ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୫ କୋଟି ଟଙ୍କା ପ୍ରଦାନ କଲା ରାଜ୍ୟ ପାନୀୟ ନିଗମ
ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ପାନୀୟ ନିଗମ ତରଫରୁ ବୁଧବାର ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୫ କୋଟି ଟଙ୍କା ପ୍ରଦାନ କରାଯାଇଛି । ରାଜ୍ୟ ଲୋକସେବା ଭବନଠାରେ ଉନ୍ନୟନ କମିସନର ପ୍ରଦୀପ କୁମାର ଜେନାଙ୍କ ଉପସ୍ଥିତିରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏହି ରାଶିର ଚେକ୍ ନିଗମର ଅଧ୍ୟକ୍ଷ ସୁଶୀଲ କମାର ଲୋହାନୀଙ୍କ ଠାରୁ ଗ୍ରହଣ କରିଛନ୍ତି ।
ଚେକ୍ ପ୍ରଦାନ କରି ଲୋହାନୀ ଜଣାଇଥିଲେ ଯେ, ଚଳିତ ଆଥିର୍କ ବର୍ଷ ୨୦୨୧-୨୨ ପାଇଁ ଜୁନ୍ ମାସରେ ନିଗମ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫ କୋଟି ଟଙ୍କା ପ୍ରଦାନ କରାଯାଇଥିଲା । ଆଜିର ରାଶିକୁ ମିଶାଇ ଚଳିତ ଆର୍ôଥକ ବର୍ଷରେ ସମୁଦାୟ ୧୦ କୋଟି ଟଙ୍କା ନିଗମ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରାଯାଇଛି । ଏହି ଅବସରରେ ନିଗମ ତରଫରୁ ୨୦୨୦-୨୧ ଆର୍ôଥକ ବର୍ଷର ଡିଭିଜନ ବାବଦରେ ୬ କୋଟି ୨୬ ଲକ୍ଷ ୩୨୦ ହଜାର ୮୮ ଟଙ୍କାର ଚେକ୍ ମଧ୍ୟ ଶ୍ରୀ ଲୋହାନୀ ମୁଖ୍ୟ ଶାସନ ସଚିବଙ୍କ ମାଧ୍ୟମରେ ସରକାରଙ୍କୁ ପ୍ରଦାନ କରିଥିଲେ । ଚେକ୍ ଗ୍ରହଣକରି ଶ୍ରୀ ମହାପାତ୍ର ଲାଭଜନକ ପରିଚାଳନା ନିମନ୍ତେ ନିଗମର ସମସ୍ତ ଅଧିକାରୀ ଏବଂ କର୍ମଚାରୀ ଙ୍କୁ ସାଧୁବାଦ ଜଣାଇଥିଲେ ।