ଆଜି ବି ଚାଲିପାରିଲାନି ବିଧାନସଭା, ଘଣ୍ଟା ବାଡେଇ ଗୃହ ମୁଲତବୀ
ଭୁବନେଶ୍ୱର : ଆଜି ସପ୍ତମ ଦିନରେ ବି ଚାଲିପାରିଲାନି ବିଧାନସଭା । ଶୀତକାଳୀନ ଅଧିବେଶନ ଆରମ୍ଭରୁ ହିଁ ସ୍ୱଭାବିକ୍ ହୋଇପାରୁନି ଗୃହ କାର୍ଯ୍ୟ । ମୁଲତବୀ ପରେ ମୁଲତବୀ ଘୋଷଣା କରୁଛନ୍ତି ବାଚସ୍ପତି।ଗୃହ ଆରମ୍ଭରୁ ଗୃହ ମଧ୍ୟ ଭାଗରେ ବିରୋଧୀଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଛି । ବିଜେପି ଗତକାଲି ଭଳି ଘଣ୍ଟ ବଜାଇ ପ୍ରତିବାଦ ଜଣାଇଛି । ଶାସକ ଦଳ ମଧ୍ୟ ବିଭିନ୍ନ ପ୍ରସଙ୍ଗକୁ କେନ୍ଦ୍ର କରି ପ୍ରତିବାଦ ଜଣାଉଥିବାର ଦେଖିବାକୁ ମିଳିଛି । ଆଜି ମଧ୍ୟ ଗୃହ ଆରମ୍ଭରୁ ସମାନ ସ୍ଥିତି ଦେଖିବାକୁ ମିଳିଛି । ଗୃହ ଆରମ୍ଭରୁ ବିରୋଧୀଙ୍କ ବିରୋଧକୁ ନେଇ ଦିନ ୧୧.୩୦ ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ।
ସପ୍ତମ ଦିନରେ ବି ଚାଲିପାରିଲାନି ଗୃହ । ଦିନ ସାଢେ ଏଗାର ପର୍ଯ୍ୟନ୍ତ ଗୃହ ମୁଲତବୀ ଘୋଷଣା କଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ କାରଣରୁ ଗୃହ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି । ଗୃହ ଆରମ୍ଭରୁ ଫଟୋ ରାଜନୀତି । ଆଜି ବି ପ୍ରଶ୍ନକାଳ ଆରମ୍ଭରୁ ଘଣ୍ଟା ପିଟିଲେ ବିରୋଧୀ । ଉଭୟ କଂଗ୍ରେସ ଓ ବିଜେପି ସଦସ୍ୟ ମିଶି ଘଣ୍ଟା ବାଡେଇଛନ୍ତି । ନବୀନ ନିବାସରେ ଗୋବିନ୍ଦ ସାହୁଙ୍କ ଫଟୋ ଦେଖାଇ ବିଜେପି ସଦସ୍ୟ ପ୍ରତିବାଦ କରି ଥିବାବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଗୋବିନ୍ଦ ସାହୁ ଓକିଲ ମୋହନ ଲାଲଙ୍କ ଫଟୋ ଦେଖାଇଛନ୍ତି ବିଜେଡି ବିଧାୟକ । ତେବେ ବିଧାନସଭା ଶୀତ ଅଧିବେଶନ ୭ଦିନ ହେବ ଆରମ୍ଭ ହୋଇଥିଲେ ମଧ୍ୟ ଚାଲିପାରୁନି ଗୃହ । ବିରୋଧୀ କଳାହାଣ୍ଡି ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲା ନେଇ ଶାସକକୁ ଘେରିବା ସହ ବିଜେଡି ବିଧାୟକ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ଇସ୍ତା ପାଇଁ ଅଡିବସିଛନ୍ତି । ସେପଟରେ ବିଜେଡି ବିଧାୟକ କେନ୍ଦ୍ର ଅବହେଳା ଦର୍ଶାଇ 6 ଦିନ ଧରି ଗାନ୍ଧୀ ମୂର୍ତ୍ତି ତଳେ ପ୍ରତିବାଦ କରୁଥିବାବେଳେ ଆଜି ମମିତା ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ଖସାଇଦେବା ପାଇଁ ବିଜେପି ଷଡଯନ୍ତ୍ର କରୁଥିବା ଅଭିଯୋଗ କରିଛି । କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଗୋବିନ୍ଦ ସାହୁ ଓକିଲଙ୍କ ଫଟୋ ଦେଖାଇ ଗୃହରେ ପ୍ରବଳ ହୋ-ହଲ୍ଲା କରିଛନ୍ତି ବିଜେଡି ବିଧାୟକ ।