ରଣଦୀପ ସୂରଜେୱାଲା କରୋନା ପଜିଟିଭ
ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀ ଏବେ କରୋନା ହଟସ୍ପଟ ପାଲଟିଛି। ଏଥିରେ କଂଗ୍ରେସ ମୁଖପାତ୍ର ରଣଦୀପ ସୂରଜେୱାଲା ମଧ୍ୟ କରୋନା ସଂକ୍ରମିତ ହୋଇଥିବା ମଙ୍ଗଳବାର ଜଣାପଡିଛି। ତାଙ୍କ ପରୀକ୍ଷଣ ରିପୋର୍ଟ ପଜିଟିଭ ଆସିଥିବା ବେଳେ ଘରେ ନିଜକୁ ନିଜେ ଆଇସୋଲେଟ କରିଛନ୍ତି। ଏ ବାବଦେ ସେ ଏକ ଟ୍ୱିଟ୍ ମଧ୍ୟ କରିଛନ୍ତି। ଯେଉଁଥିରେ ସୋମବାର ରାତିରେ ଥଣ୍ଡା ଓ ସାମାନ୍ୟ ଜ୍ୱର ଥିବା ପରି ଅନୁଭବ କରିଥିଲେ। ଏଣୁ ସେ ମଙ୍ଗଳବାର ତାଙ୍କର ପରୀକ୍ଷଣ କରିବା ବେଳେ କୋଭିଡ-୧୯ରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି ବୋଲି ଉଲ୍ଲେଖ କରିଛନ୍ତି|
ସେ ଏବେ ଘରେ ରହି ଚିକିତ୍ସିତ ହେଉଥିବା ଉଲ୍ଲେଖ କରିଛନ୍ତି। ତେବେ ଗତ ୨୪ ଘଣ୍ଟାରେ ତାଙ୍କ ସଂସ୍ପର୍ସରେ ଆସିଥିବା ସମସ୍ତଙ୍କୁ ଏ ବାବଦେ ସତର୍କ ହେବା ଲାଗି କହିଛନ୍ତି। ପାର୍ଟିର ନେତା ଓ କର୍ମକର୍ତ୍ତାମାନେ ଯେଉଁମାନେ ନିକଟ ଅତୀତରେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନେ ନିଜର କରୋନା ପରୀକ୍ଷଣ କରାଇ ନିଅନ୍ତୁ ବୋଲି ଟ୍ୱିଟ୍ରେ କରିଥିବା ପେଷ୍ଟରେ ନିବେଦନ କରିଛନ୍ତି।