ଅଣ୍ଡର-୧୯ ଏସିଆ କପ୍ : ୨୦ ଜଣିଆ ଭାରତୀୟ ସ୍କ୍ବାଡ୍ ଘୋଷଣା, ଧୁଲ୍ ଅଧିନାୟକ
ନୂଆଦିଲ୍ଲୀ: ସର୍ବଭାରତୀୟ ଜୁନିଅର ଚୟନକର୍ତ୍ତା କମିଟି ଆଗାମୀ ୧୯ ବର୍ଷରୁ କମ ଏସିଆ କପ୍ ଟୁର୍ନାମେଣ୍ଟ ପାଇଁ ୨୦ ଜଣିଆ ଭାରତୀୟ ସ୍କ୍ବାଡ୍ ଘୋଷଣା କରିଛନ୍ତି । ଏହି ମେଗା ଟୁର୍ନାମେଣ୍ଟ ୟୁଏଇରେ ଡିସେମ୍ବର ୨୩ରୁ ଆରମ୍ଭ ହେବାନେଇ ସୂଚୀ ରହିଛି ।
ଏସିସି ଇଭେଣ୍ଟ ପାଇଁ ୨୫ ଜଣିଆ ପ୍ରସ୍ତୁତି କ୍ୟାମ୍ପ୍ ସ୍କ୍ବାଡ୍ ମଧ୍ୟ ଘୋଷଣା କରିଛନ୍ତି ଚୟନକର୍ତ୍ତା । ଟୁର୍ଣ୍ଣାମେଣ୍ଟ୍ ପୂର୍ବରୁ ବେଙ୍ଗାଲୁରୁ ଜାତୀୟ କ୍ରିକେଟ୍ ଏକାଡେମୀ (ଏନ୍ସିଏ)ରେ ଡିସେମ୍ବର ୧୧ରୁ ୧୯ ତାରିଖ ପର୍ଯ୍ୟନ୍ତ ଏକ ଅଭ୍ୟାସ ଶିବିରର ଆୟୋଜନ କରାଯିବ। ଏଥିରେ ୨୫ ଖେଳାଳି ଭାଗନେବେ। ଏହା ମଧ୍ୟରେ ୫ଜଣ ଷ୍ଟାଣ୍ଡ୍ବାଇ ଖେଳାଳି ମଧ୍ୟ ସାମିଲ। ଚଳିତ ବର୍ଷ ପ୍ରାରମ୍ଭରେ ଆୟୋଜିତ ଭିନୁ ମଙ୍କଡ଼ ଟ୍ରଫିରେ ଧୁଲ ୭୫.୫୦ ହାରରେ ମୋଟ ୩୦୨ ରନ୍ ସଂଗ୍ରହ କରିଥିଲେ। ବୋର୍ଡ ପକ୍ଷରୁ ଏକ ବୟାନରେ କୁହାଯାଇଛି, ଆସନ୍ତା ବର୍ଷ ଜାନୁୟାରୀ-ଫେବୃଆରୀରେ ୱେଷ୍ଟଇଣ୍ଡିଜ୍ରେ ହେବାକୁ ଥିବା ଅଣ୍ଡର-୧୯ ବିଶ୍ୱକପ୍ ପାଇଁ ଭାରତୀୟ ଦଳ ଚୟନ ପରବର୍ତ୍ତୀ ସମୟରେ କରାଯିବ। ଡିଫେଣ୍ଡିଂ ଚାମ୍ପିଅନ୍ ଭାରତ ଏସିସି ଅଣ୍ଡର-୧୯ ଏସିଆ କପ୍ ୬ ଥର ଜିତିଥିବା ବେଳେ ୨୦୧୨ରେ ପାକିସ୍ତାନ ସହ ଟାଇଟଲ୍ ଭାଗ କରିଥିଲା। ସେହିପରି ଜାନୁଆରୀ-ଫେବ୍ରୁଆରୀ ୨୦୨୨ରେ ୱେଷ୍ଟଇଣ୍ଡିଜ୍ରେ ଖେଳାଯିବାକୁ ଥିବା ଆଇସିସି ୧୯ ବର୍ଷରୁ କମ କ୍ରିକେଟ ବିଶ୍ବକପ ପାଇଁ ଭାରତୀୟ ସ୍କ୍ବାଡ୍ ପରବର୍ତ୍ତୀ ସମୟରେ ଘୋଷଣା ହେବ ।
ଭାରତୀୟ ୧୯ ବର୍ଷରୁ କମ ଏସିଆ କପ୍ ସ୍କ୍ବାଡ୍: ହରନୁର ସିଂହ ପନ୍ନୁ, ଅଙ୍ଗକ୍ରୀଶ ରଘୁବଂଶୀ, ଅଶ ଗୋଶାଇ, ଏସକେ ରସିଦ, ୟସ ଧୁଲ(କ୍ୟାପଟେନ୍), ଅନ୍ନେଶ୍ବର ଗୌତ୍ତମ, ସିଦ୍ଧାର୍ଥି ଯାଦବ, କୌଶାଲ ତାମ୍ବେ, ନିଶାନ୍ତ ସିନ୍ଧୁ, ଦିନେଶ ବାନା(ୱିକେଟ କିପର), ଆରାଧ୍ୟା ଯାଦବ(ୱିକେଟ କିପର), ରାଜାଙ୍ଗାଦ ବୱା, ରାଜବର୍ଦ୍ଧନ ହଙ୍ଗରଗେକର, ଗର୍ବ ସାଙ୍ଗୱାନ, ରବି କୁମାର, ରିତିଶ ରେଡ୍ଡି, ମାନବ ପ୍ରକାଶ, ଅମ୍ରିତ ରାଜ ଉପାଧାୟ, ଭିକି ଓସ୍ତୱାଲ, ବାସୁ ବାତସ ।