ରାଜ୍ୟରେ ୨୪୬ ବିଦେଶ ଫେରନ୍ତାଙ୍କୁ କରୋନା, ଓମିକ୍ରନ ନେଇ ସ୍ପଷ୍ଟ ହୋଇନି
ଭୁବନେଶ୍ୱର: ଦେଶ ତଥା ରାଜ୍ୟରେ ଓମିକ୍ରନ ଭ୍ୟାରିଆଣ୍ଟ ଚିନ୍ତାର କାରଣ ପାଲଟିବା ସହ ଏବେ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି। ବିଦେଶରୁ ଓଡିଶା ଫେରିଥିବା ୨୪୬ ଜଣ କୋରୋନା ପଜିଟିଭ ହୋଇଥିବା ନେଇ ଖବର ମିଳିଛି। ନଭେମ୍ବର ୨୪ ପରେ ଓଡ଼ିଶା ଆସିଥିବା ଲୋକଙ୍କ ମଧ୍ୟରୁ ୨୪୬ ପଜଟିଭ ଚିହ୍ନଟ ହୋଇଛନ୍ତି।
ପଜିଟିଭଙ୍କ ନମୁନା ଜିନୋମ୍ ସିକ୍ୟୁଏନସିଂ ପାଇଁ ଆସିଛି। ଜିନୋମ ସିକ୍ୟୁଏନସିଂ ପାଇଁ ଆସିଥିବା ନେଇ ଆଇଏଲଏସ ନିର୍ଦେଶକ ଅଜୟ ପରିଡା କହିଛନ୍ତି। ଜିନୋମ୍ ସିକ୍ୟୁଏନସିଂ ପରେ ବିଦେଶ ଫେରନ୍ତା ଓମିକ୍ରନ ଆକ୍ରାନ୍ତ କି ନୁହେଁ ଜଣାପଡିବ ବୋଲି ସେ କହିଛନ୍ତି। ଶୁକ୍ରବାର ଦିନ ଜିନମ୍ ସିକ୍ୟୁଏନସିଂ ରିପୋର୍ଟ ଆସିବ। ଏପର୍ଯ୍ୟନ୍ତ ଓଡିଶାରେ ଓମିକ୍ରନ ଚିହ୍ନଟ ହୋଇ ନାହିଁ ବୋଲି ନିର୍ଦେଶକ କହିଛନ୍ତି। ଏହାପୂର୍ବରୁ ୧୪୧ ନମୁନା ପରୀକ୍ଷା ହୋଇଥିଲା, ସେମାନଙ୍କ ମଧ୍ୟରୁ ଓମିକ୍ରନ ମିଳିନାହିଁ ବୋଲି ସେ କହିଛନ୍ତି।