ମନି ଲଣ୍ଡ୍ରିଂ ମାମଲା: ସୁକେଶଙ୍କ ବିରୋଧରେ ସାକ୍ଷୀ ଦେବେ ନୋରା ଫତେହୀ
ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ଓ ନୋରା ଫତେହୀ ମନି ଲଣ୍ଡ୍ରିଂ ମାମଲାକୁ ନେଇ ଚର୍ଚ୍ଚାରେ ରହିଛନ୍ତି। କିନ୍ତୁ ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡ଼ିତ ୨୦୦ କୋଟି ଟଙ୍କା ଆଦାୟ ମାମଲାରେ ନୋରା ଫତେହୀଙ୍କୁ ଇଡ଼ି ଯାଞ୍ଚରୁ ଆଶ୍ୱସ୍ତି ମିଳିଛି। ଏବେ ସେ ସୁକେଶଙ୍କ ବିରୋଧରେ ସାକ୍ଷୀ ଦେବେ।
ନୋରା ଫତେହୀ ଓ ସୁକେଶ ଚନ୍ଦ୍ରଶେଖରଙ୍କ ଚାଟ୍ ସାମ୍ନାକୁ ଆସିବା ପରେ ଅଭିନେତ୍ରୀ ମଧ୍ୟ ଇଡ଼ି ଯାଞ୍ଚରେ ସାମିଲ ହୋଇଥିଲେ। ନୋରାଙ୍କୁ ଇଡ଼ି ଅଫିସରେ ହାଜର ହେବାକୁ ପଡ଼ିଥିଲା। କିନ୍ତୁ ଜ୍ୟାକଲିନ ଏବେ ବି ଇଡି ଜାଲରେ ଫସିକି ରହିଛନ୍ତି।