ଜୟପୁରରେ ୩.୮ ତୀବ୍ରତାର ଭୂକମ୍ପ ଅନୁଭୂତ
ଜୟପୁର: ରାଜସ୍ଥାନର ରାଜଧାନୀ ଜୟପୁରରେ ଭୂକମ୍ପ ଅନୁଭୂତ ହୋଇଛି । ଶୁକ୍ରବାର ସକାଳ ୮ଟା ସମୟରେ ୩.୮ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା । ଲୋକମାନେ ପ୍ରାୟ ୩ ସେକେଣ୍ଡ ପର୍ୟ୍ୟନ୍ତ ଭୂକମ୍ପର କମ୍ପନ ଅନୁଭବ କରିଥିଲେ ।
An earthquake of magnitude 3.8 occurred 92km northwest of Jaipur, Rajasthan at around 8.01 am today, as per National Center for Seismology. pic.twitter.com/AM2reScGrf
— ANI (@ANI) February 18, 2022
ସିକର ଏବଂ ଫତେହପୁରରେ ମଧ୍ୟ ଏହାର କମ୍ପନ ଅନୁଭୂତ ହୋଇଥିଲା । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଜୟପୁରର ୯୨ କିଲୋମିଟର ଉତ୍ତର-ପଶ୍ଚିମ ଦିଗରେ ରହିଥିଲା ।