ୟୁପିରେ ହଟିଲା ରାତ୍ରୀକାଳିନ କର୍ଫ୍ୟୁ
ଲକ୍ଷ୍ନୌ : ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନର ଦୁଇଟି ପର୍ୟ୍ୟାୟ ମତଦାନ ଶେଷ ହୋଇଛି । ରବିବାର ତୃତୀୟ ପର୍ୟ୍ୟାୟ ପାଇଁ ମତଦାନ ହେବ । ଏହି ସମୟରେ ୟୁପି ସରକାର ଆଜିଠାରୁ ରାତ୍ରି କର୍ଫ୍ୟୁ ହଟାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି । କରୋନା ମାମଲାର ହ୍ରାସ କାରଣରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା କୁହାଯଆଇଛି। ଉତ୍ତରପ୍ରଦେଶ ସରକାରଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅବନୀଶ କୁମାର ଅବସ୍ତିଙ୍କ ଦ୍ବାରା ଜାରି କରାଯାଇଥିବା ଏକ ଚିଠିରେ କୁହାଯାଇଛି ଯେ କରୋନା ମାମଲା ବୃଦ୍ଧି ହେତୁ ରାତି ୧୦ ଟାରୁ ରାତି ୫ ଟା ପର୍ୟ୍ୟନ୍ତ କର୍ଫ୍ୟୁ ଲାଗୁ କରାଯାଇଥିଲା କିନ୍ତୁ ଯେତେବେଳେ ରାଜ୍ୟରେ କରୋନା ମାମଲା କମିଛି, କର୍ଫ୍ୟୁ ହଟାଇବାକୁ ନିଷ୍ପତ୍ତି ନିଆଯାଇଛି।
ଏଥିସହ ସେ ରାଜ୍ୟର ସମସ୍ତ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ଏକ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦେଇଛନ୍ତି କି ଗତ ୨୪ ଘଣ୍ଟା ମଧ୍ୟରେ ଉତ୍ତରପ୍ରଦେଶରେ ୮୪୨ ଟି ନୂଆ କରୋନା ମାମଲା ରୁଜୁ ହୋଇଛି। ଗତ କିଛି ଦିନ ହେବ ଦେଶରେ କରୋନା ମାମଲାରେ କ୍ରମାଗତ ହ୍ରାସ ଘଟିଛି। ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ ୨୨,୨୭୦ ନୂତନ କରୋନା ମାମଲା ପଞ୍ଜିକୃତ ହୋଇଛି। ଏଥି ସହିତ, ସକ୍ରିୟ ରୋଗୀ ହାର ୨% ତଳକୁ ଖସିଛିଜ୍ଝ ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା ହେଉଛି ୨,୫୩,୭୩୯ । ଏଥିସହ କରୋନାରୁ ସୁସ୍ଥ ହାର ବର୍ତ୍ତମାନ ୯୮.୨୧ ପ୍ରତିଶତ ରହିଛି ଜ୍ଝ ଗତ ୨୪ ଘଣ୍ଟା ମଧ୍ୟରେ ୬୦,୨୯୮ ଲୋକ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି ।