ବାଲେଶ୍ୱର : ସାର୍ଥା ଓ ମହାପଦାରେ ବିଜେପିର ମହା ମିଶ୍ରଣ ପର୍ବ ଓ ନିର୍ବାଚନୀ ପ୍ରଚାର
ବାଲେଶ୍ୱର : ରାଜ୍ୟ ବିଜେପି ଯୁବମୋର୍ଚ୍ଚା ଉପ ସଭାପତି ତଥା ସଦର ନିର୍ବାଚନ ମଣ୍ଡଳୀର ନେତା ମାନସ କୁମାର ଦତ୍ତ ୨୫ନଂ, ୨୮ନଂ ଓ ୨୯ନଂ ଜୋନରେ ମାରାଥନ ପ୍ରଚାର କରିଛନ୍ତି । ଶ୍ରୀ ଦତ୍ତ ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ସାର୍ଥା, ଓଲନ୍ଦା ସାରଗାଁ ଓ କୁରାଡିହା ପଞ୍ଚାୟତରେ ସାଧାରଣ ଜନତାଙ୍କୁ ସମ୍ବୋଧିତ କରିବା ସହିତ ଦୁବୁଲାଗଡି ଠାରେ ଦଳୀୟ ପ୍ରାର୍ଥୀଙ୍କ ସମର୍ଥନରେ ଘରକୁ ଘର ବୁଲି ଭୋଟ ପାଇଁ ସାଧାରଣ ଲୋକଙ୍କ ଆଶୀର୍ବାଦ ଲୋଡିଛନ୍ତି । ଏହି ଅବସରରେ ସାର୍ଥା ଓ ଓଲନ୍ଦା ସାରଗାଁ ପଞ୍ଚାୟତରେ ସ୍ୱର୍ଗତ ଅରୁଣ ଦେ ଓ ବିଜେଡିର ବହୁ ସମର୍ଥକ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ବିକାଶମୂଳକ ଯୋଜନାରେ ଅନୁପ୍ରାଣିତ ହୋଇ ଓ ସଦର ନେତା ମାନସ ଦତ୍ତଙ୍କ ନେତୃତ୍ୱକୁ ସ୍ୱୀକାର କରି ବିଜୁ ଜନତା ଦଳ ଛାଡି ଆଜି ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି । ସାର୍ଥା ପଞ୍ଚାୟତର ସୁଜୟ ରଣା, ବିଷ୍ଣୁପଦ ନଟୁଆ, ଦମ୍ବୋଧର ବାରିକ, କେଶବ ମହାକୁଡ, ମାଳତୀ ପାତ୍ର, ସାଇବ ପାତ୍ର, ବୁଲୁ ଗିରି, ନିରଞ୍ଜନ ସାହୁ, ଅଜୟ ରଣା, କୁଶଳ ପାତ୍ର, କାର୍ତ୍ତିକ ରଣା, ଚୈତନ୍ୟ ସାହୁ ଓ ଓଲନ୍ଦା ସାରଗାଁ ପଞ୍ଚାୟତର କମଲ ଲୋଚନ ମନ୍ତ୍ରୀ, ହରେକୃଷ୍ଣ ସାହାଣୀ, ସୁଶାନ୍ତ ଦାସ, ଅକ୍ଷୟ ଦାସ, ଗଗନ ବିହାରୀ ଦାସ, ଅଶୋକ ରାଉତ, ରାମହରୀ ଧଳ, ସୃଷ୍ଟିଧର ଦାସ, ଲକ୍ଷ୍ମୀଧର ଦାସ, ରବୀନ୍ଦ୍ର ସେଠୀ ପ୍ରମୁଖ ଲୋକଙ୍କୁ ଶ୍ରୀ ଦତ୍ତ ଉତ୍ତରୀୟ ଦେଇ ଦଳକୁ ସ୍ୱାଗତ କରିଛନ୍ତି । ସମସ୍ତଙ୍କ ଯୋଗଦାନ ଆଗାମୀ ଦିନରେ ଦଳକୁ ଆହୁରି ତୃଣମୂଳ ସ୍ତରରେ ସୁଦୃଢ କରିବ ବୋଲି ଶ୍ରୀ ଦତ୍ତ ମତପ୍ରକାଶ କରିଛନ୍ତି ।
