ବନ୍ଦ ହୋଇଯିବ ୧୦ ଟଙ୍କିଆ କଏନ୍ ! ଚାଲିଛି ବିଚାରବିମର୍ଶ
ନୂଆଦିଲ୍ଲୀ: ବନ୍ଦ ହୋଇଯିବ ୧୦ ଟଙ୍କିଆ କଏନ୍ ! ଏହାକୁ ନେଇ ସଂସଦରେ ସରକାରଙ୍କୁ ଏକ ଲିଖିତ ପ୍ରଶ୍ନ ପଚରାଯାଇଥିଲା । ଯାହାର ଉତ୍ତରରେ କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତିଯେ, ୧୦ ଟଙ୍କିଆ କଏନକୁ ରିଜର୍ଭ ବ୍ୟାଙ୍କ ବିଭିନ୍ନ ଥିମ୍, ଆକାର ଏବଂ ଡିଜାଇନରେ ଜାରି କରିଥାଏ । ଏଗୁଡିକ ବୈଧ ଅଟେ । କେନ୍ଦ୍ର ଅର୍ଥମନ୍ତ୍ରୀ ପଙ୍କଜ ଚୌଧୁରୀ ଫେବୃଆରୀ ୮ରେ ରାଜ୍ୟସଭାରେ ଲିଖିତ ଭାବେ ଦର୍ଶାଇଥିଲେଯେ, ୧୦ ଟଙ୍କିଆ ସମସ୍ତ ପ୍ରକାରର କଏନ ଲିଗାଲ ଟେଣ୍ଡର ଅଟେ । ସରକାରଙ୍କୁ ପଚରାଯାଇଥିଲା ଯେ, ଦେଶର ଅନେକ ଅଞ୍ଚଳରେ ଲୋକମାନେ କିଛି ଟଙ୍କିଆ କଏନକୁ ନକଲି ବୋଲି ଗ୍ରହଣ କରୁ ନାହାଁନ୍ତି କି ? ଏହା ବ୍ୟତୀତ ତାଙ୍କୁ ପଚରାଯାଇଥିଲା ଯେ ସରକାର ୧୦ ଟଙ୍କିଆ କଏନକୁ ଆଇନଗତ ଟେଣ୍ଡର କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବେ କି ? ଏହି ପ୍ରଶ୍ନର ଉତ୍ତରରେ ପଙ୍କଜ ଚୌଧୁରୀ କହିଛନ୍ତି ଯେ, ବେଳେ ବେଳେ ୧୦ ଟଙ୍କିଆ କଏନ ଗ୍ରହଣ ନକରିବାର ଅଭିଯୋଗ ଆସୁଛି, କିନ୍ତୁ ଏହା ଆଇନଗତ ଟେଣ୍ଡର ଅଟେ । ପଙ୍କଜ ଚୌଧୁରୀ ସଂସଦକୁ ସୂଚନା ଦେଇଛନ୍ତିଯେ, ୧୦ ଟଙ୍କିଆ କଏନ ଗ୍ରହଣ ନକରିବା ନେଇ କୌଣସି ଦୋକାନୀଙ୍କ ବିରୋଧରେ ଅଭିଯୋଗର ନିର୍ଦ୍ଦିଷ୍ଟ ସୂଚନା ଉପଲବ୍ଧ ନାହିଁ ।
ଏହାସହ ସେ ସଚେତନତା ପ୍ରସାର କରିବା ଉପରେ ଗୁରୁତ୍ବାରୋପ କରିଥିଲେ। ସେ କହିଥିଲେ ଯେ, ୧୦ ଟଙ୍କିଆ କଏନକୁ ନେଇ ଥିବା ଭୁଲ ଧାରଣାକୁ ଦୂର କରିବା ଏବଂ ସାଧାରଣ ଲୋକଙ୍କ ମନରୁ ଭୟ ଦୂର କରିବା ପାଇଁ ବେଳେ ବେଳେ ଆରବିଆଇ ପ୍ରେସ ରିଲିଜ ଜାରି କରିଥାଏ। ଏଥିରେ ଲୋକମାନଙ୍କୁ ୧୦ ଟଙ୍କିଆ କଏନ ଗ୍ରହଣ କରିବାକୁ ଅନୁରୋଧ କରାଯାଇଥାଏ । ଏହା ବ୍ୟତୀତ ଆରବିଆଇ ଦେଶବ୍ୟାପୀ ଏସଏମଏସ ପଠାଇ ଏବଂ ପ୍ରିଣ୍ଟ ମିଡିଆରେ ଅଭିଯାନ ଜରିଆରେ ଲୋକଙ୍କୁ ସଚେତନତା କରିଥାଏ ।