କରୋନା ମଧ୍ୟରେ ଆତଙ୍କ ଖେଳାଇଲାଣି ଲାସା ଫିଭର! ଜାଣି ରଖନ୍ତୁ ଏହାର ଲକ୍ଷଣ
ନୂଆଦିଲ୍ଲୀ: ବ୍ରିଟେନରେ କୋରୋନା ଭାଇରସ୍ ସଙ୍କଟ ମଧ୍ୟରେ ଇବୋଲା ପରି ଲାସା ଜ୍ୱରର ଆଶଙ୍କା ମଧ୍ୟ ଦିନକୁ ଦିନ ବଢିବାରେ ଲାଗିଛି। ତେବେ ଏହାରି ମଧ୍ୟରେ ଲାସା ଜ୍ୱରରେ ପୀଡିତ ବ୍ରିଟେନରେ ସଂକ୍ରମିତ ତୃତୀୟ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ବ୍ରିଟେନର ସ୍ୱାସ୍ଥ୍ୟ ସୁରକ୍ଷା ଏଜେନ୍ସି (ୟୁକେଏଚଏସଏ) ମଧ୍ୟ ଏହାର ଅନେକ ମାମଲା ନିଶ୍ଚିତ କରିବା ପରେ ନୂଆ ମୃତ୍ୟୁ ତଥ୍ୟ ବିଷୟରେ ସୂଚନା ଦେଇଛି | ପୂର୍ବ ଇଂଲଣ୍ଡର ଗୋଟିଏ ପରିବାର ପଶ୍ଚିମ ଆଫ୍ରିକା ଗସ୍ତରୁ ଫେରିବା ପରେ ତିନି ଜଣ ସଂକ୍ରମିତ ହୋଇଥିବା ଜଣାପଡିଥିଲା। ବେଡଫୋର୍ଡଶାୟାର ହସପିଟାଲ ଏନଏଚଏସ ଫାଉଣ୍ଡେସନ ଟ୍ରଷ୍ଟର ମୁଖପାତ୍ର କହିଛନ୍ତି, ‘ଲାସା ଜ୍ୱରରେ ଆକ୍ରାନ୍ତ ଆମ ଟ୍ରଷ୍ଟରୁ ଜଣେ ରୋଗୀର ମୃତ୍ୟୁକୁ ନେଇ ଆମେ ତଥ୍ୟ ପ୍ରକାଶ କରୁଛୁ।
ସେ କହିଛନ୍ତି ଯେ, ‘ଆମେ ରୋଗୀର ପରିବାରକୁ ସମର୍ଥନ କରିବା ଜାରି ରଖିବୁ ଏବଂ ଆମର କର୍ମଚାରୀ ବ୍ରିଟେନର ସ୍ୱାସ୍ଥ୍ୟ ସୁରକ୍ଷା ଏଜେନ୍ସିର ସହକର୍ମୀମାନଙ୍କ ସହ ଘନିଷ୍ଠ ଭାବରେ କାର୍ଯ୍ୟ କରୁଛନ୍ତି। ଯାହା ଦ୍ୱାରା ଏହା ଭଲ ଭାବରେ ଅନୁସନ୍ଧାନ କରାଯାଇପାରିବ। ଏନେଇ ୟୁକେଏଚଏସଏ କହିଛି ଯେ ସାଧାରଣ ଜନତାଙ୍କ ପ୍ରତି ବିପଦ ବହୁତ କମ୍ ରହିଛି। ଲାସା ଜ୍ୱର ହେଉଛି ଏକ ଭାଇରାଲ୍ ଜ୍ୱର, ଯାହା ଆଭ୍ୟନ୍ତରୀଣ ରକ୍ତସ୍ରାବ ସୃଷ୍ଟି କରିପାରେ ଏବଂ ଏକାଧିକ ଅଙ୍ଗକୁ ପ୍ରଭାବିତ କରିଥାଏ । ଲୋକମାନେ ସାଧାରଣତଃ ଖାଦ୍ୟ କିମ୍ବା ବସ୍ତୁର ସଂସ୍ପର୍ଶରେ ଆସି ସଂକ୍ରମିତ ହେବା ସହ ପରିସ୍ରା କିମ୍ବା ମଳ ସଂସ୍ପର୍ଶରେ ମଧ୍ୟ ସଂକ୍ରମିତ ହେଉଛନ୍ତି। କେବଳ ଏତିକି ନୁହେଁ ଝାଳ ଦ୍ୱାରା ମଧ୍ୟ ଏହି ଲାସା ଜ୍ୱରର ପ୍ରଭାବ ଦେଖିବାକୁ ମିଳୁଛି।
