ଏଣିକି ମୟୂରଭଞ୍ଜରୁ ଉଡିବ ବିମାନ! ସପ୍ତାହକୁ ୭ ଥର ଉଡ଼ାଣ ଭରିବ ୯ ଆସନ ବିଶିଷ୍ଟ ଏୟାରକ୍ରାଫ୍ଟ
ବାରିପଦା : ଏଣିକି ମୟୂରଭଞ୍ଜରୁ ଉଡିବ ବିମାନ । ଦୀର୍ଘ ବର୍ଷ ଧରି ଅବହେଳିତ ହୋଇ ପଡିରହିଥିବା ଅମର୍ଦ୍ଦା ଏୟାରଷ୍ଟ୍ରିପରୁ ଏଥର ଉଡ଼ିବ ବିମାନ । ଉଡ଼ାନ ଯୋଜନାରେ ସାମିଲ ହେଲା ମୟୂରଭଞ୍ଜ ଜିଲାର ରାସଗୋବିନ୍ଦପୁର ନିକଟରେ ଥିବା ଅମର୍ଦ୍ଦା ରୋଡ୍ ଏୟାରଷ୍ଟ୍ରିପ୍ ।
ରାସଗୋବିନ୍ଦପୁର-ଅମର୍ଦ୍ଦା ଏୟାର ଷ୍ଟ୍ରିପରୁ ବିମାନ ଉଡାଣ ନେଇ ଚିଠି। ସପ୍ତାହକୁ ୭ ଥର ଉଡ଼ାଣ ଭରିବ ୯ ଆସନ ବିଶିଷ୍ଟ ଏୟାରକ୍ରାଫ୍ଟ ।
ଏନେଇ ସୂଚନା ଦେଲେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ପ୍ରତିରକ୍ଷା ସଚିବ ଅଜୟ କୁମାରଙ୍କୁ ମୁଖ୍ୟ ଶାସନ ସଚିବଙ୍କ ଉଡାଣ ଅନୁମତି ମିଳିଥିବା ଅମର୍ଦ୍ଦା ଏୟାରଷ୍ଟ୍ରିପ କାର୍ଯ୍ୟକ୍ଷମ ନେଇ ଚିଠି। ଏୟାରଷ୍ଟ୍ରିପ କାର୍ଯ୍ୟକ୍ଷମ ହେଲେ ପର୍ଯ୍ୟଟନର ବିକାଶ ହେବ ।
ସୂଚନା ଯେ, ଅନେକ ବର୍ଷ ଧରି ଏହି ଏୟାରଷ୍ଟ୍ରିପକୁ ପୁନଃଉଦ୍ଧାର ପାଇଁ ଦାବି କରି ଆସୁଥିଲେ ମୟୂରଭଞ୍ଜ ଜିଲ୍ଲାବାସୀ। ଦ୍ବିତୀୟ ବିଶ୍ଵଯୁଦ୍ଧର ମୂକସାକ୍ଷୀ ତଥା ଏସିଆ ମହାଦେଶର ସର୍ବବୃହତ ଏୟାରଷ୍ଟ୍ରିପ ହେଉଛି ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ବ୍ଲକରେ ଥିବା ଅମର୍ଦ୍ଦା ଏୟାରଷ୍ଟ୍ରିପ। ପାଖାପାଖି ୬୦୦ ଏକର ଜମିରେ ନିର୍ମିତ ଏହି ଏୟାରଷ୍ଟ୍ରିପକୁ ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ବ୍ରିଟିଶ ସରକାର ୧୯୩୮ ମସିହାରେ ଆରମ୍ଭ କରି ୧୯୪୦ ମସିହାରେ ସମ୍ପୂର୍ଣ୍ଣ କରିଥିଲେ । ଆଉ ଏଥିପାଇଁ ସେ ସମୟରେ ଖର୍ଚ୍ଚ ହୋଇଥିଲା ତିନି କୋଟି ଟଙ୍କା।