ଆପତିଜନକ ଟିପ୍ପଣୀ ପରେ ଭୁଲ ମାଗିଲେ ସିଦ୍ଧାର୍ଥ
ମୁମ୍ବାଇ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷାରେ ତ୍ରୁଟି ଘଟଣାକୁ ନିନ୍ଦା କରିଥିଲେ ସାଇନା ନେହୱାଲ । ଯାହାର ଜବାବରେ ରଙ୍ଗ ଦେ ବସନ୍ତି ଅଭିନେତା ସିଦ୍ଧାର୍ଥ ଏକ ଟ୍ୱିଟ୍ କରିଥିଲେ । ଏହି ଟ୍ୱିଟ୍ ପାଇଁ ସେ ବିବାଦୀୟ ହୋଇଥିଲେ । ସିଦ୍ଧାର୍ଥଙ୍କ ଟ୍ୱିଟ୍ରେ ଲେଖାଥିବା ଶବ୍ଦ ଅଶାଳୀନ ଓ ଅପମାନଜନକ ବୋଲି କୁହାଯାଉଥିଲା । ଏନେଇ ସିଦ୍ଧାର୍ଥ ସାଇନାଙ୍କୁ ଭୁଲ ମାଗିଛନ୍ତି । ନିଜ ଟ୍ୱିଟରେ ଭୁଲ ମାଗି ସିଦ୍ଧାର୍ଥ ଲେଖିଛନ୍ତି, ଡିଅର ସାଇନା କିଛି ଦିନ ତଳେ ଟ୍ୱିଟରେ ମୋ କମେଂଟ ପାଇଁ ମୁଁ ତୁମକୁ ଭୁଲ ମାଗୁଛି । ମୁଁ କହିଥିବା କଥା ପାଇଁ ଦୁଃଖିତ । ସେ ଆହୁରି କହିଛନ୍ତି ଯଦି ଥଟ୍ଟା ବାଖ୍ୟା ପାଇଁ ଦରକାର ପଡେ ତେବେ ଏହି ଏକ ଭଳି ଜୋକ ନଥିଲା । ଏଥିପାଇଁ ମୁଁ କ୍ଷମା ମାଗୁଛି । ମୁଁ ଆଶା କରୁଛି କି ତୁମେ ଏହାକୁ ଗ୍ରହଣ କରିବ । ତୁମେ ସର୍ବଦା ମୋ ଚାମ୍ପିୟନ ।
ପ୍ରକାଶ ଥାଉ କି ଗତ ଜାନୁଆରୀ ୫ ତାରିଖରେ ଫିରୋଜପୁର ଜିଲ୍ଲାର ହୁସେନିବାଲା ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସୁରକ୍ଷା ବ୍ୟବସ୍ଥାରେ ବଡଧରଣର ତ୍ରୁଟି ହୋଇଥିବା ଦେଖିବାକୁ ମିଳିଥିଲା । ଫଳରେ ଫ୍ଲାଏଓଭରରେ ୨୦ ମିନିଟ ଗାଡି ଅଟକି ରହିଥିଲା । ଏହାକୁ ନେଇ ଅଲମ୍ପିକ ପଦକ ବିଜେତା ସାଇନା ନେହୱାଲ ମଧ୍ୟ ଟ୍ୱିଟ୍ କରି ଘଟଣାକୁ କଡା ନିନ୍ଦା କରିଥିଲେ । ଭାରତୀୟ ଜନତା ପାର୍ଟିର ସଦସ୍ୟ ରହିଥିବା ସାଇନା ଟ୍ୱିଟ୍ରେ ଲେଖିଥିଲେ, \”ଯଦି କୌଣସି ଦେଶରେ ନିଜର ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି କରାଯାଏ, ତେବେ ଉକ୍ତ ଦେଶ କେବେ ନିଜକୁ ସୁରକ୍ଷିତ ବୋଲି କହିପାରିବ ନାହିଁ । ମୁଁ ଏହାକୁ ଯଥାସମ୍ଭବ କଡାଶବ୍ଦରେ ନିନ୍ଦା କରୁଛି ବୋଲି ଟ୍ୱିଟ କରିଥିଲେ । ସାଇନାଙ୍କ ଏହି ଟ୍ୱିଟର ଜବାବରେ ବଲିଉଡ ଫିଲ୍ମ ରଙ୍ଗ ଦେ ବସନ୍ତି ଅଭିନେତା ସିଦ୍ଧାର୍ଥଙ୍କ ଠାରୁ ଏକ ଅପମାନଜନକ ଉତର ମିଳିଥିଲା । ଯାହାକୁ ନେଇ ବିବାଦୀୟ ହୋଇଥିଲା ସିଦ୍ଧାର୍ଥ । ଅଭିନେତା ସିଦ୍ଧାର୍ଥ, ସାଇନାଙ୍କ ଟ୍ୱିଟ୍ର ଜବାବରେ ଲେଖିଥିଲେ, \”ଝଙ୍କଭଗ୍ଧକ୍ଷର ମକ୍ଟମଳ ମଷବଜ୍ଞକ୍ଟ୍ରସକ୍ଟଦ୍ଭ କ୍ଟଲ ଗ୍ଧଷର ଙ୍ଗକ୍ଟକ୍ସକ୍ଷୟ… ଞଷବଦ୍ଭଳ ଏକ୍ଟୟ ଙ୍ଗର ଷବଙ୍ଖର କ୍ଟ୍ରକ୍ସକ୍ଟଗ୍ଧରମଗ୍ଧକ୍ଟକ୍ସଗ୍ଦ କ୍ଟଲ ଓଦ୍ଭୟସବ (ଗ୍ଦସମ)’ । ଏହାକୁ ଅନେକ ସୋସିଆଲ ନେଟୱର୍କିଂ ସାଇଟ୍ରେ ଅପମାନଜନକ ଓ ଆପତିଜନକ ଭାବେ ଗଣନା କରାଯାଉଛି । ଯାହାକୁ ନେଇ ସିଦ୍ଧାର୍ଥଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଥିଲା । ଇଣ୍ଡିଆନ ପେନାଲ କୋଡ୍ର ଧାରା ୩୫୪ଏରେ ଯୌନ ଉତ୍ପୀଡନ ଓ ଯୌନ ଉତ୍ପୀଡନ ପାଇଁ ଦଣ୍ଡ ଓ ଆଇଟି ଆକ୍ଟ, ୨୦୦୦ ଯାହାକି ଅନଲାଇନରେ ଅଶ୍ଲୀଳ ସାମଗ୍ରୀ ପ୍ରସାରିତ ଓ ପ୍ରକାଶିତ କରିବା ଦଣ୍ଡ ଅନ୍ତର୍ଗତ କରାଯାଇଥିଲା ।