ଆଜିଠୁ କର୍ଣ୍ଣାଟକରେ ୧୦ ଦିନିଆ ନାଇଟ କର୍ଫ୍ୟୁ
ବାଙ୍ଗାଲୋର : କର୍ଣ୍ଣାଟକରେ ଲାଗୁ ହେବ ନାଇଟ କର୍ଫ୍ୟୁ । କରୋନା ସଂକ୍ରମଣ ବଢ଼ୁଥିବାରୁ ଲାଗୁ ହେବ ୧୦ ଦିନିଆ ନାଇଟ କର୍ଫ୍ୟୁ। ମଙ୍ଗଳବାର ରାତି ୧୦ରୁ ଭୋର ୫ଟା ଯାଏ କର୍ଫ୍ୟୁ କଟକଣା ରହିବ। ଏନେଇ କର୍ଣ୍ଣାଟକ ସ୍ୱାସ୍ଥ୍ୟମନ୍ତ୍ରୀ କେ. ସୁଧାକର ସୂଚନା ଦେଇଛନ୍ତି । ନାଇଟ କର୍ଫ୍ୟୁ ସହ କର୍ଣ୍ଣାଟକ ସରକାର ନୂଆବର୍ଷ କାର୍ଯ୍ୟକ୍ରମ ଓ ଭିଡ଼ ଉପରେ କଟକଣା ଲଗାଯାଇଛି।
ଆଜିଠାରୁ ୧୦ ଦିନ ପାଇଁ ନାଇଟ କର୍ଫ୍ୟୁ ଲାଗୁ ହେବ। ରାତି ୧୦ଟାରୁ ଭୋର ୫ଟା ଯାଏ ରାଜ୍ୟରେ ୧୪୪ ଧାରା ବଳବତ୍ତର ରହିବ। ସଂକ୍ରମଣ ବଢ଼ୁଥିବାରୁ ସମସ୍ତ ପ୍ରକାରର ପାର୍ଟି ଓ ଭିଡ଼ ସୃଷ୍ଟି ହେଉଥିବା କାର୍ଯ୍ୟକ୍ରମ ଉପରେ ରୋକ ଲାଗିବ । ବିଶେଷ କରି କୌଣସି ସ୍ଥାନରେ ଡିଜେ ପାର୍ଟିର ଆୟୋଜନ ହୋଇପାରିବ ନାହିଁ। ରେଷ୍ଟୁରାଣ୍ଟ, ବାର, ହୋଟେଲ ଓ ପବ୍ ଗୁଡ଼ିକ ଏଣିକି ୫୦% କ୍ଷମତାର ସହ କାର୍ଯ୍ୟକ୍ଷମ ହେବ। ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇଙ୍କ ଅଧ୍ୟକ୍ଷରେ ବୈଷୟିକ ଟିମ ଓ ବିଶେଷଜ୍ଞଙ୍କୁ ନେଇ ବସିଥିବା ବୈଠକରେ ଏହି ନିଷ୍ପତ୍ତି ହୋଇଥିଲା। ପୂର୍ବରୁ ମହାରାଷ୍ଟ୍ର, ଉତ୍ତର ପ୍ରଦେଶ, ଆସାମ ଓ ମଧ୍ୟପ୍ରଦେଶ ଭଳି ଏକାଧିକ ରାଜ୍ୟ କରୋନା ସଂକ୍ରମଣ ପାଇଁ ନାଇଟ କର୍ଫ୍ୟୁ ଲାଗୁ କରିଛନ୍ତି ।