ଆକ୍ସନ ମୋଡରେ ବିଏମସି : କରୀନା ଓ ଅମୃତାଙ୍କ ହେବ ଆରଟିପିସିଆର ଟେଷ୍ଟ, ବିଲଡିଂ ସିଲ
ମୁମ୍ବାଇ : ବଲିଉଡ ଅଭିନେତ୍ରୀ କରୀନା କପୁର ଖାନ ଓ ଅମୃତା ଆରୋରାଙ୍କ କରାଯିବ ଆରଟିପିସିଆର ଟେଷ୍ଟ । ଅଭିନେତ୍ରୀଙ୍କ ଆରଟିପିସିଆର ଟେଷ୍ଟ ପାଇଁ ବିଏମସି ପକ୍ଷରୁ ଡାକ୍ତରଙ୍କୁ ନିୟୋଜିତ କରାଯାଇଛି । ଏହା ସହ ସେମାନଙ୍କ ବିଲଡିଂକୁ ବିଏମସି ପକ୍ଷରୁ ସିଲ କରାଯାଇଛି । ଅଭିନେତ୍ରୀଙ୍କ ସମ୍ପର୍କରେ ଆସିଥିବା ସମସ୍ତଙ୍କୁ ଟ୍ରାକ କରିବାରେ ଲାଗି ପଡିଛି ବିଏମସି । ତାଙ୍କ ବିଲଡିଂ ପରିସରକୁ ମଧ୍ୟ ସାନିଟାଇଜେସନ୍ କରାଯିବ ନେଇ ବିଏମସି ପକ୍ଷରୁ ସୂଚନା ମିଳିଛି । ବଲିଉଡ ଅଭିନେତ୍ରୀ କରୀନା କାପୁର ଖାନ ଓ ଅମୃତା ଆରୋରା କରୋନା ସଂକ୍ରମିତ ହୋଇଥିବା ନେଇ ଗତକାଲି ସୂଚନା ମିଳିଥିଲା ।
ସୂଚନା ଯେ, ଦେଶବ୍ୟାପୀ କରୋନାକୁ ନେଇ ପୁଣିଥରେ ଆତଙ୍କ ଖେଳିଥିବା ବେଳେ ଖୋଲାଖୋଲି ଭାବେ କରୋନା ନିୟମ ଉଲ୍ଲଘଂନ କରି ପାର୍ଟିରେ ଯୋଗଦେଇଥିଲେ ଅଭିନେତ୍ରୀ । କଭି ଖୁସି କଭି ଗମ ଚଳଚିତ୍ରର ୨୦ ବର୍ଷ ପୂର୍ତ୍ତି ଅବସରରେ କରନ ଜୋହରଙ୍କ ଦ୍ୱାରା ଆୟୋଜିତ ଏହି ଗ୍ରାଣ୍ଡ ପାର୍ଟି ଆୟୋଜନ କରାଯାଇଥିଲା । ଅଭିନେତ୍ରୀଙ୍କ ପଜିଟିଭ ଜଣାପଡିବା ପରେ ତାଙ୍କ ସଂସ୍ପର୍ଶରେ ଆସୁଥିବା ସମସ୍ତଙ୍କୁ କରୋନା ଟେଷ୍ଟ କରାଇବାକୁ ନିର୍ଦେଶ ଦେଇଛି ବିଏମ୍ସି । କରନ ଜୋହରଙ୍କ ଏହି ପାର୍ଟିରେ କରିସ୍ମା କାପୁର, ମଲାଇକା ଆରୋରାଙ୍କ ସମେତ ଆହୁରି ଅନେକ ସେଲିବ୍ରିଟି ସାମିଲ ଥିଲେ । ଅନିଲ କାପୁରଙ୍କ ଝିଅ ରିୟା କାପୁରଙ୍କ ଘରେ ହୋଇଥିଲା ପାର୍ଟି ସେଲିବ୍ରେସନ୍ । ଅନ୍ୟପଟେ ତାଙ୍କ ପରିବାର ଓ ସମସ୍ତ କର୍ମଚାରୀ କରୋନାର ଦୁଇଟି ଯାକ ଡୋଜ୍ ନେଇଥିବା ପ୍ରକାଶ କରିଛନ୍ତି କରିନା କପୁର । ଏ ବାବଦରେ ନିଜ ଇନଷ୍ଟାଗ୍ରାମରେ ଏକ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ପୋଷ୍ଟ କରିଛନ୍ତି , ଯେଉଁଥିରେ ତାଙ୍କ ସମ୍ପର୍କରେ ଆସିଥିବା ସମସ୍ତ ବ୍ୟକ୍ତିଙ୍କୁ ଟେଷ୍ଟିଙ୍ଗ କରେଇନେବାକୁ ଅନୁରୋଧ କରିଛନ୍ତି କରୋନା ।