ମଦ୍ୟପ ଭାଇର ଉନ୍ମତକାଣ୍ଡ! ମଦ ପିଇବାକୁ ଆକଟ କରିବାକୁ ଭଉଣୀକୁ ପନିକିରେ ହାଣିଲା

ଢେଙ୍କାନାଳ: ମଦ୍ୟପ ଭାଇର ଉନ୍ମତକାଣ୍ଡ । ମଦ ପିଇବାକୁ ଆକଟ କରିବାକୁ ଭଉଣୀକୁ ପନିକିରେ ହାଣିଲା ଭାଇ । ଏଭଳି ଅଭାବନୀୟ ଘଟଣା ଢେଙ୍କାନାଳ ଜିଲା ଭୁବନ ଓଡ଼ିଶା ପଞ୍ଚାୟତ ଅନ୍ତର୍ଗତ ବେଲପାଳ ଗ୍ରାମରେ ଦେଖିବାକୁ ମିଳିଛି ।
ସୂଚନା ଯେ, ବେଲପାଳ ଗ୍ରାମର ଇଶ୍ବର ମହାରଣା ନାମକ ଜଣେ ଯୁବକ ମଦ୍ୟପାନ କରି ଘରେ ପରିବାର ଲୋକଙ୍କ ସହ ଗଣ୍ଡଗୋଳ କରିଥିଲା । ଏହି ସମୟରେ ଭଉଣୀ ମଞ୍ଜୁ ମହାରଣା ଭାଇକୁ ନିରବ ରହିବା ପାଇଁ କହିବାରୁ ମଦ୍ୟପ ଇଶ୍ବର ଉତକ୍ଷିପ୍ତ ହୋଇପଡିଥିଲା । ଘରୁ ଏକ ପନିକି ଆଣି ଭଉଣୀର କାନ ମୁଣ୍ଡାକୁ ହାଣି ଫେରାର ହୋଇଯାଇଥିବା ଜଣାପଡିଛି । ଫଳରେ ମଞ୍ଜୁଙ୍କୁ ଗୁରୁତର ଅବସ୍ଥାରେ ଭୁବନ ମେଡିକାଲରେ ଭର୍ତ୍ତି କରିଥିବା ଜଣାପଡ଼ିଛି ।