ଭୁଲରେ ବି ରାତିରେ ଶୋଇବା ସମୟରେ ମୁଣ୍ଡ ପାଖରେ ଏହି ଜିନିଷ ରଖନ୍ତୁ ନାହିଁ ? ଏହା ବହୁତ ଭୟଙ୍କର ଅଟେ, ଆସିଥାଏ ଅକାଳ ମୃତ୍ୟୁ
ଭଗବାନ ଶ୍ରୀକୃଷ୍ଣ କହିଛନ୍ତି କି ମଣିଷକୁ ସକାଳୁ ଉଠିବାର ସର୍ବତମ ସମୟ ହେଉଛି ବ୍ରହ୍ମ ମୁହୂର୍ତ୍ତ। ଯେଉଁ ମନୁଷ୍ୟ ବ୍ରହ୍ମ ମୁହୂର୍ତ୍ତରେ ଉଠିଥାଏ ସେ ତାଙ୍କର ଜୀବନରେ ସୁଖ ସମୃଦ୍ଧି ଏବଂ ଐଶ୍ୱର୍ଯ୍ୟ ପ୍ରାପ୍ତ କରିଥାଏ। ବ୍ରହ୍ମ ମୁହୂର୍ତ୍ତରେ ଉଠୁଥିବା ବ୍ୟକ୍ତିଙ୍କୁ କେବେବି ଦୁଃଖ କଷ୍ଟର ସାମ୍ନା କରିବାକୁ ପଡିନଥାଏ। ଏହିପରି ଲୋକଙ୍କ ଉପରେ ଭଗବାନ ଶ୍ରୀକୃଷ୍ଣଙ୍କର କୃପା ବର୍ଷା ହୋଇଥାଏ। ମା ଲକ୍ଷ୍ମୀ ଏହିପରି ଲୋକଙ୍କ ପାଖରେ ସର୍ବଦା ବାସ କରିବାକୁ ପସନ୍ଦ କରିଥାନ୍ତି।
ଆମର ଶାସ୍ତ୍ରରେ ରାତି ସମୟରେ ଶୋଇବା ଠାରୁ ଆରମ୍ଭ କରି ସକାଳ ଉଠିବା ପର୍ଯ୍ୟନ୍ତ କରାଯାଇଥିବା ସବୁ କାର୍ଯ୍ୟ ବିଷୟରେ ମହତ୍ୱପୂର୍ଣ୍ଣ ଜ୍ଞାନ ଦିଆଯାଇଛି। ଯାହା ଆଜିକାଲିର ବୈଜ୍ଞାନିକ ଦୃଷ୍ଟି କୋଣରୁ ବି ଲାଭକାରୀ ହୋଇଥାଏ। ଯାହା ଆମର ପ୍ରାଚୀନ ଋଷି ମୁନି ମାନେ କହିଥିଲେ। ତାହା ବିଜ୍ଞାନ ଆଜି ଆମକୁ କହୁଛି। ଶାସ୍ତ୍ର ଅନୁସାରେ ଶୋଇବା ସମୟରେ ଆମ ଦ୍ୱାରା ବହୁତ କିଛି ଭୁଲ ହୋଇଥାଏ ଯାହା ଦ୍ୱାରା ଆମର ଜୀବନରେ ବିପଦ ଆସିବା ଆରମ୍ଭ ହୋଇଯାଏ ଏବଂ ଏହାର ପ୍ରଭାବ ଆମର ଗ୍ରହ ଉପରେ ବି ପଡିଥାଏ।
