ଅସାବଧାନତା ହେତୁ ଲୁଗାରେ ଲାଗିଲା ନିଆଁ, ମହିଳା ଗୁରୁତର

ଢେଙ୍କାନାଳ : ଶୀତରୁ ରକ୍ଷା ପାଇବା ପାଇଁ ନିଆଁ ପାଖରେ ବସିଥିଲେ ମହିଳା ଅସାବଧାନତା ହେତୁ ଲୁଗାରେ ଲାଗିଗଲା ନିଆଁ । ଯାହାଫଳରେ ନିଆଁରେ ପୋଡି ହୋଇ ଜଣେ ମହିଳା ଗୁରୁତର ହୋଇଛନ୍ତି । ଏହି ପରି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲା ଭୁବନ ସୁରପ୍ରତାପପୁରରେ | ଗୁରୁତର ମହିଳା ଜଣଙ୍କ ସୁରପ୍ରତାପୁର ଗାଁର ସିମା ରାଉତ ବୋଲି ଜଣାପଡିଛି ।
ସୂଚନା ଅନୁଯାୟୀ, ସୋମବାର ସକାଳ ସମୟରେ ଘର ନିକଟରେ ନିଆଁ ପୋଇଁବା ବେଳେ ହଠାତ୍ ମହିଳାଙ୍କ ଲୁଗାରେ ନିଆଁ ଲାଗିଯାଇଥିଲା । ଶରୀର ପ୍ରାୟ ୭୦ ଭାଇ ପୋଡି ଯାଇଥିବା ଡାକ୍ତରଖାନା ସୁତ୍ରରୁ ଜଣାପଡିଛି । ମହିଳାଙ୍କୁ ଗୁରୁତର ଅବସ୍ଥାରେ ପରିବାର ଲୋକେ ଉଦ୍ଧାର କରି ପ୍ରଥମେ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।