ଶ୍ରୀ ଦତ୍ତ କହିଛନ୍ତି ଯେ ଉପ ନିର୍ବାଚନକୁ ୧ ବର୍ଷ ବିତିଯାଇ ଥିବା ବେଳେ କୌଣସି ବିକାଶମୂଳକ କାର୍ଯ୍ୟ ହୋଇପାରି ନାହିଁ । ମୋଦି ସରକାର ବ୍ୟାପକ ମାତ୍ରାରେ ଅର୍ଥ ପଠାଉଥିବା ବେଳେ ଏଠି ବିଜେଡିର ନେତା କର୍ମୀ ମାନେ ଠିକାଦାର ସାଜି ଲୁଟିଛନ୍ତି । କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନ ଓ ଗରିବ କଲ୍ୟାଣ ଯୋଜନାରୁ ବଞ୍ଚିତ ହେଉଛନ୍ତି । ସରକାରୀ କଳ ବଳ ଜରିଆରେ ଭୋଟରମାନଙ୍କୁ ପ୍ରଭାବିତ କରି ନିର୍ବାଚନ ହାତେଇବାକୁ ଶାସକ ବିଜେଡି ଅପପ୍ରୟାସ ଜାରି ରଖିଛି ଓ ଚଳିତ ପଞ୍ଚାୟତ ନିର୍ବାଚନରେ ଜନତା ଏହାର ଉଚିତ ଜବାବ ଦେବେ ବୋଲି ଶ୍ରୀ ଦତ୍ତ ପରିପ୍ରକାଶ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ୨୫ନଂ ଜିଲ୍ଲାପରିଷଦ ପ୍ରାର୍ଥୀ ଗୟାଧର ବେହେରା, ୨୮ନଂ ଜିଲ୍ଲାପରିଷଦ ପ୍ରାର୍ଥୀ ସନ୍ତୋଷ ସେଠୀ, ୨୯ନଂ ଜିଲ୍ଲାପରିଷଦ ପ୍ରାର୍ଥୀ ବିଜୟ କୁମାର ନାୟକ, ସାର୍ଥାର ସରପଞ୍ଚ ପ୍ରାର୍ଥୀ ସୁଶାନ୍ତ ବାଗ ଓ ସମିତିସଭ୍ୟ ପ୍ରାର୍ଥୀ ସନାତନ ସେଠୀ, ଓଲନ୍ଦା ସାରଗାଁର ସରପଞ୍ଚ ପ୍ରାର୍ôଥନୀ ଆରତୀ ଦାସ ଓ ସମିତିସଭ୍ୟା ପ୍ରାର୍ôଥନୀ ରଶ୍ମିତା ନାୟକ, ଦୁବୁଲାଗଡିର ସରପଞ୍ଚ ପ୍ରାର୍ଥୀ ମହେଶ୍ୱର ମାନ୍ନା ଓ ସମିତିସଭ୍ୟ ପ୍ରାର୍ଥୀ ରବୀନ୍ଦ୍ର ଜେନା, କୁରାଡିହାର ସରପଞ୍ଚ ପ୍ରାର୍ଥୀ ନିରଞ୍ଜନ ଧଳ ଓ ସମିତିସଭ୍ୟ ପ୍ରାର୍ଥୀ ରାଜକିଶୋର ମହାଳିକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପର୍ଶୁରାମ ବେହେରା, ଲୋକନାଥ ଭୂୟାଁ, ବିଜୟ ଦାସ, ଭୁଦେବ ସାହୁ, ଅରବିନ୍ଦ ଜେନା, ବିଷ୍ଣୁ ଧିଣ୍ଡା, ସାନିଆ ମୁର୍ମୁ, ଜୟନ୍ତୀ ମୁର୍ମୁ, ଦିଲ୍ଲୀପ ମହାନ୍ତି, ମଞ୍ଜୁ ଗାୟନ, ହରେକୃଷ୍ଣ ମାନ୍ନା, ଦେବୁ ଦାସ, ବାପି ଦାସ, ରାଧାଶ୍ୟାମ ଜେନା, ପତିତପାବନ ଦାସ, ପିତାମ୍ବର ଭୂୟାଁ, ବିଷ୍ଣୁ ପ୍ରଧାନ, ରଘୁ ମହାଳିକ, ଅଶୋକ ଦାସ, କାର୍ତ୍ତିକ ପ୍ରଧାନ, ସଦାଶିବ ଜେନା, ପୁରୁଷୋତ୍ତମ ବାରିକ, କାଳିଆ ପ୍ରଧାନ, ରଞ୍ଜନ ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।