ଆଜିଠୁ ଶୀତ ଅଧିବେଶନକୁ ବଏକଟ କଲେ ଟିଆରଏସ ସାଂସଦ
ରାଜ୍ୟସଭାର ୧୨ ନିଲମ୍ବିତ ସାଂସଦ ଘଟଣା
ନୂଆଦିଲ୍ଲୀ : ଆଜି ସଂସଦ ଶୀତ ଅଧିବେଶନର ନବମ ଦିନ । ଟିଆରଏସ ସାଂସଦ ଆଜିଠୁ ଶୀତ ଅଧିବେଶନକୁ ବଏକଟ କରିଛନ୍ତି । ରାଜ୍ୟସଭାର ୧୨ ନିଲମ୍ବିତ ସାଂସଦ ଘଟଣାକୁ ବିରୋଧ କରିଛନ୍ତି ଟିଆରଏସ ସାଂସଦ ।
ରାଜ୍ୟସଭାର ୧୨ ଜଣ ସାଂସଦ ନିଲମ୍ବନ ଘଟଣାକୁ ଗ୍ରହଣ କରି ପାରୁ ନାହାନ୍ତି ବିରୋଧୀ । ଶୀତ ଅଧିବେଶନର ପ୍ରଥମ ଦିନରେ ରାଜ୍ୟସଭାର ୧୨ ଜଣ ସଦସ୍ୟଙ୍କୁ ନିଲମ୍ବନ କରିଥିଲେ ଅଧ୍ୟକ୍ଷ । ଏହା ପରେ ପ୍ରତିଦିନ ଅଧିବେଶନରେ ଏହାକୁ ନେଇ ବିରୋଧ ହୋଇ ଆସୁଛି । ସଂସଦ ପରିସରରେ ଗାନ୍ଧୀ ମୂର୍ତ୍ତୀ ତଳେ ବିକ୍ଷୋଭ ମଧ୍ୟ କରିଛନ୍ତି ବିରୋଧୀ । ଆଗରୁ ନିଲମ୍ବିତ ରାଜ୍ୟସଭା ସଦସ୍ୟଙ୍କୁ ପୁଣି ଅଧିବେଶନକୁ ଅନୁମତି ଦେବାକୁ ନିଷ୍ପତ୍ତି ଦାବି କରି ଉଭୟ ବିରୋଧୀ ଓ ନିଲମ୍ବିତ ସାଂସଦ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଆଜି ଏହାକୁ ବିରୋଧ କରି ଟିଆରଏସ ସାଂସଦ ଆଜିଠୁ ଶୀତ ଅଧିବେଶନକୁ ବଏକଟ କରିଛନ୍ତି । ୧୨ ଜଣ ସଦସ୍ୟଙ୍କୁ ନିଲମ୍ବନ ଘଟଣା ସହ ତେଲେଙ୍ଗାନାର ବିଭିନ୍ନ ସମସ୍ୟା ପ୍ରସଙ୍ଗରେ ଏହି ନିଷ୍ପତ୍ତି ନେଇଛନ୍ତି ଟିଆରଏସ ସାଂସଦ । ସୂଚନା ଯେ, ପ୍ରଥମ ଦିନରେ ଗତ ମୌସୁମୀ ଅଧିବେଶନରେ ହଟ୍ଟଗୋଳ ଓ ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରିବା ଅଭିଯୋଗରେ ଚଳିତ ଅଧିବେଶନ ରେ ୧୨ ରାଜ୍ୟସଭା ସାଂସଦଙ୍କୁ ନିଲମ୍ବିତ କରାଯାଇଛି ।