧ୍ୟ ନିଆଯିବା ଉଚିତ। କିନ୍ତୁ ବର୍ତ୍ତମାନ ଉଚିତ୍ ଜବାବ୍ ଦେବାର ସମୟ ଆସିଛି। ହେଲେ ଏହାକୁ ନେଇ ପୁଟିନ କହିଛନ୍ତି କି ଯିଏ ଆମ ସହିତ ହସ୍ତକ୍ଷେପ କରିବାକୁ କିମ୍ବା ଆମ ଲୋକଙ୍କ ପ୍ରତି ବିପଦ ସୃଷ୍ଟି କରିବାକୁ ଚେଷ୍ଟା କରିବ, ସେ ଜାଣିବା ଉଚିତ ବହୁତ ବଡ ପରିଣାମ ଭୋଗିବ ।
ଅନ୍ୟପକ୍ଷରେ ଏହାକୁ ନେଇ ଆମେରିକା ଓ ରୁଷିଆ ଖୋଲାଖୋଲି ପରସ୍ପରକୁ ଧମକ ଦେବା ଆରମ୍ଭ କରିଛନ୍ତି। ୟୁକ୍ରେନ୍କୁ ସହାୟତ କରୁଥିବା ଦେଶ ପରିଣାମ ଭୋଗିବେ ବୋଲି ପୁଟିନ୍ ଚେତାବନୀ ଦେଇଛନ୍ତି । ରୁଷ ସୈନ୍ୟମାନେ ଏବେ ୟୁକ୍ରେନ ଭିତରେ ପଶି ଲଢ଼େଇ ଆରମ୍ଭ କରି ଦେଇଛନ୍ତି ।