ଏହି ଭାଇରସ ଠାରୁ ବିଶେଷ କରି ପରିବାର ଗଣ ଦୂରେଇ ରହିବା ଉଚିତ୍। ମାତ୍ର ଆଶ୍ୱସ୍ତିକର ଖବର ଏହା ଯେ, ଏହି ଜ୍ୱର ଏତେ ସଂକ୍ରାମକ ଓ ଭୟଙ୍କର ନୁହେଁ। ମାତ୍ର ଏହାକୁ ପଶ୍ଚିମ ଆଫ୍ରିକୀୟ ଦେଶ ଗୁଡିକରେ ଏଣ୍ଡାମିକ ଭାବେ ଘୋଷଣା କରାଯାଇଥିଲା। ଲାସା ଜ୍ୱରରେ ସଂକ୍ରମିତ ପରେ କିଛିଦିନ ପରେ ସଂକ୍ରମିତ ଶୀଘ୍ର ସୁସ୍ଥ ମଧ୍ୟ ହେଇଯାଉଛନ୍ତି। ମାତ୍ର କିଛି ଲୋକ ଗମ୍ଭୀର ଭାବେ ଗୁରୁତର ହୋଇଯାଆନ୍ତି। ଏହି ରୋଗର ଉତ୍ପତ୍ତି ଉତ୍ତର ନାଇଜେରିଆ ର ଲାସା ସହରରେ ହୋଇଥିଲା। ଜ୍ୱର ହେବା ପରେ ସଂକ୍ରମିତଙ୍କୁ ୨୧ ଦିନ ସମୟ ଲାଗିଥାଏ ଏହି ଭାଇରାଲରୁ ସୁସ୍ଥ ହେବା ପାଇଁ। ହେଲେ ସଂକ୍ରମିତଙ୍କ ଶରୀରରୁ ବାହାରୁଥିବା ତରଳ ପଦାର୍ଥରୁ ଏହି ଜ୍ୱର ଜଣଙ୍କ ଠୁ ଅନ୍ୟ ଜଣଙ୍କୁ ବ୍ୟାପିଥାଏ।
ଏହି ଜ୍ୱରରେ ଲକ୍ଷଣ କଣ :
ଲାସା ଜ୍ୱରରେ ଅଧିକାଂଶ ସମୟରେ ରୋଗୀଙ୍କ ଠାରେ କିଛି ବି ଲକ୍ଷଣ ଦେଖାଦେଇନଥାଏ। ମାତ୍ର ଏହି ରୋଗର ଲକ୍ଷଣରେ ଜ୍ୱର, ଥକ୍କାପଣ, ବାନ୍ତି, ମୁଣ୍ଡବିନ୍ଧା, ପେଟ ଯନ୍ତ୍ରଣା ଓ ଗଳା ଯନ୍ତ୍ରଣା ହୋଇଥିବା ନେଇ ନଜିର ରହିଛି। ୟୁକେଏଚଏସଏର ଜଣେ ବରିଷ୍ଠ ଡାକ୍ତର କହିଛନ୍ତି ଯେ, ଏହି ଲକ୍ଷଣ ଓ ରୋଗ କେବଳ ଗୋଟିଏ ପରିବାର ପାଖରେ ଦେଖାଯାଇଛି। ବ୍ରିଟେନରେ ଲାସା ଜ୍ୱରର ଘଟଣା ବହୁତ ଦୁର୍ଲଭ ଅଟେ। ତେବେ ଏହା ଏତେ ସଂକ୍ରାମକ ନୁହେଁ। ସେମିତି ଦେଖିବାକୁ ଗଲେ ମନୁଷ୍ୟ ଉପରେ ଏହାର ବିଶେଷ କରି କିଛି ପ୍ରଭାବ ପଡୁନଥିବା ଜଣାପଡ଼ିଛି।