ଦୁଃଖଦ ଘଟଣା! ଶଳା ବାହାଘର ପାଇଁ ଛୁଟି ନମିଳିବାରୁ ଆତ୍ମହତ୍ୟା କଲେ ରେଳ କର୍ମଚାରୀ
ଲକ୍ଷ୍ନୌ : ଉତ୍ତରପ୍ରଦେଶର କାନପୁରରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଶଳା ବାହାଘରକୁ ଯିବା ପାଇଁ ଛୁଟି ନମିଳିବାରୁ ଟ୍ରେନ ଆଗରେ ଶୋଇ କରିଲେ ଆତ୍ମହତ୍ୟା । ଆଶ୍ଚର୍ଯ୍ୟର କଥା, ଦେହ ଅଧା କଟିଯାଇଥିବା ଜାଣିବା ପରେ ବି ସେ କିଛି ସମୟ ଧରି ତାଙ୍କ ସାଥି କର୍ମଚାରୀଙ୍କ ସହ କଥା ହେବାରେ ଭିଡିଓ ଭାଇରାଲ ହେବାରେ ଲାଗିଛି ।
କାନପୁର ଜିଲ୍ଲାର ପଙ୍କି ରେଳ ଷ୍ଟେସନରେ ରେଲୱେ ଟ୍ରାକ ମ୍ୟାନ୍ ଭାବେ କାର୍ଯ୍ୟ କରୁଥିବା ୩୩ ବର୍ଷୀୟ ରମେଶ ଯାଦବ ଆତ୍ମହତ୍ୟା କରିବା ଭଳି ଚରମ ପଦକ୍ଷେପ ନେଇଛନ୍ତି। ମୃତ ଯୁବକ ଜଣକ ହେଉଛନ୍ତି ଉତ୍ତରପ୍ରଦେଶର ଫତେପୁର ଜିଲ୍ଲା ଭାଟପୂର୍ବ ଗ୍ରାମର ରମେଶ ଯାଦବ। ସେ ରେଲୱେରେ ଟ୍ରାକ ମ୍ୟାନ ଭାବେ କାର୍ଯ୍ୟ କରୁଥିଲେ। ତାଙ୍କ ଶଳାର ବାହାଘର ଫେବୃଆରୀ ୧୯ରେ ଥିଲା। ସେ ତାଙ୍କ ଶଳା ବାହାଘରରେ ଯୋଗ ଦେବା ପାଇଁ ଛୁଟି ଆବେଦନ କରିଥିଲେ ହେଲେ ତାଙ୍କ ଉପରିସ୍ଥ ଅଧିକାରୀ ଚିତ୍ରେଶ ତିୱାରୀ ଛୁଟି ଖାରଜ କରିଥିଲେ | ଯେଉଁଥିପାଇଁ ଏଥିରେ ସେ ହତୋତ୍ସାହିତ ହୋଇ ଏକ ଟ୍ରେନ୍ ଆଗରେ ଶୋଇ ଆତ୍ମହତ୍ୟା କରିଥିଲେ । ତେବେ ଆତ୍ମହତ୍ୟା ପୂର୍ବରୁ ସେ ଏକ ଭିଡିଓ କରି ନିଜ ସୋଶାଲ ମିଡିଆରେ ଅପଲୋଡ଼ କରିଥିଲେ। ଏଥିରେ ଆତ୍ମହତ୍ୟାର କାରଣ ମଧ୍ୟ ଦର୍ଶାଇଛନ୍ତି। କହିଛନ୍ତି ମୋ ଶଳା ବାହାଘରରେ ଛୁଟି ନମିଳିବାରୁ ମୁଁ ଏଭଳି ଚରମ ପଦକ୍ଷେପ ନେବାକୁ ବାଧ୍ୟ ହେଉଛି। ଅନ୍ୟପଟେ ରମେଶଙ୍କ ପତ୍ନୀ ଏବଂ ଶାଶୁ ତାଙ୍କୁ ବାହାଘରକୁ ଆସିବା ପାଇଁ ଚାପ ପକାଉଥିଲେ । ଭିଡିଓ ଭାଇରାଲ ହେବା ପରେ ପ୍ରୟାଜରାଜ ଡିଭିଜନ୍ର ଡିଆରଏମ ମୋହିତ ଚନ୍ଦ୍ର ଏହାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।