ଝଡର ତାଣ୍ଡବଲୀଳା : ବ୍ରିଟେନରେ ୯ ମୃତ, ଶତାଧିକ ଆହତ
ବ୍ରିଟେନ : ୟୁରୋପୀୟ ରାଷ୍ଟ୍ରମାନଙ୍କରେ ଝଡର ତାଣ୍ଡବଲୀଳା । ଏଥିରେ ବ୍ରିଟେନର ଅଧିକ କ୍ଷତି ହୋଇଛି । ୧୨୨ ମାଇଲ ଘଣ୍ଟାକୁ ପବନର ବେଗ ଥିବା ଜଣାପଡିଛି । ଏଥିରେ ବ୍ରିଟେନରେ ୯ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଶତାଧିକ ଆହତ ହୋଇଛନ୍ତି । କେନ୍ଦ୍ର ଆଟଲାଣ୍ଟିକ୍ ରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ ଯୋଗୁଁ ୟୁରୋପୀୟ ରାଷ୍ଟ୍ର ମାନଙ୍କରେ ବିପଦ ସୃଷ୍ଟି ହୋଇଥିଲା ।
ଏହାସହ ଭିନ୍ନ ଭିନ୍ନ ସ୍ଥାନରେ ଏଯାଏଁ ମୋଟ ୯ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଥିବାବେଳେ ଅନେକ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଝଡରେ ବିଦ୍ୟୁତ୍ ସଂଯୋଗ ବ୍ୟାହତ ପରେ ୧୦୦,୦୦୦ ରୁ ଅଧିକ ଲୋକେ ଏବେ ଅନ୍ଧାରରେ ଅଛନ୍ତି । ମେଟ୍ ଅଫିସର ମୁଖ୍ୟ ପାଣିପାଗ ବିଶେଷଜ୍ଞଙ୍କ କହିବା ମୁତାବକ, ‘ଷ୍ଟର୍ମ ୟୁନିସ୍ ପ୍ରକୃତରେ ଏକ ପଞ୍ଚ ପ୍ୟାକ୍ ସୃଷ୍ଟିି କରିଛି , ଯାହା ଧନ ଜୀବନ ପ୍ରତି ଘୋର ବିପଦ’ ।ଏହା ବ୍ରିଟେନରେ ଆଜିଯାଏଁ ହୋଇଥିବା ଝଡ ମଧ୍ୟରେ ସବୁଠାରୁ ଶକ୍ତିଶାଳୀ ଝଡ ବୋଲି କୁହାଯାଉଛି ।