ସାମ୍ନାକୁ ଆସିଲା ବିଏଚୟୁର ସହକାରୀ ପ୍ରଫେସରଙ୍କ ବିବାଦୀୟ କ୍ୟାଲେଣ୍ଡର
ନୂଆଦିଲ୍ଲୀ : ବନାରସ ହିନ୍ଧୁ ବିଶ୍ୱବିଦ୍ୟାଳୟ(ବିଏଚୟୁ)ର ସହକାରୀ ପ୍ରଫେସରଙ୍କ ବିବାଦୀୟ କ୍ୟାଲେଣ୍ଡର ଏବେ ସାମ୍ନାକୁ ଆସିଛି । ସେ ଭଗବାନ ରାମଙ୍କ ସ୍ଥାନରେ ନିଜ ଫୋଟୋ ଏବଂ ମା ସୀତାଙ୍କ ସ୍ଥାନରେ ତାଙ୍କ ପତ୍ନୀଙ୍କ ଫଟୋ ଲଗାଇଛନ୍ତି । ଏବେ ଏହି ଫଟୋ ସୋସିଆଲ ମିଡିଆରେ ଘୁରିବୁଲୁଥିବା ବେଳେ ଏହାକୁ ନେଇ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଅଭିଯୋଗ କରିଛନ୍ତି ।
ବିଶ୍ୱବିଦ୍ୟାଳୟର ଭିଜୁଆଲ ଆର୍ଟ ବିଭାଗ ଫେବୃଆରୀ ୫ ତାରିଖରୁ ଏକ ପ୍ରଦର୍ଶନୀ ଆରମ୍ଭ ହୋଇଥିବା ବେଳେ ଏହି କଳା ସମ୍ବନ୍ଧୀୟ ପ୍ରଦର୍ଶନୀ ଏକ ମାସ ଧରି ପ୍ରଦର୍ଶିତ ହେବ । ଏହି କ୍ୟାଲେଣ୍ଡର ଆର୍ଟରେ ଏହି ବିଭାଗର ସହକାରୀ ପ୍ରଫେସର ଅମରେଶ କୁମାର ଭଗବାନ ରାମଙ୍କ ମୁହଁରେ ନିଜର ଏବଂ ମାତାଙ୍କ ମୁହଁରେ ନିଜ ପତ୍ନୀଙ୍କ ମୁହଁ ଲଗାଇ ଥିବାର ଫଟୋ ଏବେ ସମ୍ନାକୁ ଆସିବା ପରେ ପ୍ରଫେସରଙ୍କ ନାମରେ ଅଭିଯୋଗ ହୋଇଛି । ଏଥି ସହିତ, ଏହି ପ୍ରସଙ୍ଗରେ ସହକାରୀ ପ୍ରଫେସର ଡ.ଅମ୍ରେଶ କୁମାର କହିଛନ୍ତି ଯେ ୧୦ବର୍ଷ ପୂର୍ବରୁ ଦେଶର ରାଜଧାନୀ ଦିଲ୍ଲୀରେ ମଧ୍ୟ ସେ ଏହି ଭଳି ଫଟୋ କ୍ୟାଲେଣ୍ଡର ପ୍ରଦର୍ଶନୀରେ ଲଗାଇଥିଲେ । ସେ ନିଜେ ଏବଂ ତାଙ୍କ ପରିବାର ଭଗବାନ ରାମଙ୍କର ବଡ଼ୁ ଭକ୍ତ ବୋଲି କହିଛନ୍ତି ପ୍ରଫେସର ।