ବକ୍ସିଂ ଡେ ଟେଷ୍ଟ : ହାତରେ କଳା ପଟ୍ଟି ବାନ୍ଧି ପଡିଆକୁ ଓହ୍ଲାଇଲେ ଦକ୍ଷିଣ ଆଫ୍ରିକାର ଖେଳାଳି
ଜୋହାନ୍ସବର୍ଗ : ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ସେଞ୍ଚୁରିଆନରେ ଆରମ୍ଭ ହୋଇଛି ଟେଷ୍ଟ ସିରିଜ । ରବିବାର ସିରିଜରେ ପ୍ରଥମ ମୁକାବିଲା ଖେଳାଯାଉଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି ଭାରତ । ତେବେ ମ୍ୟାଚ୍ ପୂର୍ବରୁ ଦକ୍ଷିଣ ଆଫ୍ରିକାର ଖେଳାଳି ହାତରେ କାଳି ପଟି ବାନ୍ଧି ପଡିଆକୁ ଓହ୍ଲାଇଥିଲେ ।
ସୂଚନା ଯେ, ରବିବାର ଦକ୍ଷିଣ ଆଫ୍ରିକାର ନୋବେଲ ପୁରସ୍କାର ବିଜେତା ଦେଶମଣ୍ଡ ଟୁଟୁଙ୍କ ଦେହାନ୍ତ ହୋଇଯାଇଛି । ୯୦ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଦେଶମଣ୍ଡ ଶାନ୍ତି ପାଇଁ ନୋବେଲ ପୁରସ୍କାର ଜିତିଥିଲେ । ସେ ଆଫ୍ରିକାରେ ବର୍ଣ୍ଣ ବୈଷମ୍ୟ ନୀତି ବିରୋଧରେ ଲଢେଇ କରିଥିଲେ । ସେଥିପାଇଁ ଦକ୍ଷିଣ ଆଫ୍ରିକା ଖେଳାଳିମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ହାତରେ କଳା ପଟି ବାନ୍ଧିଛନ୍ତି । ଖେଳ ଆରମ୍ଭରୁ ଦୁଇ ଦେଶର ଖେଳାଳିମାନେ ୨ ମିନିଟ ପାଇଁ ନୀରବ ପ୍ରାର୍ଥନା କରିଥିଲେ । ତେବେ ଦେଶମଣ୍ଡଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏନେଇ ସେ ଟ୍ୱିଟର ଜରିଆରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।
Wаy cool! Ꮪome extremely vaⅼiɗ points! I appreсiate you penning this write-up plus the rest of the site is really good.