‘ଗଙ୍ଗୁବାଈ କାଠିଆବାଡୀ’ ଫିଲ୍ମର ଶୀର୍ଷକ ବଦଳାଇବାକୁ ପ୍ରସ୍ତାବ ଦେଲେ ସୁପ୍ରିମକୋର୍ଟ
ମୁମ୍ବାଇ : ଫିଲ୍ମ ନିର୍ମାତା ସଞ୍ଜୟ ଲୀଲା ଭଂସାଲୀଙ୍କ ଆଗାମୀ ଫିଲ୍ମ ‘ଗଙ୍ଗୁବାଈ କାଠିଆବାଡୀ’କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଏଭଳି ସ୍ଥିତିରେ ସର୍ବୋଚ୍ଚ ନ୍ୟାୟଳୟ ଫିଲ୍ମର ନାମ ପରିବର୍ତ୍ତନ କରିବାକୁ ବଂଶାଲୀଙ୍କୁ ପ୍ରସ୍ତାବ ଦେଇଛନ୍ତି। ଗୁରୁବାର ଉକ୍ତ ମାମଲାର ପୁଣିଥରେ ଶୁଣାଣୀ ହେବ ବୋଲି କୋର୍ଟ କହିଛନ୍ତି । ଫିଲ୍ମଟି ଆସନ୍ତା ଶୁକ୍ରବାର ସିନେମା ଘରେ ରିଲିଜ ହେବ ।
ନିଜକୁ ଗଙ୍ଗୁବାଈଙ୍କ ପାଳିତ ସନ୍ତାନ ବୋଲାଉଥିବା ବାବୁଜୀ ଶାହ ନାମକ ଜଣେ ବ୍ୟକ୍ତି ଫିଲ୍ମ ‘ଗଙ୍ଗୁବାଈ କାଠିାବାଡୀ’ ବ୍ୟତୀତ ‘ମାଫିଆ କ୍ୱୀନ ଅଫ୍ ମୁମ୍ବାଇ’ ନାମକ ବହିର ପ୍ରଚାର ପ୍ରସାର ରୋକିବାକୁ ପିଟିସନ ଦାୟର କରିଛନ୍ତି । ଫିଲ୍ମରେ ଗଙ୍ଗୁବାଈଙ୍କୁ ପ୍ରଥମେ ବେଶ୍ୟା ଏବଂ ପରେ ବେଶ୍ୟାଳୟ ଚଲାଉଥିବା ମାଫିଆ ରୂପେ ଚିତ୍ରଣ କରାଯାଇଛି । ସେଥିପାଇଁ ସେ ମାନହାନି ମକଦ୍ଦମା ସହ ବ୍ୟକ୍ତିଗତ ଜୀବନରେ ଦଖଲ ଦେବା ଭଳି ଆରୋପ ଲଗାଇଛନ୍ତି ।