କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ

ସୋର : ବାଲେଶ୍ୱର ଜିଲାରେ ଧଳାଜହର କାରବାର ବଢି ଚାଲିଛି । ପ୍ରତିଦିନ ଜିଲା ଦେଇ ରାଜ୍ୟ ଭିତରକୁ କୋଟି କୋଟି ଟଙ୍କାର ଧଳାଜହର ଚାଲାଣ କରାଯାଉଛି । ଯାହା ଏବେ ରାଜ୍ୟ ଅବକାରୀ ବିଭାଗ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହୋଇ ଛିଡା ହୋଇଛି । ଏହି ପରିପ୍ରେକ୍ଷୀରେ ବାଲେଶ୍ବର ଜିଲା ଅନ୍ତର୍ଗତ ସୋରୋ ୧୬ନମ୍ବର ଜାତୀୟ ରାଜପଥରରୁ ବ୍ରାଉନସୁଗାର ଜବତ ହୋଇଛି ।
କ୍ରାଇମବ୍ରାଞ୍ଚ ଏସଟିଏଫ ଅଧିକାରୀମାନେ ଚଢ଼ାଉ କରି ଏକ କିଲୋ ଶହେ ଗ୍ରାମ ବ୍ରାଉନସୁଗାର ଜବତ କରିଛନ୍ତି । ଜବତ ବ୍ରାଉନସୁଗାରର ମୂଲ୍ୟ ୧କୋଟି ୧୯ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ସେହିପରି ଏହି ଘଟଣାରେ ବାବୁ ଓରଫ କଲିମ ନାମକ କୁଖ୍ୟାତ ବେପାରୀକୁ ଗିରଫ କରାଯାଇଛି ।