ମନୁଷ୍ୟକୁ ଶୋଇବା ସମୟରେ ନିଜ ପାଖରେ କୌଣସି ଏମିତି କିଛି ଜିନିଷ ବିଲକୁଲ ବି ରଖିବା ଉଚିତ ନୁହେଁ। କାହିଁକିନା ଏହି ଜିନିଷରୁ ବାହାରୁ ଥିବା ନକରାତ୍ମକ ଉର୍ଜା ଆମ ଜୀବନ ଉପରେ ଗମ୍ଭୀର ପ୍ରଭାବ ପକାଇଥାଏ। ବାସ୍ତୁଶାସ୍ତ୍ରରେ ଏହା କୁହାଯାଇଛି କି ଏହି ଜିନିଷ ଯଦି କେହି ନିଜ ପାଖରେ ରଖି କରି ଶୋଇଥାଏ ତ ତାଙ୍କର ଜୀବନରେ ଆର୍ଥିକ ସଙ୍କଟ ଆସିବାକୁ ଲାଗିଥାଏ ତାହାର ପରିବାରରେ କ୍ଳେଶ ବଢିବାକୁ ଲାଗିଥାଏ କିମ୍ବା ଝଗଡା ବଢିବାକୁ ଲାଗିଥାଏ ଏବଂ ଘରେ ବିମାରୀର ବାତାବରଣ ଆସିଥାଏ।
ଏହି କାରଣରୁ ଘରର ଖର୍ଚ୍ଚ ମଧ୍ୟ ବଢିଯାଏ। ଖାସ କରି ମହିଳା ମାନଙ୍କୁ ଶୋଇବା ସମୟରେ ନିଜ ପାଖରେ ଏହି ଜିନିଷ ନରଖିବା ଉଚିତ। ତେବେ ଆଜିର ଏହି ପୋଷ୍ଟରେ ଆମେ ଆପଣଙ୍କୁ ଜଣେଇବୁ ଶୋଇବା ସମୟରେ ଏମିତି କିଛି ଜିନିଷ ନରଖିବା ଉଚିତ।
ବାସ୍ତୁଶାସ୍ତ୍ରରେ ମନୁଷ୍ୟକୁ ଶୋଇବା ସମୟରେ ନିଜର ପାଦ ଦକ୍ଷିଣ କିମ୍ବା ପୂର୍ବ ଦିଗକୁ ନରଖିବା ଉଚିତ ଅର୍ଥାତ ଆପଣଙ୍କୁ ଆପଣଙ୍କର ପାଦ ଉତ୍ତର କିମ୍ବା ପଶ୍ଚିମ ଦିଗରେ ରଖିବା ଉଚିତ। ଏହିପରି ଶୋଇବା ଦ୍ୱାରା ମନୁଷ୍ୟର ଶରୀରରେ ସକାରାତ୍ମକ ଉର୍ଜା ପ୍ରବେଶ କରିଥାଏ। କିଛି ଲୋକ ଏହି ଭୁଲ କରିଥାନ୍ତି କି ଶୋଇବା ସମୟରେ ତାଙ୍କ ପାଖରେ ପାଣି ରଖିକି ଶୋଇଥାନ୍ତି। ବାସ୍ତୁଶାସ୍ତ୍ରରେ ଏହାକୁ ଅଶୁଭ ବୋଲି ମାନାଯାଏ।
ଶୋଇବା ସମୟରେ ପାଣି ରଖି ଶୋଇଲେ ବ୍ୟକ୍ତିର ଚନ୍ଦ୍ରମା ପ୍ରଭାବିତ ହୋଇଥାଏ ଏବଂ ଏହାର ପ୍ରଭାବ ବ୍ୟକ୍ତିର ମାନସିକ ସ୍ୱାସ୍ଥ୍ୟ ଉପରେ ବି ପଡିଥାଏ। ଶୋଇବା ସମୟରେ ଧ୍ୟାନ ଦେବେ କି ଆପଣଙ୍କ ଆଖପାଖରେ କିମ୍ବା ଖଟ ତଳେ ଜୋତା ଚପଲ ଆଦି ନରଖନ୍ତୁ। ଏହା ଦୁର୍ଭାଗ୍ୟକୁ ଆମନ୍ତ୍ରଣ କରିଥାଏ। ଚପଲ ବା ଜୋତା ଏହାକୁ ଗୋଡ଼ରେ ପିନ୍ଧିଲେ ଏହା ଶରୀରର ସମସ୍ତ ନକରାତ୍ମକ ଉର୍ଜା ଏହି ବାଟ ଦେଇ ବାହାରକୁ ଯାଇଥାଏ। ଯଦି ଆପଣ ଏହାକୁ ପାଖରେ ରଖି କରି ଶୋଇବେ ତ ଏହାର ପ୍ରଭାବ ଆପଣଙ୍କ ଜୀବନ ଉପରେ ପଡିପାରେ
