ପରିବା ବିକ୍ରି ଆଳରେ ଗଞ୍ଜେଇ ବେପାର, ଜଣେ ଗିରଫ

ଢେଙ୍କାନାଳ : ପରିବା ବିକ୍ରି ଆଳରେ ଚାଲିଥିଲା ଗଞ୍ଜେଇ ବେପାର । ମାଡି ବସିଲା ପୋଲିସ । ଟିଭିଏସ୍ ଲୁନା ସହ ଜଣଙ୍କୁ ଗିରଫ କଲା ଢେଙ୍କାନାଳ ଟାଉନ୍ ପୋଲିସ ।
ଖବର ଅନୁଯାୟୀ, ଟିଭିଏସ ଲୁନାରେ ପରିବା ବସ୍ତା ବୋଲି କହି ଆଠମଲ୍ଲିକରୁ କଟକ ଅଞ୍ଚଳକୁ ହେଉଥିଲା ଗଞ୍ଜେଇ ଚୋରା ଚାଲାଣ । ବିଶେଷ ସୂତ୍ରରୁ ସୂଚନା ପାଇ ଢେଙ୍କାନାଳ ଟାଉନ ପୁଲିସ ଏହି ବେପାରୀକୁ ଚତୁରତାର ସହ କାବୁ କରିଛି । ଢେଙ୍କାନାଳ ସହରର ମହିଷାପାଟ ଅଞ୍ଚଳରୁ ଟାଉନ ଥାନା ପୁଲିସ ଏହି ଗଞ୍ଜେଇ ବେପାରୀକୁ କାବୁ କରିଛି।ତେବେ ଗିରଫ ବେପାରୀ ଜଣଙ୍କ ଢେଙ୍କାନାଳ ନୂଆ ଭୁବନ ଅଞ୍ଚଳର ବରୁଣ ସାହୁ । ଚଢାଉ ବେଳେ ତାଙ୍କ ଠାରୁ ଏକ ବସ୍ତା ଗଞ୍ଜେଇ ଜବତ କରିଛି ପୁଲିସ। ଯାହାର ଓଜନ ୨୦କେଜି ୩ ଶହ ଗ୍ରାମ ହେବ ବୋଲି ଜଣାପଡିଛି । ପୁଲିସ ବରୁଣକୁ ଗିରଫ କରିବା ସହ ତାର ଗାଡିକୁ ଜବତ କରିଛି।