୨୦ଦିନ ଆଗରୁ ସରିଲା ଶୀତ ଅଧିବେଶନ : ଦୁଃଖ ପ୍ରକାଶ କରି ଏମିତି କହିଲେ ବାଚସ୍ପତି
ଭୁବନେଶ୍ୱର : ଅଚଳାବସ୍ଥା ଭିତରେ ୨୦ଦିନ ଆଗରୁ ଶେଷ ହୋଇଗଲା ଶୀତକାଳିନ ବିଧାନସଭା ଅଧିବେଶନ । ଏହାକୁ ନେଇ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି ଯେ, ବିଧାୟକ ମାନେ ଯେଉଁ ପ୍ରଶ୍ନ ସବୁ ପଚାରିଛନ୍ତି ତାର ସମସ୍ତ ଉତ୍ତର ମନ୍ତ୍ରୀ ମାନେ ଦେଇଛନ୍ତି । ଗୋଟିଏ କଥା ହିଁ ଖରାପ ଲାଗିଲା ଯେ ମୁଲତବୀ ପ୍ରସଙ୍ଗ ଉପରେ କୌଣସି ଆଲୋଚନା ହୋଇପାରିଲା ନାହିଁ । ତା ସହ ଶୂନ୍ୟକାଳ ହୋଇପାରିଲାନି । ସମସ୍ତ ସରକାରୀ କାର୍ଯ୍ୟ ହୋଇଛି । ନିୟମକାନୁନ ମୁତାବକ ବାଚସ୍ପତି ବିରୋଧୀଙ୍କୁ ଗୃହ ଚଲାଇବାରେ ସହଯୋଗ କରିବାକୁ ନିବେଦନ କରିଥିଲେ । ତେବେ ତାହା ହୋଇ ପାରିଲା ନାହିଁ ବୋଲି କହିଛନ୍ତି ସୂର୍ଯ୍ୟ ନାରାୟଣ ପାତ୍ର ।
ବିରୋଧୀଙ୍କ ସହଯୋଗ ବିନା ବାଚସ୍ପତି କିଛି କରି ପାରିବେ ନାହିଁ ବୋଲି କହିଛନ୍ତି ସୂର୍ଯ୍ୟ ନାରାୟଣ ପାତ୍ର । ଏଭଳି କଲେ ବରୋଧୀ ସେମାନଙ୍କ ଖ୍ୟାତି ବଢ଼ିବ ବୋଲି ଚିନ୍ତା କରୁଥିବା କଥା କହିଛନ୍ତି । କିନ୍ତୁ ଏହା ସମ୍ପୂର୍ଣ୍ଣ ଅସତ୍ଯ । ଗୋଟିଏ ମିଡିଆ ସର୍ଭେ ମୁତାବକ ବିରୋଧୀଙ୍କ ଏଭଳି ଆଚରଣ ଦ୍ବାରା ଶାସକଦଳକୁ ଫାଇଦା ମିଳିଥାଏ ବୋଲି କହିଛନ୍ତି ବାଚସ୍ପତି । ଶୀତ ଅଧିବେଶନରେ କୌଣସି ଗୋଟିଏ ମଧ୍ୟ ପ୍ରସଙ୍ଗରେ ଗୃହରେ ଆଲୋଚନା ହୋଇନଥିଲା । ଶୀତ ଅଧିବେଶନରେ ବିଭିନ୍ନ ବିଲ୍ ପାସ୍ ହୋଇଛି । କିନ୍ତୁ ବିଧାନସଭା ଯେଭଳି ଚାଲିବା କଥା ସେଭଳି ଚାଲି ପାରିଲାନି ବୋଲି କହିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।