ଯେଉଁ ସ୍ଥାନରେ ଶୋଇଥାନ୍ତି ତା ସାମ୍ନାରେ ଆଇନା କେବେବି ରଖନ୍ତୁ ନାହିଁ। ଶୋଇବା ସମୟରେ ନିଜର ଛବି ଆଇନାରେ ନଦେଖିବା ଉଚିତ। ଆଉ ସକାଳୁ ଉଠିବା ପରେ ଆଇନାରେ ଛବି ନଦେଖିବା ଉଚିତ। ଏହା ଦ୍ବାରା ବ୍ୟକ୍ତିର ଡର ଏବଂ ଭ୍ରମ ଜନ୍ମ ହୋଇଥାଏ ଏବଂ ଖରାପ ସ୍ୱପ୍ନ ବି ଆସିଥାଏ। ଏହା ସହିତ ଏହାର ନକରାତ୍ମକ ପ୍ରଭାବ କାରଣରୁ ଜୀବନ ଅସ୍ତ ବ୍ୟସ୍ତ ହୋଇପଡେ।
ବାସ୍ତୁଶାସ୍ତ୍ର ଅନୁସାରେ ଶୋଇବା ସମୟରେ ନିଜ ପାଖରେ କେଉଁ ବି ପ୍ରକାରର ସୁଗନ୍ଧିତ ତେଲ ରଖନ୍ତୁ ନାହିଁ। ନକରାତ୍ମକ ଜିନିଷକୁ ଆକର୍ଷଣ କରିବା ଜିନିଷ ହୋଇଥାଏ ତେଲ। ଏହାକୁ ଆପଣ ପାଖରେ ରଖିଲେ ଏହାର ପ୍ରଭାବ ଆପଣଙ୍କ ଜୀବନ ଉପରେ ପଡିପାରେ।
ବାସ୍ତୁ ଅନୁସାରେ ମୁଣ୍ଡ ପାଖରେ ପୁସ୍ତକ ରଖିବା ଉଚିତ ନୁହେଁ। ଖାସ କରି ବିଦ୍ୟାର୍ଥୀ ମାନଙ୍କୁ ଏହି କଥାର ଧ୍ୟାନ ରଖିବା ଉଚିତ। ମୁଣ୍ଡ ପାଖରେ ପୁସ୍ତକ ରଖିବା ଦ୍ୱାରା ବ୍ୟକ୍ତିର ବୁଦ୍ଧ ଗ୍ରହ କମଜୋର ହୋଇଥାଏ। ବହିକୁ ପଢିବା ପରେ ତାକୁ ତାର ଉଚିତ ସ୍ଥାନରେ ରଖି ଦିଅନ୍ତୁ।
ବାସ୍ତୁ ଅନୁସାରେ ମନୁଷ୍ୟକୁନିଜର ଧନକୁ ମୁଣ୍ଡ ପାଖରେ ରଖି କରି କେବେବି ଶୋଇବା ଉଚିତ ନୁହେଁ। ଏହା ଦ୍ବାରା ଅଚାନକ ଖର୍ଚ୍ଚ ବଢି ଚାଲିଥାଏ ଏବଂ ଧନର ହାନି ଘଟିଥାଏ। ଧନକୁ ସର୍ବଦା ଉଚିତ ସ୍ଥାନରେ ରଖିବା ଉଚିତ।
କେବେବି ନିଜ ବେଡ଼ରୁମରେ ଝାଡୁକୁ ଠିଆ କରି ରଖିବେ ନାହିଁ। ଏହା ଦ୍ବାରା ଧନ ହାନି ହୋଇଥାଏ।