ବ୍ରାହ୍ମଣୀ ବ୍ରିଜ୍ ତଳକୁ ଖସିଲା ଲୁହା ବୋଝେଇ ଟ୍ରେଲର : ଜଣେ ମୃତ, ଜଣେ ଗୁରୁତର

କାମାକ୍ଷାନଗର : ଢେଙ୍କାନାଳ ଜିଲା କାମାକ୍ଷାନଗର ସ୍ଥିତ କମଗରା ବ୍ରାହ୍ମଣୀ ବ୍ରିଜ୍ ତଳକୁ ଖସିଲା ଲୁହା ବୋଝେଇ ଟ୍ରେଲର । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଘଟଣାସ୍ଥଳରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି ।
ସୂଚନା ଯେ, ବ୍ରାହ୍ମଣୀ ବ୍ରିଜ୍ରେ ଏକ ଲୁହା ବୋଝେଇ ଟ୍ରେଲର ଯାଉଥିବା ବେଳେ ଭାରସାମ୍ୟ ହରାଇ ବ୍ରିଜ୍ ତଳକୁ ଖସିପଡିଛି । ଦୁର୍ଘଟଣା ଫଳରେ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ମୃତକଙ୍କ ପରିଚୟ ମିଳିନାହିଁ । ଗୁରୁତର ଜଣଙ୍କ ଦେବଗଡ ଜିଲାର ମିଥୁନ ପ୍ରଧାନ ବୋଲି ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମବାହିନୀ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।