ରାଜ୍ୟର ୫ ଜିଲାରେ ଟିକାକରଣ କମ୍ ରହିଛି : ପରିବାର କଲ୍ୟାଣ ନିର୍ଦ୍ଦେଶକ
ଭୁବନେଶ୍ୱର : ରାଜ୍ୟରେ ବ୍ୟାପକ ଟିକାକରଣ ଜାରି ରହିଛି । ମାତ୍ର ୫ଟି ଜିଲାରେ ଟିକାକରଣ କମ୍ ରହିଛି । ସେହି ଜିଲା ଗୁଡିକ ହେଲା ଅନୁଗୁଳ, ମୟୁରଭଞ୍ଜ, ଗଜପତି, କଟକ, ସୁନ୍ଦରଗଡ଼ ବୋଲି ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।
ସେହିପରି କଟକ, ଅନୁଗୁଳ, ଗଜପତି, ସୁନ୍ଦରଗଡରେ ଅଧିକ ଲୋକ ପ୍ରଥମ ଡୋଜ ନେଇ ନାହାନ୍ତି। ମୟୁରଭଞ୍ଜରେ ଦ୍ଵିତୀୟ ଡୋଜ ନେବା ପାଇଁ ଅଧିକ ଲୋକ ବାକି ଅଛନ୍ତି। ଏହି ସବୁ ଜିଲାମାନଙ୍କରେ ପ୍ରତି ବ୍ଲକରେ ୧୨ ଟି ଲେଖାଏଁ ମୋବାଇଲ ଭ୍ୟାନ କରାଯାଇ ଟିକା ଦିଆଯାଉଛି। ଏହି ଟିକାକରଣ କମ ଥିବା ଜିଲାକୁ ଛାଡି ବାକି ସବୁ ବ୍ଳକରେ ୧୦ଟି ମୋବାଇଲ ଭ୍ୟାନ ଜରିଆରେ ଟିକା ଦିଆଯାଉଛି। ଯେଉଁ ଲୋକ ମାନେ ଟିକା ନେବା ପାଇଁ ଆସୁନାହାନ୍ତି। ସେ ପଞ୍ଚାୟତରେ ପ୍ରଭାବ ଶାଳୀ ଲୋକ ଏବଂ ପିଆର ଆଇ ମେମ୍ବରଙ୍କ ଜରିଆରେ ସଚେତନ କରାଯାଉଛି।