ଲକ୍ଷ୍ମୀପୁର ହିଂସା ମାମଲା : ୫ ହଜାର ପୃଷ୍ଠାର ଚାର୍ଜସିଟ୍ ଦାଖଲ
ଲକ୍ଷ୍ନୌ : ବହୁଚର୍ଚ୍ଚିତ ଲକ୍ଷ୍ମୀପୁର ହିଂସା ମାମଲାରେ ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରା ସୋମବାର ସିଜେଏମ କୋର୍ଟରେ ହାଜର ହୋଇଥିଲେ। ଏହି ସମୟରେ ଏହି ଘଟଣାର ତଦନ୍ତ ଲାଗି ଗଠିତ ହୋଇଥିବା ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଏସଆଇଟି ଅଦାଲତରେ ଏକ ୫ ହଜାର ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି। ଯାହାକୁ ବାକ୍ସରେ ଭରିବା ପରେ କୋର୍ଟ ଅଣାଯାଇଥିଲା। ଚାର୍ଜସିଟରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରା ଟେନିଙ୍କ ସମ୍ପର୍କୀୟ ବିରେନ୍ଦ୍ର ଶୁକ୍ଲାଙ୍କ ନାମ ରହିଛି।
ଲକ୍ଷ୍ମୀପୁରର ପାଲିଆ ବ୍ଲକ ଅଧ୍ୟ ହେଉଛନ୍ତି ବୀରେନ୍ଦ୍ର ଶୁକ୍ଲା। ତାଙ୍କ ବିରୁଦ୍ଧରେ ୨୦୧ ଆଧାରରେ ଅଭିଯୋଗ ପତ୍ର ଦାଖଲ କରାଯାଇଛି। ଏହା ସହ ମୋଟ ୧୪ ଜଣଙ୍କ ବିରୁଦ୍ଧରେ ଚାର୍ଜସିଟ ଦାଖଲ କରାଯାଇଛି। ଏପର୍ଯ୍ୟନ୍ତ ଲକ୍ଷ୍ମୀପୁର ହିଂସା ମାମଲାରେ ୭ ଜଣଙ୍କୁ ଗିରଫ କରାଯାଇଛି। ଚାର୍ଜସିଟରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରା ଟେନିଙ୍କ ପୁଅ ଆଶିଷ ମିଶ୍ରଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ ଦର୍ଶାଯାଇଛି। ସିଜେଏମ କୋର୍ଟରେ ଏସଆଇଟି ଦ୍ୱାରା ଦାଖଲ ହୋଇଥିବା ଚାର୍ଜସିଟରେ ଗୋଟିଏ ନାମ ଯୋଡା ଯାଇଛି। ମନ୍ତ୍ରୀ ଟେନିଙ୍କ ସମ୍ପର୍କୀୟ ତଥା ପାଲିଆ ବ୍ଲକ ମୁଖ୍ୟ ବିରେନ୍ଦ୍ର ଶୁକ୍ଲାଙ୍କ ନାମ ମଧ୍ୟ ଚାର୍ଜସିଟରେ ରହିଛି। ଏହି ମାମଲାରେ ପ୍ରଥମ ଗିରଫଦାରୀ ହେବାର ୯୦ ଦିନ ଶେଷ ହେବା ପରେ ଅର୍ଥାତ ୩ ମାସ ମଧ୍ୟରେ ଚାର୍ଜସିଟ୍ ଦାଖଲ କରିଛି ଏସଆଇଟି। ଜାନୁଆରୀ ୩ ସୋମବାରକୁ ଏହି ଘଟଣା ଘଟିବାର ୩ ମାସ ପୂର୍ଣ୍ଣ ହୋଇଛି। ଗତ ବର୍ଷ ଅକ୍ଟୋବର ୩ ତାରିଖରେ ତାରିଖରେ ଲକ୍ଷ୍ମୀପୁର ଖେରୀସ୍ଥିତ ତିକୁନିୟା ଠାରେ ହୋଇଥିବା ହିଂସାରେ ୪ ଜଣ କୃଷକ ଏବଂ ଜଣେ ସାମ୍ବାଦିକଙ୍କ ସମେତ ମୋଟ ୮ ଜଣ ପ୍ରାଣ ହରାଇଥିଲେ। ଏହି ମାମଲା ସୁପ୍ରିମକୋର୍ଟ ଠାରେ ପହଞ୍ଚି ସାରିଛି। ଏହି ମାମଲାର ସାକ୍ଷୀଙ୍କୁ ସୁରକ୍ଷା ଯୋଗାଇବା ପାଇଁ ଉତ୍ତରପ୍ରଦେଶ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ସୁପ୍ରିମକୋର୍ଟ ମଧ୍ୟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ଧାରା ୧୬୪ ଅନୁଯାୟୀ ନ୍ୟାୟିକ ମାଜିଷ୍ଟ୍ରେଟଙ୍କ ଆଗରେ ଅନ୍ୟ ସାକ୍ଷୀଙ୍କ ବିବୃତ୍ତିକୁ ରେକର୍ଡ କରାଯାଉ ଏବଂ ବିଶେଷଜ୍ଞଙ୍କ ଦ୍ୱାରା ଶୀଘ୍ର ଡିଜିଟାଲ ପ୍ରମାଣ ଯାଞ୍ଚ କରାଯାଉ।
ଗତ ବର୍ଷ ଅକ୍ଟୋବର ୩ ତାରିଖରେ ତାରିଖରେ ଲକ୍ଷ୍ମୀପୁର ଖେରୀସ୍ଥିତ ତିକୁନିୟା ଠାରେ ହୋଇଥିବା ହିଂସାରେ ୪ ଜଣ କୃଷକ ଏବଂ ଜଣେ ସାମ୍ବାଦିକଙ୍କ ସମେତ ମୋଟ ୮ ଜଣ ପ୍ରାଣ ହରାଇଥିଲେ। ଏହି ଘଟଣାର ତଦନ୍ତ କରିବା ଲାଗି ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସଆଇଟି) ଗଠନ କରାଯାଇଥିଲା। ଏ ଘଟଣାର ଅଭିଯୁକ୍ତ ଆଶିଷ ମିଶ୍ରାଙ୍କ ସମେତ ଅନ୍ୟ ୧୩ ଜଣ ଅଭିଯୁକ୍ତ ଏବେ ନ୍ୟାୟିକ ହେପାଜତରେ ଅଛନ୍ତି। ଗତ ନଭେମ୍ବର ମାସରେ ଏହି ମାମଲାରେ ଜିଲ୍ଲା ଓ ସେସନ୍ସ ଜଜ୍ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କ ସମେତ ୩ ଜଣ ଅଭିଯୁକ୍ତଙ୍କ ଜାମିନ ଆବେଦନକୁ ଖାରଜ ପ୍ରତ୍ୟାଖ୍ୟାନ କରିଥିଲେ।