ବାଇକ୍ ଡିକି ଭାଙ୍ଗି ୯୦ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
ଝାରସୁଗୁଡା : ବାଇକ୍ ଡିକି ଭାଙ୍ଗି ଲୁଟ୍ । ୯୦ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ଏନେଇ ତଦନ୍ତ ଆରମ୍ଭ କଲା ପୋଲିସ ।
ସୂଚନାଯୋଗ୍ୟ ଯେ, ଝାରସୁଗୁଡା ଜିଲା ବ୍ରଜରାଜନଗର ଥାନା କାଳୀନଗରର ନସିମ ଅହମ୍ମଦ ଲମଟିବାହାଲ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ଟଙ୍କା ଉଠାଇ ବାଇକ୍ ଡିକିରେ ରଖିଥିଲେ । ତାଙ୍କ ହିରୋ ଗ୍ଲାମର ଗାଡ଼ି ଡିକି ଭାଙ୍ଗି ୯୦ ହଜାର ଟଙ୍କା ନେଇଯାଇଛନ୍ତି ଦୁର୍ବୃତ୍ତ । ଏନେଇ ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ସିସିଟିଭି ଫୁଟେଜ୍ ଆଧାରରେ ତଦନ୍ତ ଜାରି ରଖିଛି ପୋଲିସ ।