ପଞ୍ଜାବରେ କ୍ଷମତାକୁ ଆସିଲେ ୧ ଲକ୍ଷଙ୍କୁ ସରକାରୀ ଚାକିରୀ: ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି
ଚଣ୍ଡିଗଡ : ନିର୍ବାଚନକୁ ନେଇ ରାଜନୈତିକ ବାତାବରଣ ସବୁଠି ସରଗରମ । ବିଭିନ୍ନ ରାଜନୈତିକ ଦଳ ଭୋଟରମାନଙ୍କୁ ପ୍ରତିଶ୍ରୁତି ଉପରେ ପ୍ରତିଶ୍ରୁତି ଦେଇ ଚାଲିଛନ୍ତି । କିଏ କହୁଛି କ୍ଷମତାକୁ ଆସିଲେ ମାଗଣା ବିଜୁଳି ଯୋଗାଇ ଦବୁ ତ ଆଉ କିଏ କହୁଛି ମାଗଣା ଜଳ ଯୋଗାଇ ଦେବୁ । ଖାଲି ଏତିକି ନୁହେଁ ମାଗଣା ଖାଦ୍ୟ ସହ ଗ୍ୟାସ ସିଲିଣ୍ଡର ମଧ୍ୟ ଯୋଗାଇ ଦେବାକୁ ରାଜନୈତିକ ଦଳମାନେ ପ୍ରତିଶ୍ରୁତି ଦେଉଛନ୍ତି ।
Chandigarh | On being voted to power, we will provide 1 lakh government jobs to the youth of the state: Punjab CM Charanjit S Channi pic.twitter.com/smOeY8svQM
— ANI (@ANI) February 14, 2022
ନିଜ ନିଜ ଦଳ ଆଡକୁ ଆକୃଷ୍ଟ କରିବା ପାଇଁ ଏମିତି ଅନେକ ଯୋଜନା କରୁଛନ୍ତି । ଏହାରି ଭିତରେ ପଞ୍ଜାବ କଂଗ୍ରେସ ମଧ୍ୟ ଭୋଟରମାନଙ୍କୁ ଦଳ ପ୍ରତି ଆକ୍ରୁଷ୍ଟ କରିବା ପାଇଁ ନୂଆ ଯୋଜନା ଆରମ୍ଭ କରିଛି । ଯଦି ପୁଣି ପଞ୍ଜାବ ସରକାର ଗଠନ ହୁଏ ତେବେ ରାଜ୍ୟର ୧ ଲକ୍ଷ ବେକାର ଯୁବକ ଓ ଯୁବତୀଙ୍କୁ ମିଳିବ ସରକାରୀ ଚାକିରୀ । ଏ ନେଇ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି କହିଛନ୍ତି । ଗତକାଲି ଏକ ନିର୍ବାଚନୀ ସଭାରେ ଚନ୍ନି ଏ ନେଇ ଘୋଷଣା କରିଥିଲେ । ସେ କହିଥିଲେ ଯେ, କଂଗ୍ରେସ ସରକାର କ୍ଷମତାକୁ ଆସିଲେ ରାଜ୍ୟରେ ଗରିବ ମହିଳାମାନଙ୍କୁ ମାସିକ ୧୧୦୦ ଟଙ୍କା ସହାୟତା ଯୋଗାଇ ଦେବ । ଏହା ସହ ପ୍ରତି ପରିବାରକୁ ବର୍ଷକୁ ୮ଟି ଗ୍ୟାସ ସିଲିଣ୍ଡର ମଗାଣାରେ ଯୋଗାଇ ଦେବ ବୋଲି ଘୋଷଣା କରିଛନ୍ତି ।