ଘରକୁ ସମୃଦ୍ଧି ଆଣିଥାଏ ମନି ପ୍ଲାଣ୍ଟ: କେଉଁ ସ୍ଥାନରେ ଲଗାଇବେ ଜାଣନ୍ତୁ
ଘରେ ଗଛ ଲଗାଇବା କାହାକୁ ପସନ୍ଦ ନୁହେଁ । ଘରେ ଗଛ ଲଗାଇବା ଦ୍ୱାରା ଘର ସୁନ୍ଦର ଦେଖାଯିବା ସହିତ ସତେଜ ସତେଜ ମଧ୍ୟ ଲାଗେ । ବହୁ ଲୋକ ଘର ସଜାଇବା ପାଇଁ ମନି ଫ୍ଲାଣ୍ଟ ଲଗାଇଥାନ୍ତି । କୁହାଯାଏ ମନି ଫ୍ଲଣ୍ଟା ଲଗାଇବା ଦ୍ୱାରା ଘରକୁ ସୁଖ ସମ୍ବୃଦ୍ଧି ଆସିଥାଏ । ତେବେ ଆପଣ ଏହାକୁ ବାସ୍ତୁଶାସ୍ତ୍ର ଅନୁଯାୟୀ ଲଗାଇଲେ ଆପଣଙ୍କୁ ଐଶ୍ୱର୍ଯ୍ୟପ୍ରାପ୍ତି ହୋଇଥାଏ । ବାସ୍ତୁଶାସ୍ତ୍ରୀଙ୍କ କହିବା ଅନୁଯାୟୀ ମନି ଫ୍ଲାଣ୍ଟ ଗଛ ଯେତେ ବଢେ଼ ସେହି ଅନୁସାରେ ଘରେ ଆର୍ଥିକ ଉନ୍ନତି ଘଟେ । କିନ୍ତୁ ଏହାକୁ ଯଦି ଠିକ୍ ଦିଗରେ ଲଗାଯାଏ ତେବେ ଆପଣଙ୍କୁ ଭିକାରି ମଧ୍ୟ କରିଦିଏ ।
ତେବେ ଜାଣିବା କେଉଁ ଦିଗରେ ଲଗାଇବେ ମନି ଫ୍ଲାଣ୍ଟ । ଏହାକୁ ଦକ୍ଷିଣ ଦିଗରେ ଲଗାଇବା ଭଲ ହୋଇଥାଏ । କିନ୍ତୁ ଦକ୍ଷିଣ ପୂର୍ବ ଦିଗରେ ଏହାକୁ ଲଗାଇଲେ ଅଧିକ ଲାଭଦାୟକ ହୋଇଥାଏ । ତେଣୁ ଘରେ ଦେଖିଦେବା ଉଚିତ୍ ଆପଣ ମନି ଫ୍ଲାଣ୍ଟ କେଉଁ ଦିଗରେ ଲଗାଇଛନ୍ତି । ମନି ଫ୍ଲାଣ୍ଟକୁ ଘର ଭିତରେ ଲଗାଇବା ଦରକାର । ଗୁଡ୍ ଲକ୍ ପାଇଁ ଆପଣ ସବୁଜ ରଙ୍ଗର ବୋତଲରେ ଏହାକୁ ଘର ଭିତରେ ଲଗାଇବେ ଓ ଏଥିରେ ପାଣି ଭରିକି ରଖିବେ ।
ପ୍ରତି ସପ୍ତାହରେ ଥରେ ଉକ୍ତ ପାଣିକୁ ବଦଳାଇବାକୁ ଭୁଲିବେ ନାହିଁ । ଏହା ବାସ୍ତୁ ହିସାବରେ ଭଲ ଓ ଗଛ ମଧ୍ୟ ଭଲ ବଢେ଼ । ମନି ଫ୍ଲାଣ୍ଟ କେବଳ ଘରକୁ ସମ୍ବୃଦ୍ଧି ଆଣି ନଥାଏ, ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ । ଏହାକୁ ଆପଣ ୱାଇଫାଇର ରାଉଟର ପାଖରେ ଲଗାଇ ପାରିବେ । ଏହା କରିବା ଦ୍ୱାରା ରେଡିଏସନ କମ୍ ରୁହେ ।