ଦେଶରେ ଆଉ ୫୮,୦୭୭ କରୋନା ସଂକ୍ରମିତ ଚିହ୍ନଟ, ୬୫୭ ମୃତ
ନୂଆଦିଲ୍ଲୀ : ଦେଶରେ କରୋନା ଭୂତାଣୁ ସଙ୍କଟ କମ୍ ହେବାରେ ଲାଗିଛି । ଗତ ଗୁରୁବାର ଅପେକ୍ଷା ଶୁକ୍ରବାର କରୋନା ମାମଲାରେ ହ୍ରାସ ଦେଖାଦେଇଛି । ଏହାସହ ମୃତ୍ୟୁ ମାମଲାରେ ମଧ୍ୟ ହ୍ରାସ ଘଟିଛି । ଶୁକ୍ରବାର ସକାଳେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସର୍ବଶେଷ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୮ ହଜାର ୭୭ ନୂତନ କରୋନା ମାମଲା ଚିହ୍ନଟ ହୋଇଛି । ଏହାସହ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬୫୭ ସଂକ୍ରମିତଙ୍କର ମୃତ୍ୟୁ ମାମଲା ସାମ୍ନାକୁ ଆସିଛି । ସେପଟେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧,୫୦,୪୦୭ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଅର୍ଥାତ ଗୋଟିଏ ଦିନରେ ଦେଶରେ ୯୨,୯୮୭ ସକ୍ରିୟ ମାମଲାରେ ହ୍ରାସ ଘଟିଛି । ବର୍ତ୍ତମାନ ସମୟରେ ଦେଶରେ ଦୈନିକ ପଜିଟିଭ୍ ରେଟ୍ ୩.୮୯ ପ୍ରତିଶତ ରହିଛି । ଯାହା ଗତକାଲି ଏହି ହାର ୪ ପ୍ରତିଶତ ଥିଲା । ଗତକାଲି ତୁଳନାରେ ଆଜି ୧୩.୪ ପ୍ରତିଶତ କମ୍ ମାମଲା ଚିହ୍ନଟ ହୋଇଛି । ଗତକାଲି ଦେଶରେ ୬୭ ହଜାର ୮୪ ସଂକ୍ରମିତ ମାମଲା ଚିହ୍ନଟ ହୋଇଥିଲା ।
ସେପଟେ ଦେଶରେ ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ ୪ କୋଟି ୨୫ ଲକ୍ଷ ୩୬ ହଜାର ୧୩୭ ସଂକ୍ରମିତ ମାମଲା ଚିହ୍ନଟ ହୋଇସାରିଛି । ସେହିପରି ଦେଶରେ ମୋଟ ୪ କୋଟି ୧୩ ଲକ୍ଷ ୩୧ ହଜାର ୧୫୮ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ସମୟରେ ଦେଶରେ ମୋଟ ୬ ଲକ୍ଷ ୯୭ ହଜାର ୨ କୋରୋନାର ସକ୍ରିୟ ମାମଲା ରହିଛି । ସେହିପରି ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୫ ଲକ୍ଷ ୭ ହଜାର ୧୭୭ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି ।