ଓପିଟିସିଏଲ୍ରେ ୬୦ ମ୍ୟାନେଜମେଂଟ ଟ୍ରେନି, ୧୭୫ ଜଣ ଜୁନିୟର ଟେକନିସିଆନଙ୍କୁ ନିଯୁକ୍ତି
ଭୁବନେଶ୍ୱର : ଓଡ଼ିଶା ପାୱାର ଟ୍ରାନ୍ସମିସନ୍ କର୍ପୋରେସନ୍ ଲିମିଟେଡ୍ ବା ଓପିଟିସିଏଲରେ ୬୦ ଜଣ ମ୍ୟାନେଜମେଂଟ ଟ୍ରେନି ଏବଂ ୧୭୫ ଜଣ ଜୁନିୟର ଟେକନିସିଆନଙ୍କୁ ନିଯୁକ୍ତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକସେବା ଭବନର କନଭେନସନ୍ ସେଂଟରେ ଅନୁଷ୍ଠିତ ଓରିଏେଂଟସନ୍ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ ଶକ୍ତି କ୍ଷେତ୍ରରେ ବ୍ୟାପକ ପରିବର୍ତନ ହେବାକୁ ଯାଉଛି । ଶକ୍ତି କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାର ପ୍ରୟାସ ଜାରି ରଖିଛନ୍ତି । ଲୋକଙ୍କୁ ଯେପରି ୨୪ ଘଂଟା ବିଦ୍ୟୁତ ସେବା ମିଳିବ ସେଥିପାଇଁ ବ୍ୟବସ୍ଥା କରାଯାଉଛି ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଶକ୍ତି କ୍ଷେତ୍ରରେ ରାଜ୍ୟ ସରକାରଙ୍କ ସୁଚିନ୍ତିତ ଯୋଜନା ଯୋଗୁ ଗୁରୁବାର ଓଡ଼ିଶା ବିଦ୍ୟୁତ ବଳକା ରାଜ୍ୟ ପାଲଟିଛି । ରାଜ୍ୟରେ ୯୯ଟି ୩୩ କେଭି ସବଷ୍ଟେସନ ନିର୍ମାଣ ପାଇଁ ନିକଟରେ ୧୮୦୦ କୋଟି ଟଙ୍କାର ପ୍ରକଳ୍ପକୁ ମଞ୍ଜୁରୀ ଦିଆଯାଇଛି । ୨୦୧୦ ପରଠାରୁ ଓପିଟିସିଏଲରେ ୨ ହଜାରରୁ ଅଧିକ ଯୁବକ ଯୁବତୀଙ୍କୁ ରୋଜଗାର ମିଳିଛି ।