ଅନୁଗୋଳରୁ ପୁଣି ୨ଟି ଅକ୍ସିଜେନ୍ ସିଲିଣ୍ଡର ଗାଡି ଗଲା ହ୍ରାଇଦ୍ରାବାଦ ଓ ବିଶାଖାପାଟଣା
ଅନୁଗୋଳ: ଦେଶରେ ମହାମାରୀ କରୋନା ସମୟରେ ଅକ୍ସିଜେନର ଅଭାବ ଦେଖାଦେଇଛି। କିଛି ରାଜ୍ୟରେ ଅକ୍ସିଜେନ୍ ର ଅଭାବ ଦେଖାଦେଇଥିବା ବେଳେ ଓଡ଼ିଶା ସହଯୋଗର ହାତ ବଢାଇଛି । ଏହି ପରିପ୍ରେକ୍ଷୀରେ ଶନିବାର ପୁଣି ଥରେ ୨ଟି ଅକ୍ସିଜେନ୍ ବୋଝେଇ ସିଲିଣ୍ଡର ଗାଡି ହାଇଦ୍ରାବାଦ ଆଉ ବିଶାଖାପାଟଣାକୁ ଯାଇଛି । ପାଖାପାଖି ଦୁଇଟି ଗାଡ଼ିରେ ୪୪ ଟନ ଅକ୍ସିଜେନ୍ ଯାଇଥିବା ସୂଚନା ମିଳିଛି। ଦୁଇଟି ଗାଡିକୁ ଏସ୍କର୍ଟ ଗାଡି ଆଗପଛ ଗ୍ରୀନ୍ କରିଡର କରି ନେଉଛନ୍ତି । ଏହି ଦୁଇଟି ଗାଡି ସକାଳ ୮ଟା ୩୦ ମିନିଟରେ ଅନୁଗୋଳ ଜିନ୍ଦଲରୁ ବାହାରିଥିବା ଜଣାଯାଇଛି । ପୂର୍ବରୁ ଗୋଟିଏ ଗାଡ଼ିରେ ୨୨ଟନ୍ ଅକ୍ସିଜେନ ନେଇ ବିଶାଖାପାଟଣା ଯାଇଥିଲା । ସୂଚନା ଯେ, ଶୁକ୍ରବାର ଦିନ ମଧ୍ୟ ଓଡ଼ିଶାରୁ ଦିଲ୍ଲୀ, ବିଶାଖାପାଟଣା ଓ ପୁଣେ ଅଭିମୁଖେ ଅକ୍ସିଜେନ୍ ଟ୍ୟାଙ୍କର ଯାଇଥିଲା ।