ସଂସଦ ଭବନରେ ପଶିଲା କରୋନା, ୪୦୦ କର୍ମଚାରୀ ପଜିଟିଭ୍ ଚିହ୍ନଟ
ନୂଆଦିଲ୍ଲୀ : ସଂସଦ ଭବନରେ ପ୍ରବେଶ କଲା କରୋନା । ସଂସଦ ଭବନର ୪୦୦ କର୍ମଚାରୀ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ କିଛି ସୁରକ୍ଷାକର୍ମୀ ମଧ୍ୟ ଅଛନ୍ତି ।
ଗତ ୬ ଓ ୭ ତାରିଖରେ ସଂସଦ ଭବନରେ କାର୍ଯ୍ୟରତ ସୁରକ୍ଷାକର୍ମୀଙ୍କ ସମେତ ସମସ୍ତ କର୍ମଚାରୀଙ୍କର ଆରଟି-ପିସିଆର ଟେଷ୍ଟ କରାଯାଇଥିଲା । ସେଥିରୁ ୪୦୦ରୁ ଅଧିକ କର୍ମଚାରୀ ସଂକ୍ରମିତ ହୋଇଥିବାର ରିପୋର୍ଟ ମିଳିଛି । ସଂସଦର କର୍ମକର୍ତ୍ତାଙ୍କ ଆଭ୍ୟନ୍ତରୀଣ ସୂଚନା ଅନୁଯାୟୀ କର୍ମଚାରୀମାନଙ୍କୁ ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି ।