ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ : ଫନି ପ୍ରଭାବିତକଙ୍କୁ ପିଏମଏୱାଇରେ ୧.୮୪ ଲକ୍ଷ ଘର ଯୋଗାଇ ଦେବାକୁ ଦାବି
ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ‘ଫନି’ କ୍ଷତିଗ୍ରସ୍ତ ପରିବାରକୁ ଘର ଦେବାକୁ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଅନୁରୋଧ କରିଛନ୍ତି ନବୀନ । କେବିକେ ଜିଲା ଓ ଆଦିବାସୀଙ୍କୁ ଘର ଦେବାକୁ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଛନ୍ତି । କେନ୍ଦ୍ରର ଗାଇଡ୍ଲାଇନ୍ ଅନୁସାରେ ବାସହରା ଚିହ୍ନଟ ହୋଇଛନ୍ତି।
ଫନି ପ୍ରଭାବିତକଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମଏୱାଇ)ରେ ଗୃହ ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଫନି କ୍ଷତିଗ୍ରସ୍ତକଙ୍କ ପାଇଁ ପିଏମଏୱାଇରେ ୧.୮୪ ଲକ୍ଷ ଘର ଦେବାକୁ ଦାବି କରିଛନ୍ତି । ଏସମ୍ପର୍କିତ ଦାବି କରି ପୁଣି ପ୍ରଧାନମନ୍ତ୍ରୀକୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଫନି ବାତ୍ୟାରେ କ୍ଷୟକ୍ଷତି ହୋଇଥିବା ଘରକୁ ନେଇ ଚିଠିରେ ଉଲ୍ଲେଖ କରିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନ୍ତ୍ରର୍ଗତ ରାଜ୍ୟରେ ୧.୮୪ ଲକ୍ଷ ଘର ପ୍ରଭାବିତ ହୋଇଛି । ଏହା ସହିତ ଫନି ଦ୍ବାରା ପ୍ରଭାବିତ ହୋଇନଥିବା ୧୩ ଲକ୍ଷ ଘର କେବିକେ ଅଞ୍ଚଳରେ ଆବଶ୍ୟକତା ରହିଥିବା ଚିଠିରେ ଉଲ୍ଲେଖ ରଖିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ଚିଠିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇ ଦେବାକୁ ଦାବି କରିଛନ୍ତି । ଫନି ବାତ୍ୟା ପାଇଁ ଅନେକ ଲୋକଙ୍କ ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା । ଏପର୍ଯ୍ୟନ୍ତ ସେମାନଙ୍କୁ ଘର ଖଣ୍ଡିଏ ମିଳିପାରିନାହିଁ । ଏଥିପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସେମାନଙ୍କୁ ତୁରନ୍ତ ଘର ଯୋଗାଇ ଦିଆଯାଉ । ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟର ନିର୍ଦ୍ଦେଶ କ୍ରମେ ୨୦୧୯ ମାର୍ଚ୍ଚ ୭ ସୁଦ୍ଧା ରାଜ୍ୟ ସରକାର ଆବାସ ପ୍ଲସ ମାଧ୍ୟମରେ ୩୫ ହଜାର ପରିବାରକୁ ଚିହ୍ନଟ କରିଥିବା ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି । ଏହାସହ ରାଜ୍ୟର ୧୬ ଟି ଜିଲ୍ଲାରେ ୫ ଲକ୍ଷ ୯ ହଜାର ପରିବାର ମଧ୍ୟ ଚିହ୍ନଟ ହୋଇଛନ୍ତି । ଯେଉଁମାନେ ଫନି ଦ୍ବାରା ପ୍ରଭାବିତ ହୋଇନଥିଲେ । କିନ୍ତୁ ସେମାନଙ୍କୁ ମଧ୍ୟ ଆବାସ ଯୋଜନା ମାଧ୍ୟମରେ ସହାୟତା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି ।