ସ୍ୱଳ୍ପ ଆୟକାରୀ ବର୍ଗଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ : ଟ୍ୱିନ୍ ସିଟିରେ ସୁଲଭ ଦରରେ ମିଳିବ ଘର
ଭୁବନେଶ୍ୱର : ସୁଲଭ ମୂଲ୍ୟରେ ଭୁବନେଶ୍ୱର ଓ କଟକରେ ବାସଗୃହ ଯୋଗାଇ ଦେବା ପାଇଁ ରାଜ୍ୟ ଗୃହ ନିର୍ମାଣ ସଂସ୍ଥା ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱରରେ ୧୬୦ଟି ଫ୍ଲାଟ ବିକ୍ରି ପ୍ରକ୍ରିୟା ଶୁଭାରମ୍ଭ ହୋଇଛି । ଆର୍ôଥକ ଦୁର୍ବଳ ଶ୍ରେଣୀର ଇଡବ୍ଲୁଏସ୍ ୪୦ଟି, ଏଲଆଇଜି -୨୦ଟି, ଏମଆଇଜି-୧୦୦ଟି ଫ୍ଲାଟ ବିକ୍ରି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଭୁବନେଶ୍ୱର ଡୁମୁଡୁମାରେ ୨ ଏକର ୧୦ ଡେସିମିଲ ପରିମିତ ସରକାରୀ ଜମିରେ ସୁଭଦ୍ରା ଏନକ୍ଲେଭରେ ଆରମ୍ଭ ହେବ ଏହି ସବୁ ଫ୍ଲାଟ ନିର୍ମାଣ କାର୍ଯ୍ୟ । ମୋଟ୍ ୧୯୮ଟି ଫ୍ଲାଟ ଏଠାରେ ନିର୍ମାଣ କରାଯିବ । ଏଥିପାଇଁ ୬୩ କୋଟି ୭୩ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଥିବା ବେଳେ ୪୨ ମାସ ମଧ୍ୟରେ ହିତାଧିକାରୀଙ୍କୁ ଯୋଗାଇ ଦିଆଯିବ ଫ୍ଲାଟ୍ ।
ସେହିପରି କଟକ ବିଦ୍ୟାଧରପୁରରେ ମଧ୍ୟ ମୋଟ ୮ କୋଟି ୧୪ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଆର୍ôଥକ ଦୁର୍ବଳ ଶ୍ରେଣୀଙ୍କ ପାଇଁ ହାଉସିଂ ପ୍ରକଳ୍ପରେ ୧୯୬ଟି ଫ୍ଲାଟ ହିତାଧିକାରୀଙ୍କୁ ହସ୍ତାନ୍ତର ପ୍ରକ୍ରିୟାର ଆଜି ଶୁଭାରମ୍ଭ ହୋଇଛି । ଏହି ପ୍ରକଳ୍ପରେ ଆହୁରି ୧୨୬ଗୋଟି ନୂତନ ଇଡବ୍ଲୁଏସ୍ ଫ୍ଲାଟ ଓ ୧୪୨ଟି ଇଡବ୍ଲୁଏସ୍ ପ୍ଲଟର ନିର୍ମାଣ ପାଇଁ ଲକ୍ଷ୍ୟ ରହିଛି । ଆଜି ପର୍ଯ୍ୟନ୍ତ ଗୃହ ନିର୍ମାଣ ସଂସ୍ଥା ରାଜ୍ୟର ବିଭିନ୍ନ ସହରଂଳରେ ୩୧ ହଜାର ୭୬୫ଟି ବିଭିନ୍ନ କିମସର ବାସଗୃହ, ଦୋକାନ ଓ ପ୍ଲଟ ଯୋଗାଇ ଦେଇଛନ୍ତି । ଆଗାମୀ ଦିନରେ ଗୃହ ନିର୍ମାଣ ସଂସ୍ଥା ଖୁବ୍ ଶୀଘ୍ର ଭୁବନେଶ୍ୱର ଓ ଅନ୍ୟାନ୍ୟ ସହରରେ ବାସଗୃହ ନିର୍ମାଣ କରିବ ।