ଆଜିଠୁ ସାଧାରଣ ଲୋକଙ୍କ ପାଇଁ ଖୋଲିଲା ‘ମୋଗଲ ଗାର୍ଡେନ’
ନୂଆଦିଲ୍ଲୀ : ସବୁ ବର୍ଷ ଭଳି ଏବର୍ଷ ବି ସାଧାରଣ ଲୋକଙ୍କ ପାଇଁ ଖୋଲା ଯାଇଛି ରାଷ୍ଟ୍ରପତି ଭବନରେ ଥିବା ମୋଗଲ ଗାର୍ଡେନ। ଆଜି ଠାରୁ ଦୀର୍ଘ ମାସେ ଧରି ଖୋଲା ରହିବ ଏହି ମୋଗଲ ଗାର୍ଡେନ। ଏନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ଗୁରୁବାର ସୂଚନା ଦିଆଯାଇଥିଲା। ତେବେ ଚଳିତ ବର୍ଷ କରୋନା ମହାମାରୀ କାରଣରୁ କେବଳ ଅନଲାଇନ୍ ମାଧ୍ୟମରେ ଟିକେଟ୍ ବୁକିଂର ବ୍ୟବସ୍ଥା କରାଯାଇଛି। ୱାକ୍ ଇନ୍ ଟିକେଟ୍ ବୁକିଂର ସୁବିଧା ଚଳିତ ବର୍ଷ ବନ୍ଦନ ରହିଛି।
ଫେବୃଆରୀ ୧୨ ଅର୍ଥାତ୍ ଆଜି ଠାରୁ ମାର୍ଚ୍ଚ ୧୬ ପର୍ଯ୍ୟନ୍ତ ମୋଗଲ ଗାର୍ଡେନ ଖୋଲା ରହିବ ବୋଲି ରାଷ୍ଟ୍ରପତି ଭବନ ପକ୍ଷରୁ ସୂଚନା ଦିଆଯାଇଛି। ମାତ୍ର ସବୁ ସୋମବାର ଦିନ ଗାର୍ଡେନ ବନ୍ଦ ରହିବ ବିଶୋଧନ ଓ ଅନ୍ୟ ମେଣ୍ଟେନାନ୍ସ କାର୍ଯ୍ୟ ପାଇଁ। ତେବେ ଦିନ ୧୦ ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ପର୍ଯ୍ୟଟକ ମାନଙ୍କ ପାଇଁ ମୋଗଲ ଗାର୍ଡେନ ଖୋଲା ରହିବ। ୭ ଟି ପ୍ରି ବୁକ୍ ସ୍ଲଟ୍ ମାଧ୍ୟମରେ ଲୋକମାନେ ଗାର୍ଡେନ ଭିତରକୁ ପ୍ରବେଶ କରିପାରିବେ।